Advertisment

‘ସ୍ପଟରେ ନବ ଦାସଙ୍କ ମୃତ୍ୟୁ ଘଟିଥିଲା, ଏଭଳି ଡ୍ରାମା କରିବା କ’ଣ ଆବଶ୍ୟକ ଥିଲା ?’

ବିସ୍ଫୋରକ ସୂଚନା ଦେଲେ ବିରୋଧୀ ଦଳ ନେତା । ନବ ଦାସଙ୍କ ସ୍ପଟରେ ମୃତ୍ୟୁ ଘଟିଥିବା ଖବର ପାଇଛୁ କହିଲେ ଜୟ ନାରାୟଣ ମିଶ୍ର ।

author-image
Prangyan Parimita
ଅଦ୍ୟତନ ହୋଇଛି
Jayanarayan Mishra On Naba Das Death

Jayanarayan Mishra

ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ସମୟକୁ ନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି ବିରୋଧୀ ଦଳ ନେତା ଜୟନାରାଣ ମିଶ୍ର । ଗୁଳିକାଣ୍ଡ ପରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ସେ ଶୁଣିବାକୁ ପାଇଥିବା କହିଛନ୍ତି । ତାଙ୍କୁ ନେଇ ଡ୍ରାମା କରିବାର କ’ଣ ଆବଶ୍ୟକତା ଥିଲା ବୋଲି ପ୍ରଶ୍ନ ଉଠାଇଛନ୍ତି ଜୟନାରାୟଣ ।

Advertisment

ନବ ଦାସଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର ଲାଗି ଝାରସୁଗୁଡ଼ା ହସ୍ପିଟାଲ କର୍ତ୍ତୃପକ୍ଷ ସାର୍ଟିଫାଏ କରିଥିଲେ କି ବୋଲି ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି । ତେବେ ଜୟନାରାୟଣଙ୍କ ଅଭିଯୋଗ ନେଇ ମେଡିକାଲ କର୍ତ୍ତୃପକ୍ଷ କିମ୍ବା ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ଗତ ରବିବାର ଦିନ ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ହୋଇଥିଲା ଏବଂ ତାଙ୍କୁ ପ୍ରଥମେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ନିଆଯାଇଥିଲା ।

ଅଧିକ ପଢ଼ନ୍ତୁ: ଓଡ଼ିଶା ଇତିହାସରେ କଳଙ୍କ, ସାରା ରାଜ୍ୟରେ ଚାଞ୍ଚଲ୍ୟ ! ବର୍ଦ୍ଦିରେ ଥାଇ ମନ୍ତ୍ରୀଙ୍କୁ ଗୁଳି କଲେ ପୋଲିସ୍ ASI 

Advertisment

ପରେ ତାଙ୍କୁ ଭୁବନେଶ୍ୱର ଏୟାର ଲିଫ୍ଟ କରାଯାଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେହିଦିନ ସଂଧ୍ୟାରେ ତାଙ୍କର ମୃତ୍ୟୁ ହୋଇଥିବା ଘୋଷଣା କରାଯାଇଥିଲା ।

ତେବେ ଏଇଠି ପ୍ରଶ୍ନ ଉଠୁଛି ମନ୍ତ୍ରୀ ନବ ଦାସଙ୍କୁ କାହିଁକି ଗୁଳି କଲେ ଗାନ୍ଧି ଛକ ଫାଣ୍ଡିର ପୂର୍ବତନ ASI ଗୋପାଳ ଦାସ ? କେଉଁ କାରଣ ପାଇଁ ଜଣେ ପ୍ରଭାବଶାଳୀ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ହତ୍ୟା କରିବାକୁ ପଛାଇଲେନି ଜଣେ ପୋଲିସ ଅଧିକାରୀ । ଏମିତି କେଉଁ ପରିସ୍ଥିତି ପାଇଁ ନିଜକୁ ହତ୍ୟାକାରୀ ସଜାଇଦେଲେ ରାଜ୍ୟ ପୋଲିସ ବିଭାଗର ଜଣେ ଦକ୍ଷ ଅଫିସର ।

ଭଲ କାମ ପାଇଁ ଅନେକ ମେଡାଲ ଓ ଏକାଧିକ ବାର ପୁରସ୍କାର ପାଇଥିବା ଜଣେ ପୋଲିସ ଅଧିକାରୀ ଡ୍ୟୁଟିରେ ଥିବାବେଳେ ମନ୍ତ୍ରୀଙ୍କୁ ହତ୍ୟା ପଛର ଅସଲ ଉଦ୍ଦେଶ୍ୟ କଣ ? ସେ କଣ ପ୍ରକୃତରେ ମାନସିକ ରୋଗରେ ପୀଡ଼ିତ ଥିଲେ ? ଯଦି ଥିଲେ ପୋଲିସ ବିଭାଗରେ ଥିବା ତାଙ୍କ ଉଚ୍ଚ ଅଧିକାରୀ ଏ କଥା ଜାଣିପାରିଲେନି କେମିତି? ଫାଣ୍ଡି ଅଧିକାରୀ ଭାବେ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଥିଲା କେମିତି? ଖାଲି ସେତିକି ନୁହେଁ, ଜଣେ ମାନସିକ ରୋଗୀଙ୍କୁ ସର୍ଭିସ୍ ରିଭଲଭର କେମିତି ଦିଆଗଲା ବୋଲି ମଧ୍ୟ ଜୟନାରାୟଣ ପ୍ରଶ୍ନ କରିଛନ୍ତି। ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ଅଭିଯୁକ୍ତ ଗୋପାଳ ଦାସଙ୍କୁ ନେଇ ଏମିତି ଅନେକ ପ୍ରଶ୍ନ ଛିଡ଼ା ହୋଇଛି ।

Naba Das Jayanarayan Mishra
Advertisment
Advertisment