• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଗୁଳିମାଡ଼ରେ ଜୀବନ ହାରିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ପୋଲିସ ବର୍ଦ୍ଦିରେ ଥାଇ ASI ଗୋପାଳ ଦାସ ତାଙ୍କୁ ଅତି ନିକଟରୁ ଗୁଳି ଚାଳନା କରିବା ପରେ ତୁରନ୍ତ ତାଙ୍କୁ ଝାରସୁଗୁଡ଼ା ହସ୍ପିଟାଲକୁ ନିଆଯାଇଥିଲା । ହେଲେ ନବଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଏୟାରଲିପ୍ଟ କରାଯାଇ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଦୀର୍ଘ ସମୟ ଚିକିତ୍ସା କରାଯିବା ପରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ତେବେ ଓଡ଼ିଶା ରାଜନୀତିରେ ଜଣେ ଆଗ ଧାଡ଼ିର ନେତାଙ୍କୁ ଗୁଳି କରି ହତ୍ୟା କରିବା ନୂଆ ବୋଲି କୁହାଯାଉଛି । ପୂର୍ବରୁ ଏଭଳି ଘଟଣା କେବେ ଦେଖାଯାଇ ନାହିଁ । କୌଣସି ପୋଲିସ କେବେ ବି ନେତାଙ୍କୁ ଗୁଳି କରି ହତ୍ୟା କରିଥିବା ନଜିର ନାହିଁ।

ଅଧିକ ପଢ଼ନ୍ତୁ: ସ୍ୱାଗତ ପାଇଁ ପାଛୋଟି ନେବା ବେଳେ ମନ୍ତ୍ରୀ ନବ ଦାସଙ୍କୁ ଗୁଳି, ସାମ୍ନାକୁ ଆସିଲା ଛାତିଥରା ଦୃଶ୍ୟ...

ତେବେ ଏହି ହତ୍ୟାକାଣ୍ଡ ପଛର ରହସ୍ୟ କ’ଣ ସେନେଇ କିଛି ସ୍ପଷ୍ଟ ସୂଚନା ନାହିଁ । ଗୁଳି କରିଥିବା ପୋଲିସ ASIଙ୍କୁ ତୁରନ୍ତ କାବୁ କରାଯାଇଛି । ଅତି ପାଖରୁ ସେ ଗୁଳି କରିଥିବା ଜଣାପଡ଼ିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ ସେ ପୋଲିସ ୟୁନିଫର୍ମରେ ବା ଡ୍ୟୁଟିରେ ଥିଲେ । ତାଙ୍କୁ ମନ୍ତ୍ରୀ ନବ ଦାସଙ୍କ ସୁରକ୍ଷା ଦାୟିତ୍ୱରେ ନିୟୋଜିତ କରାଯାଇଥିଲା ।

ଅନ୍ୟପଟେ ଗୁଳି କରିଥିବା ASI ଗୋପାଳ ଦାସଙ୍କ ପତ୍ନୀଙ୍କ କହିବାନୁଯାୟୀ, ତାଙ୍କ ସ୍ୱାମୀଙ୍କ ମାନସିକ ସ୍ଥିତି ଠିକ୍‌ ନଥିଲା । ସେ ଦୀର୍ଘ ଦିନ ହେବ ଔଷଧ ଖାଉଥିଲେ । ଗତକାଲି ରାତିରେ ଘରକୁ ଫୋନ୍‌ ମଧ୍ୟ କରିଥିଲେ । ସାଧାରଣ ଭାବେ କଥାବାର୍ତ୍ତା କରୁଥିଲେ । ଅସୁସ୍ଥ ଥିବା ଭଳି ଜଣାପଡ଼ୁ ନଥିଲେ । ହେଲେ ହଠାତ୍‌ କାହିଁକି ଏଭଳି ନିଷ୍ପତ୍ତି ନେଲେ ଆଉ ଗୁଳି କଲେ ତାହା ଜାଣିନାହାନ୍ତି ବୋଲି କହିଛନ୍ତି ଗୋପାଳଙ୍କ ପତ୍ନୀ । ଅନ୍ୟପଟେ ସେ ଆହୁରି କହିଛନ୍ତି ଯେ ନବ ଦାସଙ୍କୁ ସେ କେବେ ଭେଟି ନାହାନ୍ତି କି ଜାଣିନାହାନ୍ତି ।