Advertisment

ମନ୍ତ୍ରୀଙ୍କୁ କୋପ କରିଥିଲେ କି ଗ୍ରହରାଜ ଶନି ? ଠିକ୍ ନଥିଲା ପୂଜା ପଦ୍ଧତି କହିଲେ ଜ୍ୟୋତିର୍ବିଦ୍

ସୁନାକଳସ ଦାନ ଓ ତୈଳମର୍ଦ୍ଦନ ସତ୍ତ୍ୱେ ଗୁଳିମାଡ଼କୁ ନେଇ ଚର୍ଚ୍ଚା । ମନ୍ତ୍ରୀ ନବ ଦାସଙ୍କୁ କାହିଁକି ହେଲା ପ୍ରାଣଘାତୀ ଗୁଳି ମାଡ଼ ?

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Health Minister Naba Das Murder Case

Naba Das

ମନ୍ତ୍ରୀ ନବ ଦାସଙ୍କୁ କାହିଁକି ହେଲା ପ୍ରାଣଘାତୀ ଗୁଳି ମାଡ଼ ? କଣ ମନ୍ତ୍ରୀଙ୍କୁ କୋପ କରିଥିଲେ କି ଗ୍ରହରାଜ ଶନି ? ପ୍ରତିକାର ବଦଳରେ ମହଙ୍ଗା ପଡ଼ିଗଲା କି ସୁନାକଳସ ଦାନ ?

Advertisment

ଖୋଦ୍ ପୋଲିସ୍ ଗୁଳିରେ ରାଜ୍ୟ ର ସବୁଠୁ ଟାଣୁଆ ମନ୍ତ୍ରୀ ନବ ଦାସଙ୍କ ପ୍ରାଣହାନୀ ପରେ ଏବେ ସାରା ରାଜ୍ୟରେ ଏମିତି ଚର୍ଚ୍ଚା । କାରଣ ମହାରାଷ୍ଟ୍ରର ଶନି ଶିଙ୍ଗନାପୁର ମନ୍ଦିରରେ ଗତ ଶନି ଅମାବାସ୍ୟା ତିଥିରେ ନିଜ ପରିବାର ସହ ମନ୍ତ୍ରୀ ନବ ଦାସ ଏମିତି ଢଙ୍ଗରେ ପୂଜାର୍ଚ୍ଚନା ସହ କୋଟିଏରୁ ଅଧିକ ଟଙ୍କା ମୂଲ୍ୟର ଏକ ସୁନା କଳସ ବି ଦାନ କରିଥିବା କଥା ପଦାକୁ ଆସିଥିଲା ।

ତେବେ ଏତେସବୁ ପ୍ରତିକାର ସତ୍ତ୍ୱେ ମାତ୍ର ୮ ଦିନ ପରେ କାହିଁକି ହେଲା ନବଙ୍କୁ ପ୍ରାଣଘାତୀ ଆକ୍ରମଣ ? କଣ କହୁଛି ଜ୍ୟୋତିଷ ଶାସ୍ତ୍ର ? ଜାଣିବାକୁ ଉତ୍କଣ୍ଠା ବଢ଼ିଥିବା ବେଳେ ଜ୍ୟୋତିର୍ବିଦ୍ କହିଛନ୍ତି-ଶନି ହେଉଛନ୍ତି ନ୍ୟାୟ ଓ ଧର୍ମର ଦେବତା । ଜ୍ୟୋତିଷ ଶାସ୍ତ୍ରରେ ପୋଲିସ୍‌କୁ ବି ନ୍ୟାୟର ପ୍ରତୀକ ଭାବେ ବିବେଚନା କରାଯାଏ । ଯେହେତୁ ଜାନୁଆରୀ ୧୭ରୁ ଶନି ମକର ରାଶିରୁ କୁମ୍ଭ ରାଶିକୁ ଚଳନ ହୋଇଛନ୍ତି, ମକର ରାଶି ଉପରେ ଏବେ ବି ଶନିଙ୍କ ଅଶୁଭ ପ୍ରଭାବ ରହିଛି । ମନ୍ତ୍ରୀଙ୍କ ରାଶି ମକର ହୋଇଥିବାରୁ ତାଙ୍କୁ ଏଭଳି ଆଘାତ ହୋଇଥାଇ ପାରେ । ତେବେ ଶନିଙ୍କୁ ସୁନା କଳସ ପ୍ରଦାନ କରିଦେଲେ ଯେ, ସମ୍ପୂର୍ଣ୍ଣ ରିଷ୍ଟ ଓ ପାପ ଖଣ୍ଡନ ହୋଇଯିବ ସେ କଥା ଜ୍ୟୋତିଷଶାସ୍ତ୍ରରେ ଉଲ୍ଲେଖ ନାହିଁ ।

Advertisment

ଅଧିକ ପଢ଼ନ୍ତୁ: ଟପ୍ ଲେଭେଲ୍ ଷଡ଼ଯନ୍ତ୍ର ଅଭିଯୋଗ ପରେ ହଇଚଇ ! ଡ୍ରାମା କାହିଁକି ବୋଲି ପ୍ରଶ୍ନ କଲେ ଜୟନାରାୟଣ..

ଏହା ମଧ୍ୟ ସ୍ପଷ୍ଟ, ଗ୍ରହରାଜ ଶନିଙ୍କ ଗଭୀର କୁଦୃଷ୍ଟି ରହିଥିବା କଥା ଆଗୁଆ ଜାଣି ପାରିଥିଲେ ସ୍ୱର୍ଗତ ମନ୍ତ୍ରୀ ନବ ଦାସ । ସେଥିପାଇଁ ସେ ମହାରାଷ୍ଟ୍ରର ଶନି ମହାରାଜଙ୍କ ଶରଣକୁ ଯାଇଥିଲେ । ସେଠି ଶନିଙ୍କୁ ତୈଳ ମାର୍ଜନା ସହ ପୂଜାର୍ଚ୍ଚନା ବି କରିଥିଲେ । ତେବେ ଯଦିଓ କୋଟିଏ ଟଙ୍କାର ସୁନା କଳସ ଦାନ କଥାକୁ ଏଡ଼ାଇ ଯାଇ କେବଳ ୧୦ ଲକ୍ଷ ଟଙ୍କାର ତୈଳମାର୍ଜନା ସାମଗ୍ରୀ ଦେଇଥିବା କହିଥିଲେ, ହେଲେ ଏଠି ପ୍ରଶ୍ନ ଏତେସବୁ ପ୍ରତିକାର ସତ୍ତ୍ୱେ- କାହିଁକି ହେଲା ନବଙ୍କ ଘାତକ ମୃତ୍ୟୁ ? ଶନି ପୂଜାରେ ତାଙ୍କ ରିଷ୍ଟ ଖଣ୍ଡନ ହେଲା ନାହିଁ କି ?

ଭୃଗୁ ଜ୍ୟୋତିଷଙ୍କ ମତରେ ଶନିଙ୍କ କୁଦୃଷ୍ଟି ଥିଲେ ଶସ୍ତ୍ରାଘାତ, ଅସ୍ତ୍ରାଘାତ କିମ୍ଭା ଲୌହଘାତରେ ମଣିଷର ମୃତ୍ୟୁ ହେବା ସମ୍ଭାବନା ଅଧିକ । ଯାହାକି ମନ୍ତ୍ରୀଙ୍କ କ୍ଷେତ୍ରରେ ପରିଲକ୍ଷିତ ହୋଇଛି । ତାସହ କହିଛନ୍ତି ଶନିଙ୍କ କୋପରୁ ରକ୍ଷା ପାଇବାକୁ ସୁନାକଳସ ଦାନ ନୁହେଁ ବରଂ ଶ୍ରୋତ୍ରୀୟ ବ୍ରାହ୍ମଣଙ୍କ ଦ୍ୱାରା ଦକ୍ଷିଣକାଳୀଙ୍କ ପୂଜା ଓ ଶସ୍ତ୍ରଦାନ କରିବା ଉଚିତ୍ ଥିଲା । ତାସହ ଗ୍ରହରାଜ ଶନି ନିଷ୍ଠାର ଦେବତା ହୋଇଥିବାରୁ ତାଙ୍କୁ ସ୍ପର୍ଶ କରି ପୂଜାର୍ଚ୍ଚନା ମଧ୍ୟ ବିଧେୟ ନୁହେଁ ଯାହାର ଓଲଟା ଫଳ ମିଳିଥାଏ ।

ଶନିଙ୍କୁ ଶାନ୍ତି ପାଇଁ ଖାଲି ପୂଜାର୍ଚ୍ଚନା କି ସୁନାକଳସ ଦାନ ନୁହେଁ, ମନ୍ତ୍ରୀ ନବ ଦାସ ନିଜ ଘରେ ଶାମି ବୃକ୍ଷ ବି ଲଗାଇଥିଲେ ହେଲେ । ଏତେସବୁ ପ୍ରତିକାର ସତ୍ତ୍ୱେ ଘାତକ ଆକ୍ରମଣରେ ତାଙ୍କ ପ୍ରାଣହାନୀ ଅନେକ ପ୍ରଶ୍ନ ଛିଡ଼ା କରିଛି । ଅନ୍ୟପକ୍ଷରେ ଏକ ଓଡ଼ିଆ ପଞ୍ଜିକାର ଭବିଷ୍ୟବାଣୀକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ଯେଉଁଥିରେ ଲେଖାଯାଇଛି, ଜଣେ ପ୍ରଖ୍ୟାତ ରାଜନୈତିକ ତଥା ଜନପ୍ରିୟ ନେତାଙ୍କ ବିୟୋଗରେ ଜନ ସାଧାରଣ ଚିନ୍ତିତ ହେବେ ।

Naba Das Firing
Advertisment
Advertisment