• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ବିଭ୍ରାଟ । ସରକାରୀ ମଞ୍ଚରେ ରାଜନୈତିକ ପ୍ରଚାର ଅଭିଯୋଗ ! ଏଭଳି ଏକ ବିଭ୍ରାଟ ଦେଖାଦେଇଛି କଟକ ବାଲିଯାତ୍ରା ମଞ୍ଚରେ । ବାଲିଯାତ୍ରା ପାଇଁ ପ୍ରସ୍ତୁତ ହୋଇଥିବା ମଞ୍ଚରେ ନବୀନ ବନ୍ଦନା ଗାନ କଲେ ଜଣେ ଛାତ୍ର ନେତା । ବୁଧବାର ସକାଳେ ବାଲିଯାତ୍ରା ରେ ପଥୋତ୍ସବ ବେଳେ ନବୀନ ବନ୍ଦନା ଗାନ କରିଛନ୍ତି ଜଣେ ଛାତ୍ର ନେତା । ଗତ ନିର୍ବାଚନ ବେଳେ ପ୍ରଚାର ପାଇଁ ତିଆରି ହୋଇଥିବା ଗୀତ ସେ ଗାଇଛନ୍ତି । ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସାଧାରଣ ସଂପାଦକ ଅବିନାଶ ମହାନ୍ତି ଏହି ଗୀତ ଗାଇଛନ୍ତି । ମଞ୍ଚରେ ହେ ନବୀନ ବାବୁ ଆମେ ତୁମ ଫ୍ୟାନ୍ ଗୀତ ଗାଇଛନ୍ତି ଅବିନାଶ । ଯାହାକୁ ନେଇ ଉଠିଛି ବଡ଼ ବିବାଦ ।

ଅଧିକ ପଢ଼ନ୍ତୁ: ବାଲିରେ କଟକ ବାଲିଯାତ୍ରା ବିଷୟରେ ଗୁରୁତ୍ୱପୂର୍ଣ୍ଣ କଥା କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶୁଣନ୍ତୁ..

ସବୁଠାରୁ ବଡ଼ କଥା ହେଲା, ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ନବୀନ ବନ୍ଦନା ଗାନ କରାଯାଇଛି । ଆଉ ଏହାକୁ ଗାନ କରିଛନ୍ତି ପଦ ପଦବୀରେ ଥିବା ଜଣେ ଛାତ୍ର ନେତା । ସରକାରୀ ମଞ୍ଚରେ ଦଳୀୟ ନେତାଙ୍କ ନବୀନ ବନ୍ଦନା ଗାନକୁ ନେଇ ଏବେ ଉଠିଛି ପ୍ରଶ୍ନ । କଟକ ଜିଲ୍ଲା ପ୍ରଶାସନ ଓ ସିଏମ୍‌ସିର ମିଳିତ ଆୟୋଜନରେ ଚାଲିଛି ବାଲିଯାତ୍ରା ।

ତେବେ ଏଭଳି ବିଭ୍ରାଟ ନେଇ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଗାୟକର ପର୍ସନାଲ ଚଏସ୍ ସେ କ’ଣ ଗୀତ ଗାଇବେ । ଜଣେ ଗାୟକ କଣ ଗାଇବ, ସେଇଟା ତାର ଚଏସ୍ । ଯାହା ସେ ଗାଇବ, ଗାୟକର ପର୍ସନାଲ ଚଏସ୍ ବୋଲି କୁହାଯିବ । ଗୀତ ଗାଇଥିବା ବ୍ୟକ୍ତି ରାଜନୈତିକ ଦଳର କର୍ମକର୍ତ୍ତା ବୋଲି ତାଙ୍କ ପାଖରେ ଖବର ନାହିଁ ବୋଲି କହିଛନ୍ତି ଜିଲ୍ଲାପାଳ । ଏନେଇ ଆଗକୁ ଧ୍ୟାନ ଦିଆଯିବ ବୋଲି ମଧ୍ୟ କହିଛନ୍ତି ଜିଲ୍ଲାପାଳ ।