Advertisment

ଓଡ଼ିଶାରେ ଆକ୍ରୋଶ ରାଜନୀତି ! ସରକାରଙ୍କୁ ପ୍ରଶ୍ନ କଲେ ମିଳୁଛି ଜେଲ...

ଦୁଇ ଏବିଭିପି ଛାତ୍ରନେତା ଓ ସାଲୁଜାଙ୍କ ପୁଅ ବି ଗିରଫ ହୋଇ ଜେଲରେ । ରାଜ୍ୟ ସରକାରଙ୍କ ବିରୋଧୀ ଦମନ ଅଭିଯାନକୁ ନେଇ ପ୍ରଶ୍ନ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Law & Order is Deteriorating Day By Day In Odisha: Jaynarayan Mishra

Odisha Politics

ସରକାର ବିରୋଧରେ ଗର୍ଜନ ବିରୋଧୀଙ୍କ ପାଇଁ ପଡୁଛି କି ମହଙ୍ଗା ? ପୋଲିସକୁ ଅସ୍ତ୍ର କରି ବିରୋଧୀଙ୍କୁ ଦମନ ପାଇଁ ହେଉଛି କି ଷ୍ଟ୍ରାଟେଜି ? ଓଡ଼ିଶା ରେ ବି ଆରମ୍ଭ ହେଲାଣି କି ଆକ୍ରୋଶମୂଳକ ରାଜନୀତି ? ଲଗାତାର ୨୩ ବର୍ଷ ନିରଙ୍କୁଶ ଶାସନ ପରେ ଏବେ ବିଜେଡିକୁ ନେଇ ରାଜ୍ୟ ରାଜନୀତିରେ ଉଠୁଛି ଏଭଳି ପ୍ରଶ୍ନ । ନିକଟ ଅତୀତର କିଛି ଘଟଣା ସେ ଦିଗକୁ ଇଙ୍ଗିତ କରୁଛି ।

Advertisment

ଗତ ଫେବ୍ରୁଆରୀ ୨୮ରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରସଙ୍ଗକୁ ନେଇ ବିଜେପି ଯୁବ ମୋର୍ଚ୍ଚା ବିଧାନସଭା ଘେରାଉ କଲା ବେଳେ ମୁହାଁମୁହିଁ ହୋଇଥିଲେ ପୋଲିସ୍ -ବିଜେପି କର୍ମୀ। ଏହି ଘଟଣାରେ ୨୨ ଜଣ ଯୁବନେତା ଓ କର୍ମୀଙ୍କ ନାଁରେ ୩୦୭ ସମେତ ଅନ୍ୟାନ୍ୟ ଦଫା ଲଗାଇ ଜେଲ୍‌ରେ ଭର୍ତ୍ତି କରାଯାଇଛି । ସେହିପରି ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ JNU ପ୍ରଫେସରଙ୍କ ଭାଷଣକୁ ବିରୋଧ କଲା ପରେ ABVPର ଦୁଇ ଛାତ୍ର ନେତାଙ୍କୁ ଗିରଫ କରାଯାଇଥିଲା । 

ଅଧିକ ପଢ଼ନ୍ତୁ: 'ବିଜୁ ଓଡ଼ିଶା' ବନାମ୍ 'ନବୀନ ଓଡ଼ିଶା' ! ଦଳର ଭବିଷ୍ୟତ ଉତ୍ତରାଧିକାରୀ ଲାଗି ଏହି ଚିନ୍ତାଧାରା କି?

Advertisment

ଅନ୍ୟପକ୍ଷରେ କଂଗ୍ରେସ୍ ବିଧାୟକ ସନ୍ତୋଷ ସିଂ ସାଲୁଜା ସରକାରଙ୍କ ପୋଲ୍ ଖୋଲିବା ପରେ ତାଙ୍କ ପୁଅ ସେଜି ସିଂଙ୍କୁ ପୋଲିସ୍ ଆକ୍ରୋଶମୂଳକ ଭାବେ ଗିରଫ କରିଥିବା ଅଭିଯୋଗ ଉଠିଥିଲା। ସରକାର କିମ୍ବା ପ୍ରଭାବଶାଳୀ ଅଫିସରଙ୍କ ବିରୋଧରେ ଅଭିଯୋଗ କଲେ ଆକ୍ରୋଶର ଶିକାର ହେବାକୁ ପଡୁଥିବା ବିଜେପି ଅଭିଯୋଗ ଆଣିଛି । ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଓ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତିକୁ ନେଇ ଆଜି ରାଜ୍ୟପାଳଙ୍କୁ ଭେଟିଛି ବିଜେପି ବିଧାୟକ ଦଳ ।

ଜେଲରେ ଥିବା ବିଜେପି ଯୁବ ମୋର୍ଚ୍ଚା ସଦସ୍ୟଙ୍କୁ ପୂର୍ବରୁ ବିଜେପି ବିଧାୟକ ଦଳ ଭେଟିଥିବାବେଳେ ଆଜି ବିଜେପିର ଆଉ ଏକ ଟିମ୍ ମଧ୍ୟ ସେମାନଙ୍କୁ ସାକ୍ଷାତ କରିଛନ୍ତି। ପ୍ରଶ୍ନ ଉଠୁଛି କାହିଁକି ଏଭଳି ଆଭିମୁଖ୍ୟ ଗ୍ରହଣ କରୁଛି ପୋଲିସ୍ ? କ୍ଷମତା କେନ୍ଦ୍ର ବିରୋଧରେ ଗର୍ଜନ କଲେ ଆକ୍ରୋଶ ରଖାଯାଉଛି କି ? ନା ବିରୋଧୀଙ୍କ ମନୋବଳ ଭାଙ୍ଗିବା ପାଇଁ ଏଭଳି ଉଦ୍ୟମ ? ଏନେଇ ପୋଲିସ୍ ପ୍ରଶାସନର ପ୍ରତିକ୍ରିୟା ମିଳିନଥିବା ବେଳେ ରାଜନୈତିକ ସମୀକ୍ଷକ କହିଛନ୍ତି ଏଭଳି ହେବା ଅନୁଚିତ ।

ମନ୍ତ୍ରୀ ନବ ଦାସ ହତ୍ୟା ଘଟଣା, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓ ବିଜେପି ଯୁବ ମୋର୍ଚ୍ଚା ସଦସ୍ୟଙ୍କ ଉପରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନେଇ ଅଡୁଆରେ ବିଜେଡି ସରକାର । ଏହାକୁ ବିଜେପି ବଡ଼ ପ୍ରସଙ୍ଗ କରୁଥିବାରୁ ଆଗକୁ ଏହା ଲୋକଙ୍କ ଉପରେ କେତେ ପ୍ରଭାବ ପକାଇବ ତା ଉପରେ ନଜର ।

BJD BJP Odisha Politics
Advertisment
Advertisment