/odishatv-khabar/media/post_attachments/uploadimage/library/16_9/16_9_0/IMAGE_1678115269.jpg)
Odisha Politics
ବିଜୁ ଓଡ଼ିଶା ନୁହେଁ ଏଣିକି ବିଜେଡିର 'ନବୀନ ଓଡ଼ିଶା' ନାରା । ବିଜୁ ଜୟନ୍ତୀରୁ ଆରମ୍ଭ ହେଲା ନୂଆ ସଙ୍କଳ୍ପ । ବିଜୁଙ୍କ ସ୍ୱପ୍ନ କହି ୨୩ ବର୍ଷ ଶାସନ ପରେ, ଏବେ ନବୀନ ଓଡ଼ିଶା କାହିଁକି ? ଦଳର ଭବିଷ୍ୟତ ଉତ୍ତରାଧିକାରୀ ଲାଗି ଏହି ଚିନ୍ତାଧାରା କି ?
ବିଜୁ ଜୟନ୍ତୀରେ ବିଜେଡି ନେତା ଓ କର୍ମୀମାନେ ନେଇଛନ୍ତି ନବୀନ ଓଡ଼ିଶାର ସଙ୍କଳ୍ପ । ବିଜେଡି ମତରେ, ନବୀନ ଓଡ଼ିଶା ଅର୍ଥାତ ନୂଆ ଓଡ଼ିଶା । ସମୃଦ୍ଧ, ସଶକ୍ତ, ସ୍ୱାଭିମାନ ନବୀନ ଓଡ଼ିଶା । ଅର୍ଥାତ ନବୀନ ପଟ୍ଟନାୟକଙ୍କ ସମୟରେ ହୋଇଥିବା ବିକାଶର କଥାକୁ ବ୍ୟାପକ ପ୍ରଚାର, ପ୍ରସାର କରି ଲୋକଙ୍କୁ ଆକୃଷ୍ଟ କରିବା । ତେବେ ବିଜେଡିର ଏହି ନୂଆ କନସେପ୍ଟ କେତେ କାମ ଦେବ ? ଚର୍ଚ୍ଚା ହେଉଛି ଏଣିକି ବିଜୁ ଓଡ଼ିଶା ବନାମ୍ ନବୀନ ଓଡ଼ିଶା ହେବ । ଦଳର ଭବିଷ୍ୟତ ଉତ୍ତରାଧିକାରୀ ଲାଗି ନବୀନ ଓଡ଼ିଶା ନାରା ବୋଲି କୁହାଯାଉଛି ।
ଅଧିକ ପଢ଼ନ୍ତୁ: ଓଡ଼ିଶାରେ ଆକ୍ରୋଶ ରାଜନୀତି ! ସରକାରଙ୍କୁ ପ୍ରଶ୍ନ କଲେ ମିଳୁଛି ଜେଲ...
ସେପଟେ ବରିଷ୍ଠ ନେତା ଦାମୋଦର ରାଉତ କହିଛନ୍ତି, ବିଜେଡି ଯଦି ଓଡ଼ିଶା କୁ ‘ନବୀନ ଓଡ଼ିଶା’ କରିବ, ଜନ ସାଧାରଣ ତାକୁ କେତେଦୂର ଗ୍ରହଣ କରିବେ ସେକଥା ଲୋକଙ୍କ ଉପରେ ନିର୍ଭର କରେ । ସେପଟେ ବିଜେଡି ବିଧାୟକ ଦେବୀ ମିଶ୍ର କହିଛିନ୍ତି ଏହା ନୂଆ ଓଡ଼ିଶାର ପରିକଳ୍ପନା ।
ସେପଟେ ଗତକାଲି ବିଜୁ ଜୟନ୍ତୀରେ ପାରାଦୀପରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେଡିର ଶୀର୍ଷ ନେତୃତ୍ୱକୁ ସିଧାସଳଖ ନିଶାନା କରିଛନ୍ତି ଦଳୀୟ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। କହିଛନ୍ତି, ବିଜୁ ବାବୁ ୭ ବର୍ଷରୁ ଅଧିକ ସମୟ କ୍ଷମତାରେ ରହିପାରିଲେ ନାହିଁ । ହେଲେ ତାଙ୍କ ନାମରେ ନାମିତ ଦଳ, ତାଙ୍କ ପୁଅଙ୍କ ଦ୍ୱାରା ପରିଚାଳିତ ଶାସନ ୨୨ ବର୍ଷ ହେଲା କ୍ଷମତାର ମହୁ ଚଖେଇ ଚାଲିଛି । ହେଲେ କ୍ଷମତାର ଏ ମହୁ ଖାଇବାର ଯୋଗ୍ୟତା ତୁମର ଅଛି ତ ବୋଲି ପ୍ରଶ୍ନ କରିଛନ୍ତି ସୌମ୍ୟ । ବିଜୁ ପଟ୍ଟନାୟକଙ୍କ ସାହସ, ନିର୍ଭିକତା ଓ ସ୍ୱପ୍ନକୁ ନେଇ କେତେ ଦିନ ଗର୍ବ କରିବା ? ଏସବୁ ଅଭ୍ୟାସ ବେଶି ଦିନ ଚାଲିବ ନାହିଁ ବୋଲି ସୌମ୍ୟ କହିଛନ୍ତି ।
ଗୋଟିଏ ପଟେ ବିଜେଡିରେ ନୂଆ-ପୁରୁଣାଙ୍କୁ ନେଇ ଅସନ୍ତୋଷ ବଢୁଛି। ବିଜୁ ଜୟନ୍ତୀରେ ବିଭିନ୍ନ ସ୍ଥାନରେ ସମାନ୍ତରାଳ ସଭା ଆୟୋଜନ ହୋଇଛି। ଦେଖିବାର କଥା ବିଜେଡିର ଏହି ନବୀନ ଓଡିଶା ନାରା ଦଳକୁ କେତେ ଫାଇଦା ଦେଉଛି ।]
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)