/odishatv-khabar/media/post_attachments/uploadimage/library/16_9/16_9_0/IMAGE_1675308667.jpg)
MLA Santosh Singh Saluja's Son Arrested
କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ଗିରଫ । ସିନେମା ହଲରେ ଗଣ୍ଡଗୋଳ କରି ବିଧାୟକଙ୍କ ପୁଅ ସେଜିସିଂ ଗିରଫ ହୋଇଛନ୍ତି । ଆଲିସାନ ସିନେମା ହଲର ମାଲିକଙ୍କ ସହ ପାଟିତୁଣ୍ଡ କରିଥିଲେ ସାଲୁଜାଙ୍କ ପୁଅ ସେଜି ସିଂ । ତେବେ ହଲରେ ଗଣ୍ଡଗୋଳ ସମୟର ଭିଡିଓ ଭାଇରାଲ ହୋଇଥିଲା । ସେଜିସିଂ ଗଣ୍ଡଗୋଳ କରିବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଛି । ତାଙ୍କ ବିରୋଧରେ IPCର ଧାରା ୩୮୪, ୫୦୬, ୩୫୩ ଓ ଆର୍ମସ୍ ଆକ୍ଟ ଲାଗିଛି।
ଗତକାଲି ସାଲୁଜାଙ୍କ ପୁଅ କଣ୍ଟାବାଞ୍ଜିରେ ଥିବା ‘ଆଲିସାନ’ ସିନେମା ହଲ୍କୁ ଫିଲ୍ମ ଦେଖିବା ପାଇଁ ସାଙ୍ଗମାନଙ୍କ ସହ ଯାଇଥିଲେ । କୌଣସି କାରଣ ପାଇଁ ସିନେମା ହଲ୍ ମାଲିକଙ୍କ ସହ ତାଙ୍କର ପାଟିତୁଣ୍ଡ ହୋଇଥିଲା । ଏନେଇ ନେଇ ସିନେମା ହଲ୍ ମାଲିକ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପାଇଁ ଚେଷ୍ଟା କରିଥିଲା । ହେଲେ ସେଠାରେ ପୋଲିସ ସହ ମଧ୍ୟ ସାଲୁଜାଙ୍କ ପୁଅର ଯୁକ୍ତିତର୍କ ହୋଇଥିଲା। କିଛି ସମୟ ପୁଲିସ ଓ ସାଲୁଜାଙ୍କ ପୁଅଙ୍କ ମଧ୍ୟରେ ଯୁକ୍ତିତର୍କ ଚାଲିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଆଉ ସେ ଘରକୁ ପଳାଇ ଯାଇଥିଲେ।
ପରେ ସେହି ରାତିରେ ସିନେମା ହଲ୍ ମାଲିକ ସାଲୁଜାଙ୍କ ପୁଅଙ୍କ ନାଁ ଥାନାରେ ଅଭିଯୋଗ କରିଥିଲେ । ତଦନ୍ତ କରି ଗତକାଲି ରାତିରେ ସାଲୁଜାଙ୍କ ପୁଅକୁ ଗିରଫ କରିଥିଲା ପୋଲିସ । ଏହାସହ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ସେଜି ସିଂଙ୍କ ଜିମ୍ରେ ପୁଲିସ ଚଢ଼ାଉ କରି ନଗଦ ୧୯ ଲକ୍ଷ ଟଙ୍କା ଓ ବିଭିନ୍ନ ବ୍ରାଣ୍ଡର ୧୭ ଲିଟର ମଦ ଜବତ କରିଛି ।
ତେବେ କାହିଁକି ଘଟିଲା ଏଭଳି ଗଣ୍ଡଗୋଳ, ଘଟଣା ପଛର କାରଣ କଣ, ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ । କିମ୍ବା ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ସେଜି ସିଂଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)