• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିଜେପିକଂଗ୍ରେସ । ଘଟଣାକୁ ତିନି ଦିନ ବିତିବା ପରେ ବି କାହିଁକି ମୁଖ୍ୟମନ୍ତ୍ରୀ ଓ ପୋଲିସ୍ ଡିଜି ଚୁପ୍ ? ଏବେ ଯାଏଁ କେମିତି ପଦରେ ଅଛନ୍ତି ଗୃହମନ୍ତ୍ରୀ ଓ ଡିଜିପି ବୋଲି ପ୍ରଶ୍ନ କରିଛି ବିଜେପି । ପୋଲିସ୍ ହତ୍ୟା କଲା, ପୋଲିସ୍ କେମିତି ତଦନ୍ତ କରିବ ? କ୍ରାଇମବ୍ରାଞ୍ଚକୁ ତଦନ୍ତ ଦେଇ ରାଜ୍ୟ ସରକାର ଆରମ୍ଭରୁ ହିଁ ମାମଲାର ଫଇସଲା କରିଦେଲେ । ଏବେ ଯାଏଁ କ୍ରାଇମବ୍ରାଞ୍ଚ ଯେତିକି ମାମଲାର ତଦନ୍ତ କରିଛି ସେ ସବୁର ପରିଣାମ ଶୂନ । ତେଣୁ ତୁରନ୍ତ ଏହି ମାମଲାର ତଦନ୍ତ CBI ଦ୍ୱାରା କରିବାକୁ ବିଜେପି ଦାବି କରିଛି ।

ସେହିପରି କ୍ରାଇମବ୍ରାଞ୍ଚର ତଦନ୍ତକୁ ନେଇ ଆଶଙ୍କା ପ୍ରକାଶ କରିଛି କଂଗ୍ରେସ । ଘଟଣା ପଛରେ ରହିଛି ଗଭୀର ଷଡ଼ଯନ୍ତ୍ର । ଟପ୍ ଲେବଲ୍ ଲୋକ ଏଥିରେ ସାମିଲ ଥିବା ଭଳି ସାଂଘାତିକ ଅଭିଯୋଗ ଆଣିଛି କଂଗ୍ରେସ । କାହିଁକି ଗୃହମନ୍ତ୍ରୀ ପଦ ଛାଡ଼ୁନାହାନ୍ତି ବୋଲି ପ୍ରଶ୍ନ କରିବା ସହ SIT ତଦନ୍ତ କଲେ ସବୁ ସତ ପଦାକୁ ଆସିବ ବୋଲି ଦୋହରାଇଛନ୍ତି କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ ।

ଅଧିକ ପଢ଼ନ୍ତୁ: ଓଡ଼ିଶା ଇତିହାସରେ କଳଙ୍କ, ସାରା ରାଜ୍ୟରେ ଚାଞ୍ଚଲ୍ୟ ! ବର୍ଦ୍ଦିରେ ଥାଇ ମନ୍ତ୍ରୀଙ୍କୁ ଗୁଳି କଲେ ପୋଲିସ୍ ASI

ସେପଟେ ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ସମୟକୁ ନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି ବିରୋଧୀ ଦଳ ନେତା ଜୟନାରାଣ ମିଶ୍ର । ଗୁଳିକାଣ୍ଡ ପରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ସେ ଶୁଣିବାକୁ ପାଇଥିବା କହିଛନ୍ତି । ତାକୁ ନେଇ ଡ୍ରାମା କରିବାର କଣ ଆବଶ୍ୟକତା ଥିଲା ବୋଲି ପ୍ରଶ୍ନ ଉଠାଇଛନ୍ତି ଜୟନାରାୟଣ। ନବ ଦାସଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର ଲାଗି ଝାରସୁଗୁଡ଼ା ହସ୍ପିଟାଲ କର୍ତ୍ତୃପକ୍ଷ ସାର୍ଟିଫାଏ କରିଥିଲେ କି ବୋଲି ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି । ତେବେ ଜୟନାରାୟଣଙ୍କ ଅଭିଯୋଗ ନେଇ ମେଡିକାଲ କର୍ତ୍ତୃପକ୍ଷ କିମ୍ବା ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଗତ ରବିବାର ଦିନ ୧୨ଟା ୧୫ ମିନିଟରେ ମନ୍ତ୍ରୀ ନବ ଦାସଙ୍କୁ ବ୍ରଜରାଜନଗରରେ ଗୁଳି ମାଡ଼ ହୋଇଥିଲା । ତାଙ୍କୁ ପ୍ରଥମେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ନିଆଯାଇଥିଲା । ପରେ ତାଙ୍କୁ ଭୁବନେଶ୍ୱର ଏୟାର ଲିଫ୍ଟ କରାଯାଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେହିଦିନ ସଂଧ୍ୟାରେ ତାଙ୍କର ମୃତ୍ୟୁ ହୋଇଥିବା ଘୋଷଣା କରାଯାଇଥିଲା।