Advertisment

Subhadra Yojana Odisha: ‘ସୁଭଦ୍ରା’ ଟଙ୍କା ପାଇନଥିବା ମହିଳାଙ୍କୁ ମନ୍ତ୍ର ଦେଲେ ପ୍ରଭାତୀ; କହିଲେ...

ବ୍ୟାଙ୍କ ଆକାଉଣ୍ଟ, ଆଧାର ଓ ମୋବାଇଲ ନମ୍ବର ମଧ୍ୟରେ ସମନ୍ୱୟ ନଥିବାରୁ ସେମାନେ ସୁଭଦ୍ରା ଯୋଜନାରୁ ବଞ୍ଚିତ ହେଉଛନ୍ତି। ତେବେ ସୁଭଦ୍ରା ଟଙ୍କା ପାଇନଥିବା ମହିଳା କିପରି ଟଙ୍କା ପାଇବେ ସେନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।

author-image
Sonali Ojha
ଅଦ୍ୟତନ ହୋଇଛି
Prabhati Parida On Subhadra Yojana Odisha

Subhadra Yojana

ଚଳିତମାସ ୨୪ ତାରିଖରେ ମିଳିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା । ୨୦ ଲକ୍ଷରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ ୫ ହଜାର ଟଙ୍କା ଦିଆଯିବ । ମାତ୍ର ଏହି ଯୋଜନାରେ ୨ ଲକ୍ଷ ୬୭ ହଜାର ଆପ୍ଲିକେସନ ରିଜେକ୍ସନ ତାଲିକା ବିଭିନ୍ନ ବ୍ଲକକୁ ଯାଇଛି। ପ୍ରାୟ ୫ ଲକ୍ଷ ପାଖାପାଖି ଆବେଦନର ବ୍ୟାଙ୍କ ଆକାଉଣ୍ଟ, ଆଧାର ଓ ମୋବାଇଲ ନମ୍ବର ମଧ୍ୟରେ ସମନ୍ୱୟ ନଥିବାରୁ ସେମାନେ ସୁଭଦ୍ରା ଯୋଜନାରୁ ବଞ୍ଚିତ ହେଉଛନ୍ତି। ତେବେ ସୁଭଦ୍ରା ଟଙ୍କା ପାଇନଥିବା ମହିଳା କିପରି ଟଙ୍କା ପାଇବେ ସେନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।

Advertisment

ଯୋଜନାରୁ ଯେମିତି ଜଣେ ହେଲେ ଯୋଗ୍ୟ ହିତାଧିକାରୀ ବାଦ୍ ପଡିବେନି ସେଥିପାଇଁ ସରକାର ଯତ୍ନବାନ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୫ ଲକ୍ଷ ପାଖାପାଖି ଆବେଦନର ବ୍ୟାଙ୍କ ଆକାଉଣ୍ଟ, ଆଧାର ଓ ମୋବାଇଲ ନମ୍ବର ମଧ୍ୟରେ ସମନ୍ୱୟ ନାହିଁ। ତେଣୁ ସେମାନଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବାରେ ଅସୁବିଧା ହେଉଛି। ତେଣୁ ସମସ୍ତେ ଗୋଟିଏ ଆକାଉଣ୍ଟ ସହ ଗୋଟିଏ ମୋବାଇଲ ନମ୍ବର ଯୋଡନ୍ତୁ ବୋଲି ନିବେଦନ କରିଛନ୍ତି ଉପମୁଖମନ୍ତ୍ରୀ । ଆସନ୍ତା ୨୪ ତାରିଖରେ ଯେଉଁମାନେ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ପାଇବାରୁ ବଂଚିତ ହେବେ, ପୁନଃ ତଦନ୍ତ କରାଯାଇ, ସେମାନଙ୍କୁ ସାମିଲ କରାଯିବ ।

ଅଧିକ ପଢ଼ନ୍ତୁ: Ration Card: ‘ନଭେମ୍ବରରେ ସରିବ E-KYC ଯାଞ୍ଚ, ଜାନୁଆରୀରୁ ଦିଆଯିବ ନୂଆ ରାସନ କାର୍ଡ’

Advertisment

ଏହା ପରେବି ଯଦି କେହି ବଞ୍ଚିତ ହେଲେ ତେବେ ୨୪ ତାରିଖ ପରେ ଗାଁ ଗାଁକୁ ଯିବ ଟିମ୍ । ଅଙ୍ଗନବାଡ଼ି କର୍ମୀ ବ୍ୟକ୍ତିଗତ ଭାବେ ଯାଇ ଭେରିଫିକେସନ କରିବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ତେବେ ଆସନ୍ତା ୨୪ ତାରିଖରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ହିତାଧିକାରୀଙ୍କୁ ମିଳିବ। ଏଥିପାଇଁ ଏଥର ସୁନ୍ଦରଗଡ଼ରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ପୂର୍ବରୁ ସମୁଦାୟ ୧ କୋଟି ୨ ଲକ୍ଷ ମହିଳାଙ୍କୁ ଯୋଜନାରେ ସାମିଲ କରାଯିବାକୁ ସରକାର କହିଥିବା ବେଳେ ଏବେ ଆହୁରି ୨୦ ଲକ୍ଷ ହିତାଧିକାରୀଙ୍କୁ ଯୋଡ଼ାଯିବାର ଲକ୍ଷ୍ୟ ରହିଛି ।

ବଳକା ସବୁ ଯୋଗ୍ୟ ମହିଳାଙ୍କୁ ଡିସେମ୍ବର ମାସରେ ପ୍ରଥମ ପର୍ଯ୍ୟାୟ ଟଙ୍କା ମିଳିଯିବ । ସବୁଠାରୁ ବଡ଼କଥା ହେଲା କେହି ଜଣେ ବି ଯୋଗ୍ୟ ହିତାଧିକାରୀ ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିବେ ନାହିଁ ବୋଲି ଆଶ୍ବାସନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । କହିଛନ୍ତି ବାରମ୍ବାର ଆବେଦନ କରି ସାମାନ୍ୟ ଭୁଲ ଭଟକା ପାଇଁ ଏହି ଯୋଜନାରୁ ବାଦ୍ ପଡ଼ିଛନ୍ତି ସେମାନେ ନିରାଶ ହେବାର କାରଣ ନାହିଁ । ଦୁଇଟି ପର୍ଯ୍ୟାୟରେ ଏପର୍ଯ୍ୟନ୍ତ ମୋଟ୍ ୬୦ ଲକ୍ଷ ୬୭ ହଜାର ମହିଳା ସୁଭଦ୍ରାରେ ସାମିଲ ହୋଇ ଟଙ୍କା ପାଇ ସାରିଛନ୍ତି।

ସୂଚନା ଅନୁସାରେ ସେପ୍ଟେମ୍ବର ୧୭ରେ ଆରମ୍ଭ ହୋଇଥିଲା ସୁଭଦ୍ରା ଯୋଜନା । ଭୁବନେଶ୍ୱରର ଜନତା ମୈଦାନରେ ହଜାର ହଜାର ମହିଳାଙ୍କ ଉପସ୍ଥିତିରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ପ୍ରଥମ ଦଫାରେ ପ୍ରାୟ ୨୫ ଲକ୍ଷ ମହିଳାଙ୍କ ଖାତାକୁ ଟଙ୍କା ଯାଇଥିଲା । ସେହିପରି ଅକ୍ଟୋବର ୯ରେ ମହିଳାଙ୍କ ଖାତାକୁ ଆସିଥିଲା ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା । ବାରିପଦା ସଭାରେ ମୁଖ୍ୟମନ୍ତ୍ରୀ ଟଙ୍କା ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ପଠାଇଥିଲେ । ୩୫ ଲକ୍ଷରୁ ଅଧିକ ମହିଳାଙ୍କ ଆକାଉଣ୍ଟ ଗଲା ୫ ହଜାର ଲେଖାଏଁ ମୋଟ୍ ୧୭୫୦ କୋଟିରୁ ଅଧିକ ଟଙ୍କା । ଦୁଇଟି ପର୍ଯ୍ୟାୟରେ ଆଜି ସୁଦ୍ଧା ୬୦ ଲକ୍ଷରୁ ଅଧିକ ମହିଳା ଉପକୃତ ହୋଇଛନ୍ତି।

ଅଧିକ ପଢ଼ନ୍ତୁ: Settlement Rules: ବଦଳିବ 'ଥଇଥାନ' ନିୟମ ! ଚାକିରି ନ ହେଲେ ମିଳିପାରେ ମୋଟା ଅଙ୍କର ଆର୍ଥିକ ସହାୟତା

Odisha News Odisha Govt Subhadra
Advertisment
Advertisment