• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ନୂଆ ବର୍ଷରୁ ମିଳିବ ନୂଆ ରାସନ କାର୍ଡ । ଜାନୁଆରୀରେ ନୂଆ ରାସନ କାର୍ଡ ମିଳିବା ନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି, ଜୁଲାଇ ମାସରୁ ଆରମ୍ଭ ହୋଇଥିବା ରାସନ କାର୍ଡର ଇ-କେୱାଇସି ଯାଞ୍ଚ ଚଳିତ ମାସରେ ଶେଷ ହେବ । ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ଜାନୁଆରୀରେ ନୂଆ ରାସନ କାର୍ଡ ପ୍ରଦାନ କରାଯିବ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଅନୁଯାୟୀ, ଯେଉଁମାନେ ଯୋଗ୍ୟ ବିବେଚିତ ହେବେ ସେମାନଙ୍କୁ ଆସନ୍ତା ଜାନୁଆରୀ ମାସରେ ରାସନ କାର୍ଡ ବଣ୍ଟନ କରାଯିବ । ସେପଟେ ଏବେ ଯାଏଁ ୧୬ ଲକ୍ଷରୁ ଅଧିକ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ଅଧିକ ପଢ଼ନ୍ତୁ: Settlement Rules: ବଦଳିବ 'ଥଇଥାନ' ନିୟମ ! ଚାକିରି ନ ହେଲେ ମିଳିପାରେ ମୋଟା ଅଙ୍କର ଆର୍ଥିକ ସହାୟତା

ପୁରା ପ୍ରକ୍ରିୟାରେ ସ୍ବଚ୍ଛତା ଆଣିବା ପାଇଁ ରାସନ କାର୍ଡ ହିତାଧିକାରୀଙ୍କ ଆଧାର କାର୍ଡ ଆଧାରିତ E-KYC ଅପଡେଟ୍ କରାଯାଉଛି । ଡିଲର୍ ପଏଣ୍ଟଗୁଡ଼ିକରେ ହିତାଧିକାରୀଙ୍କ ନାଁ ଯାଞ୍ଚ କରାଯିବା ପରେ ଇ-ପିଓଏସ୍ ମେସିନରେ ଟିପ ଚିହ୍ନଦେଇ ଆଧାର କାର୍ଡ ନମ୍ବର ସହ ଅପଡେଟ୍ କରାଯାଉଛି । ତେବେ ରାଜ୍ୟରେ ପାଖାପାଖି ୨୫ ଲକ୍ଷ ଭୂତ ହିତାଧିକାରୀ ରହିଥିବା ପୂର୍ବରୁ ବିଧାନସଭାରେ କହିଥିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ନାଁ ନଥାଇ କିଏ ରାସନ୍ ନେଉଛି ତ କିଏ ମରିବାର ବର୍ଷ ବର୍ଷ ବିତିଥିଲେ ବି ରାସନକାର୍ଡରୁ ନାଁ କଟିନି । ହଜାର ହଜାର ବଡ଼ ବଡିଆ ବି ଉଠାଉଛନ୍ତି ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାର ଲାଭ ।

ଏହି ଭୂତ ହିତାଧିକାରୀମାନଙ୍କୁ ବାଦ୍ ଦେବାକୁ ଇ-କେୱାଇସି ଯାଂଚ୍ ଚାଲିଛି । ହିତାଧିକାରୀଙ୍କ ପରିବାରର ସମସ୍ତ ସଦସ୍ୟଙ୍କ ପାଇଁ E-KYC ବାଧ୍ୟତାମୂଳକ କରାଯାଇଛି । ସେହିପରି ପରିବାରରୁ କୌଣସି ସଦସ୍ୟ ଭିନ୍ନ ହୋଇଥିଲେ, ଯଦି ଆବଶ୍ୟକ ମାନଦଣ୍ଡ ପୂରଣ କରୁଥିବେ ସେମାନଙ୍କୁ ମଧ୍ୟ ଯୋଜନାରେ ସାମିଲ କରାଯିବ । ସେପଟେ ରାସନ କାର୍ଡ କେବେ ମିଳିବ ସେଥିପାଇଁ ଚାତକ ପରି ଚାହିଁ ରହିଛନ୍ତି ଆବେଦନକାରୀ । ରାସନକାର୍ଡ ପାଇଁ ୯ ଲକ୍ଷ ନୂଆ ହିତାଧୀକାରୀ ଆବେଦନ କରି ଅପେକ୍ଷାରେ ଅଛନ୍ତି ।

ନୂଆ ହିତାଧିକାରୀ ଚୟନ ନିମନ୍ତେ ସରକାର ୧୨ଟି ‘ସ୍ବତଃ ଯୋଗ ହେବା’ ମାନଦଣ୍ଡ ଓ ୧୦ଟି ‘ବାଦ ଦେବା’ ମାନଦଣ୍ଡ ନିର୍ଦ୍ଧାରଣ କରିଛନ୍ତି । ଅନ୍ୟପଟେ ହିତାଧିକାରୀଙ୍କ ତଥ୍ୟାବଳୀକୁ ସ୍ବଚ୍ଛ ଓ ପାରଦର୍ଶୀ କରିବା ଉଦ୍ଦେଶ୍ୟରେ ଇ-କେୱାଇସି ଯାଞ୍ଚ କରିବାକୁ ପଦକ୍ଷେପ ନିଆଯାଇଛି ।

ଅଧିକ ପଢ଼ନ୍ତୁ: ନର୍ସଙ୍କ ଡ୍ରେସ୍‌ରେ ରହିବ ସମ୍ବଲପୁରୀ ଛିଟ

OTV is now on Whatsapp

Join and get latest news update delivered to you via whatsapp

Join Now