Advertisment

ମହିଳାଙ୍କୁ ମିଳିଲା ଦଶହରା ଭେଟି, ଆଉ ୩୫ ଲକ୍ଷ ହିତାଧିକାରୀ ପାଇଲେ ‘ସୁଭଦ୍ରା’ ଟଙ୍କା

ମହାଷଷ୍ଠୀର ଶୁଭ ମୁହୂର୍ତ୍ତରେ ମହିଳାଙ୍କୁ ମିଳିଛି ଦ୍ବିତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା। ବାରିପଦା ସଭାରୁ ପ୍ରାୟ ୩୫ ଲକ୍ଷ ମହିଳାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବାଣ୍ଟିଛନ୍ତି ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ସହାୟତା ରାଶି।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
undefined

Subhadra Yojana

ମହିଳାଙ୍କୁ ମିଳିଲା ଦଶରା ଭେଟି । ଖାତାକୁ ଆସିଲା ସୁଭଦ୍ରା ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ଟଙ୍କା । ବାରିପଦା ସଭାରେ ମୁଖ୍ୟମନ୍ତ୍ରୀ ପଠାଇଲେ ଟଙ୍କା। ୩୫ ଲକ୍ଷରୁ ଅଧିକ ମହିଳାଙ୍କ ଆକାଉଣ୍ଟ ଗଲା ୫ହଜାର ଲେଖାଏଁ ମୋଟ୍ ୧୭୫୦ କୋଟିରୁ ଅଧିକ ଟଙ୍କା । ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୨୫ ଲକ୍ଷ ମହିଳା ସୁଭଦ୍ରା ଟଙ୍କା ପାଇଥିଲେ। ଫଳରେ ଦୁଇଟି ପର୍ଯ୍ୟାୟରେ ଆଜି ସୁଦ୍ଧା ୬୦ ଲକ୍ଷରୁ ଅଧିକ ମହିଳା ଉପକୃତ ହୋଇଛନ୍ତି। ଯେକୌଣସି ସରକାରୀ ଯୋଜନାରେ ମାସକ ଭିତରେ କୋଟିଏ ମହିଳା ଯୋଡ଼ି ହେବା ଏକ ରେକର୍ଡ ।

Advertisment

ଏଯାବତ୍ ୧ କୋଟି ୬୦ ଲକ୍ଷ ସୁଭଦ୍ରା ଫର୍ମ ବଣ୍ଟନ କରାଯାଇଛି, ଏବଂ ସେଥିରୁ ପ୍ରାୟ ୧ କୋଟି ୫୦ ହଜାର ମହିଳାଙ୍କ ଫର୍ମ ରେଜିଷ୍ଟ୍ରେସନ ହୋଇଛି । ବାକି ରହିଥିବା ସମସ୍ତ ଯୋଗ୍ୟ  ହିତାଧିକାରୀମାନଙ୍କୁ ଖୁବଶୀଘ୍ର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ସହାୟତା ରାଶି ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ରାଜ୍ୟ ସରକାରଙ୍କ ମହିଳା ସଶକ୍ତୀକରଣ ଏବଂ ମହିଳାଙ୍କ ବିକାଶ ପ୍ରତି ଥିବା ଦୃଢ଼ ଇଚ୍ଛାଶକ୍ତିକୁ ପ୍ରତିପାଦିତ କରୁଥିବା କହିଛନ୍ତି ପ୍ରଭାତୀ।

ଏହି ଅବସରରେ ସୁଭଦ୍ରା ଯୋଜନାର ପ୍ରଥମ ଓ ୧ କୋଟିତମ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଛନ୍ତି । ବିୟୁଟି ପାର୍ଲର ଚଳାଉଥିବା ପ୍ରଥମ ହିତାଧିକାରୀ ଉମାରାଣୀ ମହାନ୍ତିଙ୍କୁ ଏକ ବିୟୁଟି ପାର୍ଲର କିଟ୍ ଏବଂ ୧ କୋଟିତମ ହିତାଧିକାରୀ ଦୟାମଣି କୁଜରଙ୍କୁ ମଧ୍ୟ ଏକ କିଟ୍ ପ୍ରଦାନ କରାଯାଇଥିଲା । ସେପଟେ ସୁଭଦ୍ରା ଯୋଜନାରେ ଆଜି ଟଙ୍କା ପାଇବା ପରେ ହିତାଧିକାରୀଙ୍କ ଖୁସି କହିଲେ ନସରେ। କିଏ ଏହାକୁ ଛୋଟମୋଟ ବ୍ୟବସାୟରେ ଲଗାଇବେ ବୋଲି କହିଛନ୍ତି ତ ଆଉ କିଏ ନିଜ ପାଠପଢ଼ାରେ ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖିଛନ୍ତି।

Advertisment

ସେପଟେ ବାରିପଦା ସଭାରେ ତତକାଳୀନ ନବୀନ ସରକାରକୁ କଡ଼ା ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେ କହିଛନ୍ତି, ଗତ ସରକାରଙ୍କ ମହିଳା ସଶକ୍ତୀକରଣ କେବଳ ସ୍ଲୋଗାନରେ ସୀମିତ ଥିଲା’ । ପୂର୍ବ ସରକାର କେବଳ ଇଭେଣ୍ଟ ମ୍ୟାନେଜମେଣ୍ଟ କରୁଥିଲେ। ମହିଳାଙ୍କୁ ଋଣ ଦେବା ନାଁରେ ମହାଜନୀ କାରବାର କରାଉଥିଲେ ନବୀନ ସରକାର । ଆମ ସରକାର କିନ୍ତୁ ମହିଳାମାନଙ୍କୁ ବିକାଶ ଯାତ୍ରାରେ ସାମିଲ କରୁଛି। ଯାହାର ଜବାବ ରଖିଛି ବିଜେଡି।

କିଛି ଲୋକ ସୁଭଦ୍ରା ଯୋଜନା ପାଇଁ ଦୁଇ ଥର ଆବେଦନ କରିଦେଉଛନ୍ତି । ଏପରି କରିବା ଆବଶ୍ୟକ ନାହିଁ ବୋଲି ଉପମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଆହୁରି ମଧ୍ୟ କହିଛନ୍ତି କାହାର ବି ଆବେଦନ ରିଜେକ୍ଟ ହେବନାହିଁ । ଯେଉଁମାନେ ଯୋଗ୍ୟ, ସମସ୍ତଙ୍କୁ ସୁଭଦ୍ରା ଟଙ୍କା ମିଳିବ ।

Subhadra Mohan Majhi
Advertisment
Advertisment