/odishatv-khabar/media/post_attachments/uploadimage/library/16_9/16_9_0/IMAGE_1732800691.jpg)
IT Raid at Julia Patnaik's Office
ଭୁବନେଶ୍ୱରରେ ଶିଳ୍ପପତି ଜୁଲିଆ ପଟ୍ଟନାୟକଙ୍କ ଅଫିସ୍ରେ IT ରେଡ୍ । ଏସ୍.ଏନ୍. ମହାନ୍ତି କଂପାନୀ ସହ ଲିଙ୍କ୍ ପାଇଁ ଆଇଟି ପକ୍ଷରୁ ରେଡ୍ କରାଯାଇଥିବା ସୂଚନା । ଗତକାଲି ଓ ପଅରିଦିନ ଜୁଲିଆଙ୍କ ଅଫିସ୍ରେ ରେଡ୍ କରିଥିଲା IT । ଏସ୍.ଏନ୍ ମହାନ୍ତି କଂପାନୀଠାରୁ ଲୁହାପଥର କିଣିବା ଲିଙ୍କ୍ରେ ରେଡ୍ ହୋଇଛି । ତେବେ ରେଡ୍ ନେଇ ଜୁଲିଆ ପଟ୍ଟନାୟକ କିମ୍ବା ତାଙ୍କ ଅଫିସ୍ର ପ୍ରତିକ୍ରିୟା ମିଳି ପାରିନାହିଁ ।
ଏସ୍.ଏନ୍ ମହାନ୍ତି କଂପାନୀଠାରୁ ଲୁହାପଥର କାରବାରରେ ହିଁ ଟିକସ ଫାଙ୍କିଥିବା ନେଇ ଅଭିଯୋଗ ପାଇଁ ଆଇଟି ରେଡ୍ ହୋଇଛି । କେତେ ପରିମାଣର ଟିକସ ଫାଙ୍କିଛନ୍ତି, ଆଉ କିଏ କିଏ ଏଥିରେ ସାମିଲ୍ ରହିଛନ୍ତି, ଏହାକୁ ନେଇ ଆୟକର ବିଭାଗ ବର୍ତ୍ତମାନ ଖୋଳତାଡ କରୁଛି । ଅଫିସ୍ରେ ରେଡ୍ କରିବା ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ଜବତ ହୋଇଥିବା ସୂଚନା ମିଳିଛି ।
ଅଧିକ ପଢ଼ନ୍ତୁ:ଖଲିସ୍ତାନୀ ଆତଙ୍କୀ ଟାର୍ଗେଟରେ କି ଡିଜିପି- ଆଇଜି ସମ୍ମିଳନୀ ?
ମିଳିଥିବା ସୂଚନା ଅନୁସାରେ, ଦୁଇ କମ୍ପାନୀ ମଧ୍ୟରେ କେତେ ପରିମାଣର କାରବାର ହୋଇଛି ଓ ଏହା ସହ ଉଭୟ କେତେ ପରିମାଣର ଟିକସ ଫାଙ୍କିଛନ୍ତି ତାହା ଆୟକର ବିଭାଗ ବର୍ତ୍ତମାନ ଖୋଳତାଡ କରୁଛି । ତେବେ ଜୁଲିଆଙ୍କର ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ନାହିଁ, ଏଣୁ ସଠିକ୍ ଭାବେ ତାଙ୍କ କମ୍ପାନୀର କ’ଣ ଭୂମିକା ରହିଛି ତାହା ଜଣା ପଡ଼ିନାହିଁ ।
ତେବେ ଯାହା ଜଣାପଡ଼ୁଛି, ଏହି ଟିକସ ବର୍ଷ ବର୍ଷ ଧରି ଉଭୟ କମ୍ପାନୀ ଫାଙ୍କି ଆସୁଛନ୍ତି । କୋଟି କୋଟି ପରିମାଣର ଟିକସ ଫାଙ୍କିଥିବା ନେଇ ଆୟକର ବିଭାଗ ଆଶଙ୍କା କରିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ସବିଶେଷ ତଥ୍ୟ ହସ୍ତଗତ ହୋଇନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)