/odishatv-khabar/media/post_attachments/uploadimage/library/16_9/16_9_0/IMAGE_1731665609.jpg)
ବାଲିଯାତ୍ରା ପାଇଁ ଟ୍ରାଫିକ୍ କଟକଣା
ଆଜିଠୁ କଟକ ପ୍ରସିଦ୍ଧ ବାଲିଯାତ୍ରା ଆରମ୍ଭ ହେଉଛି । ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହାର ଉଦଘାଟନ କରିବେ । ଏଥର ଉପର ଓ ତଳ ପଡ଼ିଆ ମିଶାଇ ମୋଟ ୨୫ ଶହରୁ ଉର୍ଦ୍ଧ ଷ୍ଟଲ୍ ପ୍ରସ୍ତୁତ ହୋଇଛି । କଟକ ବାଲିଯାତ୍ରା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି କରାଯାଇଛି । ଆସନ୍ତାକାଲିଠାରୁ ୨୨ ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । ଦିନ ୨ଟାରୁ ଭିଡ଼ ଭାଙ୍ଗିବା ପର୍ଯ୍ୟନ୍ତ ଏହି କଟକଣା ଲାଗୁ ରହିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ଟ୍ରାଫିକ୍ କଟକଣା ଅନୁସାରେ, ଭୁବନେଶ୍ବରରୁ ନନ୍ଦନକାନନ, ବାରଙ୍ଗ, ତ୍ରିଶୂଳିଆ ଏବଂ କାଠଯୋଡି ରିଂ ରୋଡ୍ ଦେଇ ଖାନନଗର ପଟୁ ଆସୁଥିବା ସମସ୍ତ ତିନି ଚକିଆ ଓ ଚାରି ଚକିଆ ଯାନ ବେଲଭିୟୁ (ଜୁଡିସିଆଲ ଏକାଡ଼େମୀ), ସତୀଚୌରା ଛକ, ସେଲଟର ଛକ ଓ କନିକା ଛକ ଦେଇ ବାଲିଯାତ୍ରା ପଡ଼ିଆ ଆଡ଼କୁ ଯାଇ ପାରିବେ ନାହିଁ । ସେମାନେ ବେଲଭିୟୁ ଛକରୁ ସିଡିଏ ୧୧ ଛକ ଦେଇ ବିଜୁ ପଟ୍ଟନାୟକ ପାର୍କ, ଭୁଆସୁଣୀ ପଡ଼ିଆ କିମ୍ବା କୃଷକ ବଜାର ପଡ଼ିଆରେ ଗାଡି ପାର୍କିଂ କରିବେ। ସେଠାରୁ ସେମାନେ ପ୍ରଶାସନ ଯୋଗାଇଥିବା ଗାଡିରେ ବାଲିଯାତ୍ରା ପଡିଆ ପର୍ଯ୍ୟନ୍ତ ଆସିପାରିବେ ।
ଅଧିକ ପଢ଼ନ୍ତୁ: Paradeep Boita Bandana Utsav 2024: ‘ପାରାଦୀପ ହେଉଛି ପ୍ରଗତିର ମୁଖଶାଳା, ଡବଲ ଇଞ୍ଜିନ ସରକାର ଓଡ଼ିଶାର ବିକାଶକୁ ଦୁଇଗୁଣା କରିବ’: Mohan Majhi
ସେହିପରି ଆଠଗଡ଼, ବାଙ୍କୀ ପଟୁ ଆସୁଥିବା ତିନି ଚକିଆ ଓ ଚାରି ଚକିଆ ଯାନ ନରାଜ ସେତୁ ଓ ମଧୁସୂଦନ ସେତୁ ଦେଇ ବିଜୁପଟ୍ଟନାୟକ ପାର୍କ କିମ୍ବା ଭୁଆସୁଣୀ ପଡିଆରେ ଗାଡି ପାର୍କିଂ କରିବେ ।
ସେହିପରି ସତୀ ଚଉରା ଛକରୁ ଦୁଇ ଚକିଆ ଯାନଗୁଡ଼ିକ ସେଲ୍ଟର ଛକ ଓ କନିକା ଛକ ଦେଇ ଦୟାଶ୍ରମ ସାମ୍ନା ପଡ଼ିଆ କିମ୍ବା କାର୍ତ୍ତିକେଶ୍ବର ଗଡ଼ାର ବାମପଟ ପଡ଼ିଆରେ ଗାଡ଼ି ପାର୍କିଂ କରିପାରିବେ ।
ଚହଟା ଛକରୁ କୌଣସି ତିନି ଚକିଆ ଓ ଚାରି ଚକିଆ ଯାନ ସିଧା ହରିଣ ପାର୍କ ଦେଇ ବାଲିଯାତ୍ରା ପଡ଼ିଆକୁ ଯାଇପାରିବେ ନାହିଁ । ସେହି ଗାଡ଼ିଗୁଡ଼ିକ ଭୁଆସୁଣୀ ପଡ଼ିଆରେ ପାର୍କିଂ ହେବା ନେଇ ବ୍ୟବସ୍ଥା ହୋଇଛି ।
ଅଧିକ ପଢ଼ନ୍ତୁ: Gold Price Today, 15th November 2024: ସୁନା ଦରରେ ପରିବର୍ତ୍ତନ; ଜାଣନ୍ତୁ କେତେ ରହିଛି ଦାମ୍
ଭୁଆସୁଆଣୀ ପଡ଼ିଆ ଏବଂ ଚହଟା ପାଖରୁ କେବଳ ଦୁଇ ଚକିଆ ଯାନଗୁଡ଼ିକ ହରିଣ ପାର୍କ ପର୍ଯ୍ୟନ୍ତ ଆସି ବାଲିଯାତ୍ରା ପଡ଼ିଆ ପୂର୍ବରୁ ନିର୍ଦ୍ଧାରିତ କାର୍ତ୍ତିକେଶ୍ବର ଗଡ଼ା ପାଖ ପାର୍କିଂରେ ଗାଡ଼ି ରଖି ପାରିବେ ।
ହରିଣ ପାର୍କ ଛକରୁ କୌଣସି ତିନି ଚକିଆ ଓ ଚାରି ଚକିଆ ଯାନ ସିଧା ବାଲିଯାତ୍ରା ପଡ଼ିଆ ଆଡ଼କୁ ଯାଇପାରିବେ ନାହିଁ । ସେଗୁଡ଼ିକ ସେହି ଛକରୁ ଡାହାଣକୁ ଯାଇ ଖ୍ରୀଷ୍ଟିଆନ ପଡ଼ିଆରେ ଗାଡ଼ି ପାର୍କିଂ କରି ବାଲିଯାତ୍ରା ପଡ଼ିଆକୁ ଯାଇପାରିବେ । ଏହାସହ ମଧୁକୁଞ୍ଜ ପାର୍କ ପାଖରୁ କୌଣସି ଗାଡ଼ି ମଧୁସୂଦନ ପାଠାଗାର ଦେଇ ସିଧା ବାଲିଯାତ୍ରା ପଡ଼ିଆ ଆଡ଼କୁ ଆସିପାରିବେ ନାହିଁ।
ସେପହିପରି ବିଜୁ ପଟ୍ଟନାୟକ ଛକଠାରୁ କୌଣସି ତିନି ଚକିଆ ଓ ଚାରି ଚକିଆ ଯାନ ଦୟାଶ୍ରମ ରାସ୍ତାରେ ସିଧା ବାଲିଯାତ୍ରା ଆଡ଼କୁ ଯାଇପାରିବେ ନାହିଁ। ସେମାନେ ପାଖରେ ଥିବା ଖ୍ରୀଷ୍ଟିଆନ ପଡ଼ିଆରେ ଗାଡ଼ି ପାର୍କିଂ କରି ବାଲିଯାତ୍ରା ପଡ଼ିଆକୁ ଯାଇପାରିବେ।
ବିଜୁ ପଟ୍ଟନାୟକ ଛକଠାରୁ କେବଳ ଦୁଇ ଚକିଆ ଦୟାଶ୍ରମ ରାସ୍ତାରେ ଯାଇ ବାମ ପଟେ ଥିବା ପଡ଼ିଆରେ ଗାଡ଼ି ପାର୍କିଂ କରି ବାଲିଯାତ୍ରା ପଡ଼ିଆକୁ ଯାଇପାରିବେ।
କନିକା ଛକଠାରୁ କୌଣସି ତିନି ଚକିଆ ଓ ଚାରି ଚକିଆ ଯାନ ସିଧା ଚଣ୍ଡୀ ମନ୍ଦିର ଛକ ଦେଇ ବାଲିଯାତ୍ରା ଆଡ଼କୁ ଯାଇପାରିବେ ନାହଁ। ସେହିପରି ଚଣ୍ଡୀ ମନ୍ଦିରଛକଠାରୁ କୌଣସି ତିନି ଚକିଆ ଓ ଚାରି ଚକିଆ ଯାନ ସିଧା କନଭେଣ୍ଟ ସ୍କୁଲ ଛକ ଦେଇ ବାଲିଯାତ୍ରାକୁ ଯାଇପାରିବେ ନାହିଁ । ସେମାନେ ବିଜୁ ପଟ୍ଟନାୟକ ଛକ ଦେଇ ଆନନ୍ଦ ଭବନ ପାଖରେ ଥିବା ଖ୍ରୀଷ୍ଟିୟାନ ପଡ଼ିଆ କିମ୍ବା ଗୋରାକବର ପଡ଼ିଆରେ ଗାଡି ପାର୍କିଂ କରି ବାଲିଯାତ୍ରାକୁ ଯାଇପାରିବେ ।
ସମାଜ ଅଫିସ ଛକଠାରୁ କୌଣସି ତିନି ଚକିଆ ଓ ଚାରି ଚକିଆ ଯାନ ନାରୀ ସେବା ସଦନ ଛକ ଦେଇ ସିଧା ବାଲିଯାତ୍ରା ପଡ଼ିଆ ଆଡ଼କୁ ଯାଇପାରିବେ ନାହିଁ । ନାରୀ ସେବା ସଦନ ଛକ ଏବଂ ଓଡ଼ିଶା ପୋଲିସ ଆସୋସିଏସନ ଛକଠାରୁ କୌଣସି ଗାଡ଼ି ସିଧା ମଧୁସୂଦନ ଷ୍ଟାଚ୍ୟୁ ଆଡକୁ ଯାଇପାରିବେ ନାହିଁ ।
ଅଧିକ ପଢ଼ନ୍ତୁ: 50 Lakh Recovered From Tyre: ଚାଲିଛି ନିର୍ବାଚନ: ଗାଡ଼ି ଟାୟାର ଭିତରୁ ମିଳିଲା ପୁଳା ପୁଳା ଟଙ୍କା; ଦେଖନ୍ତୁ ଭିଡ଼ିଓ...
ବକ୍ସିବଜାର ଫାୟାର ଷ୍ଟେସନ୍ ଛକଠାରୁ କୌଣସି ତିନି ଚକିଆ ଓ ଚାରି ଚକିଆ ଯାନ ରିଜର୍ଭ ପୋଲିସ ଲାଇନ ଦେଇ ବାଲିଯାତ୍ରା ପଡ଼ିଆ ଆଡ଼କୁ ଯାଇପାରିବେ ନାହିଁ। ସେମାନେ ନାରୀ ସେବା ସଦନ ଛକରୁ ଡାହାଣକୁ ଯାଇ କଳାବିକାଶ କେନ୍ଦ୍ର ଓ ପି.ଏଚ.ଡି ଅଫିସ ଛକ ଦେଇ ଦୟାଶ୍ରମ ସାମ୍ନାରେ ଗାଡି ପାର୍କିଂ କରି ବାଲିଯାତ୍ରାକୁ ଯାଇପାରିବେ ।
ଯୋବ୍ରା ଓ ମାତାମଠ ପଟୁ ଆସୁଥିବା ସମସ୍ତ ଯାନ ବୋଷ ଇଞ୍ଜିନୟରିଂ କଲେଜ ପାଖ ପଡ଼ିଆ, ମାତାମଠ ପାର୍ଶ୍ୱ ପଡ଼ିଆ କିମ୍ବା ଓଡ଼ିଶା ମୁଖ୍ୟ ବିଚାରପତିଙ୍କ ବାସଭବନ ପାଖରୁ ଡାହାଣପଟ ଗଡ଼ାରେ ଥିବା ଷ୍ଟାଣ୍ଡଗୁଡ଼ିକରେ ଗାଡ଼ି ପାର୍କିଂ କରି ବାଲିଯାତ୍ରାକୁ ଯାଇ ପାରିବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)