• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ଓଡ଼ିଶା ବାୟୁ ବି ପ୍ରଦୂଷିତ । ବିଷ ବଳୟ ଘେରକୁ ଆସିଲାଣି, ଭୁବନେଶ୍ବର ସମେତ ରାଜ୍ୟର ୬ ସହର । ସ୍ଥିତି ଯାହା, ରାଜଧାନୀର ଏୟାର କ୍ୱାଲିଟି ଇଣ୍ଡେକ୍ସ ମଡ୍ ରେଟରୁ POOR କ୍ବାଲିଟି ଛୁଇଁବାକୁ ବେଶୀ ଦିନ ଲାଗିବନି । ଆଜି ରାଜଧାନୀର AQI ୧୭୫ ଥିବାବେଳେ କଟକରେ ୧୫୫ ଥିଲା । ଯାହାକି ଗତବର୍ଷ ନଭେମ୍ବର ତୁଳନାରେ ଢେର ଅଧିକ ବୋଲି ମାନିଛି ରାଜ୍ୟ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ । ଏଣେ ଏକଥା ଶୁଣି ରାଜଧାନୀବାସୀ ଛାନିଆ ହୋଇଥିବାବେଳେ ଗଭୀର ଚିନ୍ତା ପ୍ରକଟ କଲେଣି ପରିବେଶବିତ୍ । 

ଦିଲ୍ଲୀ ରାସ୍ତାରେ ଭୁବନେଶ୍ବର । ସ୍ମାର୍ଟସିଟି ପବନରେ ବି ଭରି ଗଲାଣି ବିଷ । ବିଗିଡ଼ିବାରେ ଲାଗିଛି ଏୟାର କ୍ୱାଲିଟି ଇଣ୍ଡେକ୍ସ । ଖରାପ AQI କ୍ୟାଟାଗୋରୀ ମୁହାଁ ରାଜଧାନୀ ସମେତ ରାଜ୍ୟର ୭ ସହର । ଆଜି ସକାଳ ୧୦ଟାବେଳର ତଥ୍ୟ, ସେତେବଳକୁ ବିଏମସି ଏରିଆରେ ଏୟାର ଇଣ୍ଡେକ୍ସ କ୍ବାଲିଟି ଥିଲା ୧୭୨। ମଧ୍ୟାହ୍ନ ୧୨ଟାବେଳେ ପାୱାର ହାଉସ୍ ଛକରେ ଲାଗିଥିବା ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ଡିସପ୍ଲେର ସୂଚନା ଆଧାରରେ ସେତେବେଳକୁ ଓଭରାଲ୍ ଭୁବନେଶ୍ବରର AQI ଆହୁରି ୩ ପଏଣ୍ଟ ବଢ଼ି ୧୭୫ ଛୁଇଁ ସାରଥିଲା । ଯାହାକି ଗତକାଲିଠୁ ଏକାଥରେ ୧୫ ପଏଣ୍ଟ ଅଧିକ । ତେଣେ ବାୟୁ ପ୍ରଦୂଷଣର ଏଭଳି ହୁ ହୁ ସ୍ଥିତି ଦେଖି ଛାନିଆ ହେଲେଣି ଭୁବନେଶ୍ବର ବାସିନ୍ଦା । କଟକରେ ବି ଆଜି ଅପରାହ୍ନ ୩ଟା ସୁଦ୍ଧା ଏୟାର କ୍ବାଲିଟି ଇଣ୍ଡେକ୍ସ ୧୫୫ ଥିଲା । ସେପଟେ ରାଜ୍ୟର ଅନ୍ୟ ୫ ପ୍ରମୁଖ ସହର ଯେପରିକି ତାଳଚେର, ଅନୁଗୁଳ, ରାଉରକେଲା, ବାଲେଶ୍ୱର ଏବଂ ଯାଜପୁରର କଳିଙ୍ଗନଗରରେ ବି ଉଦବେଗ ଜନକ ସ୍ଥିତି ମୁହାଁ ହେବାରେ ଲାଗିଛି ବାୟୁ ପ୍ରଦୂଷଣ ସ୍ଥିତି।

ଅଧିକ ପଢ଼ନ୍ତୁ: ବାୟୁରେ ବିଷ ! ଦିଲ୍ଲୀ-NCRରେ ୭୫% ପରିବାର ଶ୍ୱାସଜନିତ ସମସ୍ୟାରେ ପୀଡ଼ିତ

ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସୂଚନା ଅଧାରରେ-ବାୟୁ ମଣ୍ଡଳରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ବା AQI ମାନ ଶୂନରୁ ୫୦ ମଧ୍ୟରେ ରହିଲେ ଗୁଡ୍, ୫୧ରୁ ୧୦୦ ଭିତରେ ସାଟିସଫ୍ୟାକଟୋରି, ୧୦୦ରୁ ୨୦୦ ମଧ୍ୟରେ ମଡରେଟ୍ ଓ ୨୦୧ରୁ ୩୦୦ ଭିତରେ ପୁଅର ବୋଲି ଧରାଯାଏ । ହେଲେ ରାଜଧାନୀର ପ୍ରଦୂଷଣ POOR ସ୍ଥିତିରେ ପହଞ୍ଚିବାକୁ ବେଶୀ ଦିନ ଲାଗିବନି । ଏମିତିକି ଗତବର୍ଷର ନଭେମ୍ବରରେ ଭୁବନେଶ୍ବର AQI ସନ୍ତୋଷଜନକ ଥିବାବେଳେ ଏବର୍ଷ ତାହା ଉଦବେଗ ଜନକ ସ୍ଥିତି ମୁହାଁ ହେଉଥିବା ମାନିଛନ୍ତି ଖୋଦ୍ ରାଜ୍ୟ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ପରିବେଶବିତ।ତାସହ ପ୍ରଶ୍ନ ଉଠିଛି- ହଠାତ୍ କାହିଁକି ବଢୁଛି ଭୁବନେଶ୍ୱରରେ ବାୟୁ ପ୍ରଦୂଷଣ ? ପରିବେଶବିତ୍‌ଙ୍କ ମତରେ ବହୁଳ ମାତ୍ରାରେ ବୃକ୍ଷ ଛେଦନ, କୋଠା ବାଡ଼ି ନିର୍ମାଣ, ଅବିରତ କଳ କାରଖାନାରୁ ଧୂଆଁ ନିର୍ଗମନ ଓ ଯାନ ବାହନ ଚଳାଚଳ ସଂଖ୍ୟାରେ ଅହେତୁକ ବୃଦ୍ଧି ହିଁ ଏହାର ପ୍ରମୁଖ କାରଣ । ଏହାର ପ୍ରତିକାର ପାଇଁ ସରକାର ବେଳହୁଁ ସଜାଗ ହେବା ଉଚିତ୍ ।

ବିଶ୍ବ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁସାରେ ବାୟୁ ପ୍ରଦୂଷଣର ଶିକାର ହୋଇ ପ୍ରତିବର୍ଷ ପୃଥିବୀରେ ୭୦ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟୁଛି । ବୃଦ୍ଧ, ଶିଶୁ ଓ ଶ୍ବାସକ୍ରିୟା ଜନିତ ରୋଗୀଙ୍କ ପାଇଁ ଏହା ଘାତକ ସାଜୁଛି । ବିଶ୍ବର ସର୍ବାଧିକ ପ୍ରଦୂଷିତ ୨୦ ସହର ମଧ୍ୟରେ କେବଳ ଭାରତରୁ ୧୩ଟି ରହିଛି । ସେଥିରୁ ରାଜଧାନୀ ଦିଲ୍ଲୀର AQI ମାନ ୫ଶହ ଉପରେ ଅର୍ଥାତ୍ ଅତି ସାଂଘାତିକ ସ୍ଥିତିରେ ପହଞ୍ଚି ସାରିଛି ।

ଅଧିକ ପଢ଼ନ୍ତୁ: ବିଷ ବଳୟରେ ରାଜଧାନୀ ଦିଲ୍ଲୀ; ୱାର୍କ ଫ୍ରମ ହୋମ୍‌ କରିବେ ୫୦% ସରକାରୀ କର୍ମଚାରୀ

  • Reported by:
  • ARACHANA SATPATHY , BIBARTAN PANDA

OTV is now on Whatsapp

Join and get latest news update delivered to you via whatsapp

Join Now