• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ହେନ୍ତାଳ ବଣ ପାଇଁ କମିଲା ବାତ୍ୟା କ୍ଷୟକ୍ଷତି । ଏହି ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ । ଭିତରକନିକା ହବାଳିଖଟି ନିକଟରେ ବାତ୍ୟାଟି ଲ୍ୟାଣ୍ଡଫଲ ହୋଇଥିଲେ ବି ସେଠାରେ ଥିବା ହେନ୍ତାଳବଣ ସୁରକ୍ଷା କବଚ ପାଲଟିଥିଲା ବୋଲି କହିଛନ୍ତି ପିସିସିଏଫ୍ । ଭିତରକନିକା ଜାତୀୟ ଉଦ୍ୟାନରେ ବିଶେଷ କ୍ଷତି ହୋଇ ନାହିଁ ।

ଜୀବଜନ୍ତୁ ସୁରକ୍ଷିତ ରହିଛନ୍ତି । ଏପରିକି କୋର୍ ଏରିଆରେ ଥିବା କୁମ୍ଭୀର ମାନେ ବି ସୁରକ୍ଷିତ ଅଛନ୍ତି । ବାତ୍ୟାବେଳେ ଉଚ୍ଚସ୍ଥାନକୁ ପଳାଇ ଯାଇଥିବାରୁ ସୁରକ୍ଷିତ ଅଛନ୍ତି ହରିଣ । ହେନ୍ତାଳ ବଣ ପାଇଁ କ୍ଷୟକ୍ଷତି ଅନେକାଂଶରେ କମିଥିବା ବେଳେ ଆହୁରି ଅଧିକ ହେନ୍ତାଳ ବଣ ସୃଷ୍ଟି କରିବାର ଆବଶ୍ୟକତା ରହିଛି ବୋଲି ଓଟିଭିକୁ ସାକ୍ଷାତକାରରେ ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ ।

ସେପଟେ ଦାନା ପ୍ରଭାବରେ ରାଜ୍ୟରେ ବ୍ୟାପକ ଫସଲ ହାନୀ ହୋଇଛି । ୨ ଲକ୍ଷ ୮୦ ହଜାର ଏକର ଜମି ପାଣିରେ ବୁଡ଼ି ରହିଛି । ପ୍ରାଥମିକ ଆକଳନ ଅନୁସାରେ, ୧ ଲକ୍ଷ ୭୫ ହଜାର ଏକର ଜମିରେ କ୍ଷତିଗ୍ରସ୍ତ ହୋଇଛି ଫସଲ । ରାଜ୍ୟରେ ହୋଇଥିବା ଏହି ଫସଲ କ୍ଷୟକ୍ଷତିର ଆକଳନ କୃଷି ଓ ରାଜସ୍ୱ ବିଭାଗ ପକ୍ଷରୁ ମିଳିତ ଭାବେ କରାଯିବ ।

ଏଥିପାଇଁ ଟିମ୍ ଗଠନ କରାଯାଇଛି । ଏହି ସୂଚନା ଦେଇଛନ୍ତି କୃଷି ବିଭାଗ ପ୍ରମୁଖ ସଚିବ ଅରବିନ୍ଦ ପାଢୀ । ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ତତ୍ତ୍ୱାବଧାନରେ ଟିମ୍ ଅନୁଧ୍ୟାନ କରିବ ।

OTV is now on Whatsapp

Join and get latest news update delivered to you via whatsapp

Join Now