• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଗିରଫ ହେଲେ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୁକ୍ତ ଏସ୍‌ଆଇ ଗୋପାଳ ଦାସ । ଏନେଇ ସୂଚନା ଦେଇଛନ୍ତି କ୍ରାଇମ୍‌ବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା । ସେ କହିଛନ୍ତି ଗୋପାଳ ଦାସଙ୍କୁ ଗିରଫ କରାଯାଇଛି । ହତ୍ୟାକାଣ୍ଡ ଘଟିଥିବା ଘଟଣାସ୍ଥଳକୁ ଯାଇ ଏକ୍ସପର୍ଟ ଟିମ୍‌ ଯାଞ୍ଚ କରିଛି । ଏବେ ଅଭିଯୁକ୍ତ ଗୋପାଳକୁ ୭ ଦିନିଆ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରାଯିବ । ସେ କାହିଁକି ଗୁଳି କଲେ ସେନେଇ ତଦନ୍ତ କରାଯିବ । ନବ ଦାସଙ୍କ ସହ ଗୋପାଳଙ୍କର କୌଣସି ପୂର୍ବଶତ୍ରୁତା ଥିଲା କି ନାହିଁ ସେଦିଗରେ ମଧ୍ୟ ତଦନ୍ତ କରାଯାଉଛି । ଶେଷରେ ଅରୂଣ ବୋଥ୍ରା ଆହୁରି ମଧ୍ୟ କହିଛନ୍ତି ଯେ, ଗୋପାଳ ଦାସ କେବେ ବି ନବ ଦାସଙ୍କ ପିଏସ୍ଓ ଦାୟିତ୍ୱରେ ନଥିଲେ ।

ଅଧିକ ପଢ଼ନ୍ତୁ: ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରିଥିବା ପୋଲିସ ASI ଗୋପାଳ କିଏ ? ଆସନ୍ତୁ ଜାଣିବା...

ଅନ୍ୟପଟେ ନବ ଦାସଙ୍କ କାକା ଦେଇଛନ୍ତି ବିସ୍ଫୋରକ ବୟାନ । ସେ କହିଛନ୍ତି ତାଙ୍କ ପୁତୁରାକୁ ମାରିବା ପାଇଁ ଟପ୍‌ ଲେବଲରେ ଷଡ଼ଯନ୍ତ୍ର କରାଯାଇଛି ।

OTV is now on Whatsapp

Join and get latest news update delivered to you via whatsapp

Join Now