ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଖବର । ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଲେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଡିସେମ୍ବର ସୁଦ୍ଧା ୧ କୋଟି ମହିଳାଙ୍କୁ ମିଳିବ ‘ସୁଭଦ୍ରା’ ଟଙ୍କା । ଏନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏମିତିକି ତୃତୀୟ ପର୍ଯ୍ୟାୟରେ ସାମିଲ ହେବେ ସମସ୍ତ ଅଙ୍ଗନବାଡି କର୍ମୀ ବୋଲି କହିଛନ୍ତି ।
ତେବେ ଆପଣଙ୍କ ଆକାଉଣ୍ଟକୁ ଆସିନି କି 'ସୁଭଦ୍ରା' ଟଙ୍କା ? ରିଜେକ୍ସନ ତାଲିକାରେ ଅଛି କି ଆପଣଙ୍କ ଆକାଉଣ୍ଟ ନମ୍ବର ? କଣ କଲେ ତୃତୀୟ ପର୍ଯ୍ୟାୟରେ ପାଇବେ ପ୍ରଥମ କିସ୍ତି ଟଙ୍କା ? ସରକାରୀ ତଥ୍ୟ ଅନୁୟାୟୀ ସୁଭଦ୍ରା ଯୋଜନାରେ ଆବେଦନ କରିଥିବା ପ୍ରାୟ ୫ ଲକ୍ଷ ଆକାଉଣ୍ଟ ନମ୍ବର ସହ ଆଧାର ଓ ମୋବାଇଲ ନମ୍ବରର ତାଳମେଳ ନାହିଁ । ଏଥିପାଇଁ ଏହି ଆକାଉଣ୍ଟଧାରୀମାନେ ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି। ଏକାଧିକ ଆକାଉଣ୍ଟ ଓ ଏକାଧିକ ମୋବାଇଲ ନମ୍ବର ଯୋଗୁ ବ୍ୟାଙ୍କ ଆକାଉଣ୍ଟ ନମ୍ବର ସହ ମୋବାଇଲ ଓ ଆଧାରର ତାଳମେଳ ହୋଇପାରୁନାହିଁ। ଆବେଦନକାରୀ ଯଦି ବ୍ୟାଙ୍କକୁ ଯାଇ ଆକାଉଣ୍ଟ ସହ ଆଧାର ଓ ମୋବାଇଲ ଲିଙ୍କ୍ କରନ୍ତି ତେବେ ଆସନ୍ତା ୨୪ରେ ତୃତୀୟ ପର୍ଯ୍ୟାୟରେ ସେମାନଙ୍କୁ ବି ପ୍ରଥମ କିସ୍ତି ଟଙ୍କା ମିଳିପାରିବ।
Also Read
ଅଧିକ ପଢ଼ନ୍ତୁ: ୨ ମାସ ବିତିଲା, ତଥାପି ଗଢ଼ା ହୋଇନି ଶ୍ରୀମନ୍ଦିରର ନୂଆ ମ୍ୟାନେଜିଂ କମିଟି
ବର୍ଷକୁ ଦୁଇଟି କିସ୍ତିରେ ମିଳିବ ୧୦ ହଜାର ଟଙ୍କା । ୫ ବର୍ଷରେ ଆକାଉଣ୍ଟକୁ ଆସିବ ମୋଟ ୫୦ ହଜାର ନଗଦ ରାଶି । ଚଳିତ ଆର୍ଥିକ ବର୍ଷରୁ ଲାଗୁ ହୋଇଛି ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନା । ୨୦୨୪ ନିର୍ବାଚନରେ ବିଜେପି ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତି ଅନୁସାରେ ଓଡ଼ିଶାରେ ମହିଳା ସଶକ୍ତିକରଣ ଲାଗି ରାଜ୍ୟ ସରକାର ଆରମ୍ଭ କରିଛନ୍ତି ସୁଭଦ୍ରା ଯୋଜନା ।
ସୂଚନା ଅନୁସାରେ ସେପ୍ଟେମ୍ବର ୧୭ରେ ଆରମ୍ଭ ହୋଇଥିଲା ସୁଭଦ୍ରା ଯୋଜନା । ଭୁବନେଶ୍ୱରର ଜନତା ମୈଦାନରେ ହଜାର ହଜାର ମହିଳାଙ୍କ ଉପସ୍ଥିତିରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ପ୍ରଥମ ଦଫାରେ ପ୍ରାୟ ୨୫ ଲକ୍ଷ ମହିଳାଙ୍କ ଖାତାକୁ ଟଙ୍କା ଯାଇଥିଲା । ସେହିପରି ଅକ୍ଟୋବର ୯ରେ ମହିଳାଙ୍କ ଖାତାକୁ ଆସିଥିଲା ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା । ବାରିପଦା ସଭାରେ ମୁଖ୍ୟମନ୍ତ୍ରୀ ଟଙ୍କା ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ପଠାଇଥିଲେ । ଦୁଇଟି ପର୍ଯ୍ୟାୟରେ ୬୦ ଲକ୍ଷରୁ ଅଧିକ ମହିଳା ଉପକୃତ ହୋଇଛନ୍ତି।
ସୁଭଦ୍ରା ଯୋଜନା: କେଉଁ ମାନେ କରିପାରିବେ ଆବେଦନ ?
- ଓଡ଼ିଶାର ଯୋଗ୍ୟ ମହିଳା ଯାହାଙ୍କ ବୟସ ୨୧ ରୁ ୫୯ ବର୍ଷ ମଧ୍ୟରେ ହୋଇଥିବ ।
- ପରିବାରରେ ଏକାଧିକ ଯୋଗ୍ୟ ମହିଳା ଥିଲେ ବି ମିଳିବ ସୁଭଦ୍ରା ଟଙ୍କା ।
- ବିଧବା ଭତ୍ତା ପାଉଥିବା ମହିଳା ତଥା ଛାତ୍ର ବୃତ୍ତି ପାଉଥିବା କଲେଜ ଛାତ୍ରୀଙ୍କୁ ମଧ୍ୟ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ।
- ଅଙ୍ଗନୱାଡି କର୍ମୀ/ସହାୟିକା, ଆଶାକର୍ମୀ ମଧ୍ୟ କରିପାରିବେ ଆବେଦନ ।
- ସିଆରପି କରିପାରିବେ ଆବେଦନ ।
- ଏମ୍ବିକେ, ଆଉଟ୍ ସୋର୍ସିଂ ସଂସ୍ଥାର ମହିଳା ମାନେ ମଧ୍ୟ ସୁଭଦ୍ରା ଯୋଜନାର ଲାଭ ଉଠାଇ ପାରିବେ ।