Advertisment

ମହିଳାଙ୍କ ପାଇଁ ଖୁସି ଖବର; ଖାତାକୁ ଗଲା ସୁଭଦ୍ରା ଟଙ୍କା

ବ୍ୟାଙ୍କ୍‌ ଆକାଉଣ୍ଟକୁ ଗଲା ସୁଭଦ୍ରା ଯୋଜନାର ଟଙ୍କା । ଆଜି ନିଜ ଜନ୍ମଦିନରେ ଓଡ଼ିଶା ଆସି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

author-image
Sujit kumar Swain
ଅଦ୍ୟତନ ହୋଇଛି
PM Modi launches Subhadra Yojana

PM Modi

ସବୁ ଅପେକ୍ଷାରେ ହେଲା ଅନ୍ତ । ମହିଳାମାନଙ୍କ ପାଇଁ ଖୁସି ଖବର । ବ୍ୟାଙ୍କ୍‌ ଆକାଉଣ୍ଟକୁ ଗଲା ସୁଭଦ୍ରା ଯୋଜନାର ଟଙ୍କା । ଆଜି ନିଜ ଜନ୍ମଦିନରେ ଓଡ଼ିଶା ଆସି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ରାଜଧାନୀର ଜନତା ମୈଦାନରେ କରାଯାଇଥିଲା ଭବ୍ୟ ଆୟୋଜନ।

Advertisment

ଅଧିକ ପଢନ୍ତୁ : ‘ଯେଉଁ ପ୍ରତିଶ୍ରୁତି ମୁଁ ଦେଇଥିଲି, ତାହା ପୂରଣ ହେଉଛି ’

ପ୍ରଧାନମନ୍ତ୍ରୀ ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚି ସିଧା ଗାଡ଼କଣ ଗାଁକୁ ଯାଇଥିଲେ । ସେଠାରେ ଗାଡକଣ ଗାଁରେ ପିଏମ୍ ଆବାସ ହିତାଧୀକାରୀଙ୍କ ସହ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି। ଏହାସହ ଗୋଠପାଟଣା ସ୍ପୋର୍ଟସ ଭ୍ୟାଲିର ବି ଶିଳାନ୍ୟାସ କରିଥିଲେ ମୋଦି।  ପ୍ରଧାନମନ୍ତ୍ରୀ ୧୦ ଲକ୍ଷ ପିଏମ୍ ଆବାସ ଗ୍ରାମୀଣ ହିତାଧିକାରୀଙ୍କୁ ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରିଛନ୍ତି  ।

Advertisment

ଅନ୍ୟପଟେ ୨୬ଲକ୍ଷ ପିଏମ୍ ଆବାସ ଗ୍ରାମୀଣ ଏବଂ ସହରାଞ୍ଚଳ ହିତାଧିକାରୀଙ୍କ ଗୃହ ପ୍ରବେଶ ମଧ୍ୟ କରାଇଛନ୍ତି । ଏହାବାଦ୍ ଦେଶ ଉଦ୍ଦେଶ୍ୟରେ ୨୮ଶହ କୋଟିର ରେଳ ପ୍ରକଳ୍ପ ଜନକଲ୍ୟାଣ ଯୋଜନାର ଶୁଭାରମ୍ଭ କରିଛନ୍ତି । ୧ ହଜାର କୋଟିର ଜାତୀୟ ରାଜପଥ ପ୍ରକଳ୍ପ ମଧ୍ୟ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ।

ଅଧିକ ପଢନ୍ତୁ : ଗାଡ଼କଣରେ ଖିରୀ ଖାଇଲେ ମୋଦି; ପିଏମ୍ ଆବାସ ହିତାଧୀକାରୀଙ୍କ ସହ କଲେ ଆଲୋଚନା

ଆଜି ପ୍ରଧାନମନ୍ତ୍ରୀ ମୋଦି ୭୪ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୫୦ ମସିହା ସେପ୍ଟେମ୍ବର ୧୭ ତାରିଖରେ ଗୁଜରାଟର ଭାଡନଗରରେ ଜନ୍ମ ଗ୍ରହଣ କରିଥିଲେ। ୨୦୦୧ରୁ ୨୦୧୪ ଯାଏଁ ଗୁଜରାଟର ମୁଖ୍ୟମନ୍ତ୍ରୀ ପରେ ୨୦୧୪ରୁ ଲଗାତାର ତିନି ଥର ସବୁଠୁ ପପୁଲାର୍ ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି।

ପୂର୍ବ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ରେକର୍ଡ ସହ ସମକକ୍ଷ ହୋଇପାରିଛନ୍ତି ମୋଦି। ଉତ୍ତରପ୍ରଦେଶର ବାରାଣସୀ ସଂସଦୀୟ କ୍ଷେତ୍ରରୁ ଲଗାତାର ତିନିଥର ନିର୍ବାଚିତ ହୋଇ ଅଣକଂଗ୍ରେସ ପ୍ରଧାନମନ୍ତ୍ରୀ ଭାବେ ଲମ୍ବା ସମୟ ଯାଏ କାର୍ଯ୍ୟ କରିବାରେ ମୋଦି ହେଉଛନ୍ତି ପ୍ରଥମ। ୨୦୦୧ରୁ ୨୦୧୪ ଯାଏ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଲମ୍ବା ସମୟ ଯାଏ ସେ କାର୍ଯ୍ୟ କରିଛନ୍ତି। 

Subhadra PM Narendra Modi Narendra Modi
Advertisment
Advertisment