Advertisment

Richest And Poorest Chief Ministers: ଦେଶର ସବୁଠୁ ଧନୀ ଓ ଗରିବ ମୁଖ୍ୟମନ୍ତ୍ରୀ କିଏ ? ADR ରିପୋର୍ଟରେ ଖୁଲାସା

ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମ ଡିସେମ୍ବର ୩୦ରେ ଏହି ରିପୋର୍ଟ ପ୍ରକାଶ କରିଛି। ଏଥିରେ ଦେଶର ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତିର ବିବରଣୀ ପ୍ରକାଶ ପାଇଛି। ଦେଶର ଦୁଇ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଆରବପତି। ମୁଖ୍ୟମନ୍ତ୍ରୀଙ୍କ ହାରାହାରି ସମ୍ପତ୍ତି ହେଉଛି ୫୨.୫୯କୋଟି ଟଙ୍କା।

ଅଦ୍ୟତନ ହୋଇଛି
richest and poorest Chief Ministers

richest and poorest Chief Ministers

Advertisment

ଆସିଲା ସବୁଠୁ ଅଧିକ ଧନୀ ଓ ଗରିବ ମୁଖ୍ୟମନ୍ତ୍ରୀଙ୍କ ତାଲିକା। ନିର୍ବାଚନ ପ୍ରକ୍ରିୟା ଉପରେ ନଜର ରଖୁଥିବା ସଂଗଠନ ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମସ୍ (ADR) ମୁଖ୍ୟମନ୍ତ୍ରୀଙ୍କର ଏହି ତାଲିକା ପ୍ରକାଶ କରିଛି। ପ୍ରକାଶିତ ରିପୋର୍ଟ ଅନୁଯାୟୀ ତାଲିକାର ଏକ ଶୀର୍ଷରେ ଅଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। ସେ ହେଉଛନ୍ତି ଦେଶର ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ । ତେବେ ଦେଶର ସବୁଠୁ ଗରିବ ମୁଖ୍ୟମନ୍ତ୍ରୀ କିଏ ଆସନ୍ତୁ ଜାଣିବା।

Advertisment

ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମ ଡିସେମ୍ବର ୩୦ରେ ଏହି ରିପୋର୍ଟ ପ୍ରକାଶ କରିଛି। ଏଥିରେ ଦେଶର ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତିର ବିବରଣୀ ପ୍ରକାଶ ପାଇଛି। ଦେଶର ଦୁଇ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଆରବପତି। ମୁଖ୍ୟମନ୍ତ୍ରୀଙ୍କ ହାରାହାରି ସମ୍ପତ୍ତି ହେଉଛି ୫୨.୫୯କୋଟି ଟଙ୍କା। ଭାରତର ମୁଖ୍ୟମନ୍ତ୍ରୀଙ୍କ ହାରାହାରି ଆୟ ଦେଶର ମୁଣ୍ଡପିଛା ଆୟଠାରୁ ୭ ଗୁଣ ଅଧିକ। ADR ରିପୋର୍ଟ ଅନୁଯାୟୀ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁଙ୍କ ପାଖରେ ରହିଛି ୯୩୧ କୋଟିରୁ ଅଧିକ ଟଙ୍କାର ସଂପତ୍ତି। ତେଣୁ ଭାରତର ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଚନ୍ଦ୍ରବାବୁ ନାଇଡୁ। ହେଲେ ଏହି ତାଲିକାର ଶେଷରେ କିଏ ଅଛନ୍ତି ଅର୍ଥାତ ଦେଶର ସବୁଠୁ ଗରିବ ମୁଖ୍ୟମନ୍ତ୍ରୀ କିଏ ?

ପଶ୍ଚିମବଙ୍ଗର ମମତା ବାନାର୍ଜୀ ହେଉଛନ୍ତି ସବୁଠୁ ଗରିବ ମୁଖ୍ୟମନ୍ତ୍ରୀ। ତାଲିକାର ଶେଷରେ ମମତାଙ୍କ ନାଁ ରହିଛି। ଦିଦିଙ୍କର ମୋଟ୍ ସଂପତ୍ତି ମାତ୍ର ୧୫ ଲକ୍ଷ ଟଙ୍କା। ଦ୍ୱିତୀୟ ଗରିବ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଜାମ୍ମୁ କାଶ୍ମୀରର ଓମାର ଅବଦୁଲ୍ଲା। ତାଙ୍କର ମୋଟ୍ ସଂପତ୍ତିର ମୂଲ୍ୟ ପ୍ରାୟ ୫୫ ଲକ୍ଷ ଟଙ୍କା। ତୃତୀୟ ଗରିବ ମୁଖ୍ୟମନ୍ତ୍ରୀ ତାଲିକାରେ କେରଳର ପିନାରାଇ ବିଜୟନ ଥିବା ବେଳେ ଚତୁର୍ଥ ସ୍ଥାନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅତିଶୀ ଓ ପଞ୍ଚମରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ୍ ଶର୍ମାଙ୍କ ନାଁ ରହିଛି।

Advertisment

ଧନୀ ମୁଖ୍ୟମନ୍ତ୍ରୀ ତାଲିକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ। ତାଙ୍କର ମୋଟ୍ ସଂପତ୍ତିର ମୂଲ୍ୟ ପ୍ରାୟ ୩୩୨ କୋଟି ଟଙ୍କା । ସେହିପରି କର୍ଣ୍ଣାଟକ ସିଏମ୍ ସିଦ୍ଧରମୟାଙ୍କର ମୋଟ୍ ସଂପତ୍ତି ୫୧ କୋଟି ଟଙ୍କା ରହିଥିବା ବେଳେ ସେ ଧନୀ ମୁଖ୍ୟମନ୍ତ୍ରୀଙ୍କ ତାଲିକାର ତୃତୀୟ ସ୍ଥାନରେ ଅଛନ୍ତି। ଚତୁର୍ଥ ସ୍ଥାନରେ ନାଗାଲାଣ୍ଡ ସିଏମ ନିଫି ରିଓ ଅଛନ୍ତି। ତାଙ୍କର ମୋଟ୍ ସଂପତ୍ତିର ପରିମାଣ ୪୬ କୋଟି ଟଙ୍କା। ସେହିପରି ପଞ୍ଚମ ସ୍ଥାନରେ ଅଛନ୍ତି ମୋହନ ଯାଦବ ଯାହାଙ୍କର ସଂପତ୍ତି ମୂଲ୍ୟ ପ୍ରାୟ ୪୨ କୋଟି।

ଅଧିକ ପଢ଼ନ୍ତୁ: ୨୦୨୪ରେ ଦେଶର ୧୦ଟି ବଡ଼ ଘଟଣା, ହଲଚଲ୍ ହୋଇଛି ରାଜନୀତି

ADR ଏବଂ ନ୍ୟାସନାଲ ଇଲେକ୍ସନ୍ ୱାଚ୍ ଦେଶର ସମସ୍ତ ରାଜ୍ୟ ସଭା ତଥା କେନ୍ଦ୍ରଶାସିତ ଅଞ୍ଚଳର ବର୍ତ୍ତମାନର ୩୧ ଜଣ ମୁଖ୍ୟମନ୍ତ୍ରୀଙ୍କ ଆଫିଡେଭିଟ୍ ବିଶ୍ଲେ,ଷଣ କରିଛନ୍ତି। ଗତ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବା ପୂର୍ବରୁ ସେମାନେ ଦାଖଲ କରିଥିବା ଆଫିଡେଭିଟ୍ ଉପରେ ଏହା ଆଧାରିତ। କେନ୍ଦ୍ର ଶାସିତ ଅଂଚଳ ଓ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମୋଟ ସମ୍ପତ୍ତି ହେଉଛି ୧୬୩୦ କୋଟି ଟଙ୍କା।

Advertisment

୩୧ ଜଣଙ୍କ ମଧ୍ୟରୁ ୧୩ ଜଣ ଅର୍ଥାତ୍ ୪୨ ପ୍ରତିଶତ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅପରାଧିକ ମାମଲା ବିଚାରାଧୀନ ଅଛି। ଏଥିମଧ୍ୟରୁ ୧୦ ଜଣଙ୍କ ନାଁରେ 'ଗୁରୁତର ଅପରାଧିକ ମାମଲା' ରହିଛି । ଦେଶର ୩୧ ଜଣ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ କେବଳ ୨ ଜଣ ମହିଳା ମୁଖ୍ୟମନ୍ତ୍ରୀ । ୨୦୨୩-୨୪ ଆର୍ଥିକ ବର୍ଷରେ ଭାରତୀୟଙ୍କ ମୁଣ୍ଡପିଛା ଆୟ ପ୍ରାୟ ୧ଲକ୍ଷ ୮୫ହଜାର ୮୫୪ ଟଙ୍କା ଥିବାବେଳେ ଜଣେ ମୁଖ୍ୟମନ୍ତ୍ରୀଙ୍କ ହାରାହାରି ଆୟ ୧୩ ଲକ୍ଷ ୬୪ହଜାର ୩୧୦ ଟଙ୍କା । ଏହା ଭାରତୀୟଙ୍କ ମୁଣ୍ଡପିଛା ଆୟର ହାରାହାରି ୭.୩ ଗୁଣ ।

ଅଧିକ ପଢ଼ନ୍ତୁ: 2025 ପାଇଁ ଭବିଷ୍ୟବାଣୀ: ନିୟନ୍ତ୍ରଣ ବାହାରକୁ ଚାଲିଯିବ AI...ଏଲିଅନଙ୍କ ସହ ହେବ ଯୋଗାଯୋଗ

Mamata Banerjee N. Chandrababu Naidu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ