ସ୍ବାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀରେ ବିରାଟ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଛି । ନୂଆଦିଲ୍ଲୀ ସରାଇ କାଲେ ଖାନ ନିକଟ ବାନସେରା ପାର୍କରେ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ୨୦ ଫୁଟ ଉଚ୍ଚତା ଓ ୩୦୦୦ କିଲୋଗ୍ରାମ ଓଜନ ବିଶିଷ୍ଟ ଏହି ପ୍ରତିମୂର୍ତ୍ତି । ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ଦିଲ୍ଲୀ ଉପରାଜ୍ୟପାଳଙ୍କ ସମେତ ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା ଦିଲ୍ଲୀ ବିଜେପି ନିର୍ବାଚନୀ ପ୍ରଭାରୀ ବୈଜୟନ୍ତ ପଣ୍ଡା ଉପସ୍ଥିତ ରହିଥିଲେ ।
Also Read
ଅଧିକ ପଢ଼ନ୍ତୁ: 50 Lakh Recovered From Tyre: ଚାଲିଛି ନିର୍ବାଚନ: ଗାଡ଼ି ଟାୟାର ଭିତରୁ ମିଳିଲା ପୁଳା ପୁଳା ଟଙ୍କା; ଦେଖନ୍ତୁ ଭିଡ଼ିଓ...
ଏହି ଅବସରରରେ ନିଜ ଉଦବୋଧନରେ ବିର୍ସା ମୁଣ୍ଡାଙ୍କୁ ଜଣେ ମହାନ ସ୍ବାଧୀନତା ସଂଗ୍ରାମୀ ବୋଲି କହିଥିଲେ ଅମିତ ଶାହ । ଏଥିସହ ସେ କହିଥିଲେ, ୧୮୭୫ ମସିହାର ମାଧ୍ୟମିକ ଶିକ୍ଷା ଗ୍ରହଣ ବେଳେ ବିର୍ସା ମୁଣ୍ଡା ଧର୍ମାନ୍ତରୀକରଣ ବିରୋଧରେ ସ୍ବର ଉଠାଇଥିଲେ। ଯେତେବେଳେ ସାରା ଦେଶର ଦୁଇ ତୃତୀୟାଂଶ ଇଂରେଜଙ୍କ ଦ୍ବାରା ଶାସିତ ହେଉଥିଲା, ସେତେବେଳେ ସେ ସାହସ ଦେଖାଇଥିଲେ। ଧାର୍ମାନ୍ତରୀକରଣ ବିରୋଧରେ କଡ଼ା ସ୍ବର ଉଠାଇଥିଲେ ।
ସେହିପରି ସ୍ବାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସଂସଦ ଭବନ ପରିସରରେ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ନିକଟରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସାରା ଦେଶରେ ଆଜିର ଦିନକୁ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରାଯାଉଛି । ରାଷ୍ଟ୍ରପତିଙ୍କ ସହ ଉପରାଷ୍ଟ୍ରପତି ମଧ୍ୟ ଉପସ୍ଥିତ ରହି ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।
ସେପଟେ ବିହାରର ଜାମୁଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭଗବାନ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ବିର୍ସା ମୁଣ୍ଡାଙ୍କ ସମ୍ମାନ ଉଦ୍ଦେଶ୍ୟର ପୋଷ୍ଟାଲ ଷ୍ଟାମ୍ପ ଏବଂ ମୁଦ୍ରା ଉନ୍ମୋଚନ କରିଛନ୍ତି । ଏଥିସହ ୬ ହଜାର ୬୪୦ କୋଟି ଟଙ୍କାର ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଅବସରରେ ଉପସ୍ଥିତ ଥିଲେ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର।
ତେବେ ଜନଜାତି ଗୌରବ ଦିବସରେ ରାଷ୍ଟ୍ରପତିଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦି । କହିଲେ ଏନ୍ଡିଏର ସୌଭାଗ୍ୟ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରିବାର ସୌଭାଗ୍ୟ ମିଳିଲା । ଝାଡ଼ଖଣ୍ଡ ରାଜ୍ୟପାଳ ଥିବା ବେଳେ ଶ୍ରୀମତୀ ମୁର୍ମୁ ଆଦିବାସୀଙ୍କ ଉନ୍ନତି ପାଇଁ କହୁଥିଲେ । ପଛୁଆ ଆଦିବାସୀଙ୍କ ଉନ୍ନତି ପାଇଁ ମୋ ସହ ଅନେକବାର କଥା ହୋଇଥିଲେ । ରାଷ୍ଟ୍ରପତି ହେବା ପରେ ତାଙ୍କ ଉଦ୍ୟମରେ ପିଏମ୍ ଜନମନ ଯୋଜନା ଆରମ୍ଭ ହୋଇଛି । ଶ୍ରୀମତୀ ମୁର୍ମୁଙ୍କ ପାଇଁ ଏବେ ପଛୁଆ ଆଦିବାସୀ ବର୍ଗଙ୍କ ବିକାଶ କରାଯାଉଛି ।
ଅଧିକ ପଢ଼ନ୍ତୁ: New Scam: ଲୁଟେରାଙ୍କ ନୂଆ ଗେମ୍; ସମ୍ପର୍କୀୟଙ୍କ ପରିଚୟ ଦେଇ ମାଗୁଛନ୍ତି ଟଙ୍କା; ଜାଣନ୍ତୁ କେମିତି ରହିବେ ସୁରକ୍ଷିତ...
ସେପଟେ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜନତା ମୈଦାନଠାରେ ଆୟୋଜିତ ହେଉଛି ରାଜ୍ୟସ୍ତରୀୟ ଜନଜାତି ଗୌରବ ଦିବସ । ଏଥିରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିହାରରୁ ଭିଡିଓ କନଫରେନ୍ସ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମରେ ଉପସ୍ଥିତି ରହି ଅଭିଭାଷଣ ରଖିବେ । ଏହି ଅବସରରେ ଜନଜାତି ଐତିହ ଭବନର ଉଦଘାଟନ ହେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ରାଜ୍ୟର ୨୭ଟି ଜିଲ୍ଲାରେ ମଧ୍ୟ ଜିଲ୍ଲାସ୍ତରୀୟ ଜନଜାତି ଗୌରବ ଦିବସ ପାଳନ ହେଉଛି । ଯେଉଁଠି ମନ୍ତ୍ରୀ ଏବଂ ବିଧାୟକ ମାନେ ଉପସ୍ଥିତ ରହିବେ ।