Advertisment

14 Maoist Died: ମିଳିତ ଅପରେସନରେ ୧୪ ମାଓବାଦୀ ସଫା

ଓଡ଼ିଶା ସୀମାନ୍ତରେ ଛିନଛତ୍ର ହୋଇଗଲା ମାଓମେଳି। ପୋଲିସ ଏନକାଉଣ୍ଟରରେ ସଫା ହୋଇଗଲେ ୧୪ ଜଣ ମାଓବାଦୀ। ଏବେ ବି ଅପରେସନ ଜାରି ରହିଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢିବା ଅନୁମାନ କରାଯାଉଛି।

author-image
Saroj Kumar Jena
undefined

Maoist

ଓଡ଼ିଶା ସୀମାନ୍ତରେ ଛିନଛତ୍ର ହୋଇଗଲା ମାଓମେଳି। ପୋଲିସ ଏନକାଉଣ୍ଟରରେ ସଫା ହୋଇଗଲେ ୧୪ ଜଣ ମାଓବାଦୀ। ଏବେ ବି ଅପରେସନ ଜାରି ରହିଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢିବା ଅନୁମାନ କରାଯାଉଛି। ତେବେ ବଡ କଥା ହେଉଛି ଯେ, ଛତିଶଗଡ଼ ଓ ଓଡ଼ିଶା ପୋଲିସର ଏହି ମିଳିତ ଅପରେସନରେ ଟଳିପଡିଛି ସିପିଏମ୍ କେନ୍ଦ୍ରୀୟ କମିଟି ସଦସ୍ୟ ଜୟୀରାମ। ଯାହା ମୁଣ୍ଡରେ ଥିଲା କୋଟିଏ ଟଙ୍କାର ପୁରସ୍କାର ରାଶି। ସେପଟେ ଏହି ମାଓ ଅପରେସନକୁ ବଡ଼ ସଫଳତା ବୋଲି କହିଛନ୍ତି।

Advertisment

ଗଲାକାଲିଠୁ ଏଇ ଓଡ଼ିଶା ସୀମା ଗରିଆବନ୍ଧ ଜଙ୍ଗଲରେ ଚାଲିଛି ଜୋରଦାର ଅପରେସନ୍। ଓଡ଼ିଶା ଓ ଛତିଶଗଡ ପୋଲିସ, SOG ଏବଂ CRPFର ମିଳିତ ଟିମର ପ୍ରଚଣ୍ଡ ହମଲା ପରେ ଇଏ ତାରି ପରିଣାମ।

ସର୍ଚ୍ଚ ଅପରେସନରୁ ଏଯାଏଁ ମିଳିଛି ୧୪ ମାଓବାଦୀଙ୍କ ମୃତଦେହ ସାଙ୍ଗକୁ AK-47, SLR ଏବଂ ଇନସାସ୍ ରାଇଫଲ ଭଳି ବିପୁଳ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର। ନିହତ ମାଓବାଦୀଙ୍କ ଭିତରେ ୨ ଜଣ ମହିଳା ଅଛନ୍ତି। ଏସବୁ ମୃତଦେହ ଭିତରେ ରହିଛି ଦେଶର ଜଣେ ଟପ୍ ମାଓନେତା ସିପିଏମ୍ ସେଣ୍ଟ୍ରାଲ୍ କମିଟି ସଦସ୍ୟ ଜୟୀରାମ। ଅପରେସନ୍ ଏବେ ବି ଜାରି ରହିଥିବାରୁ ଏ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବା ଅନୁମାନ କରାଯାଉଛି। ଅପରପକ୍ଷେ ନକ୍ସଲ ଗୁଳିରେ ଆହତ ହୋଇଛନ୍ତି ୨ ଜଣ ଯବାନ। ଜଣଙ୍କୁ ରାୟପୁର ଏବଂ ଅନ୍ୟ ଜଣକୁ ବିଶାଖାପାଟଣା ଏୟାର ଲିଫ୍ଟ କରାଯାଇଛି।

Advertisment

ଅଧିକ ପଢ଼ନ୍ତୁ: ଭଡ଼ା ଘରେ ଅଙ୍ଗନବାଡ଼ି କେନ୍ଦ୍ର...ବାର ହୀନସ୍ତା ହୋଇ ପାଠ ପଢୁଛନ୍ତି କୁନି କୁନି ପିଲା

ଟପ୍ ମାଓ ନେତା ଜୟୀରାମ୍ ଆଲିଆସ୍ ଚଲପତି। କେବଳ ସେତିକି ନୁହେଁ, ଓଡିଶା କ୍ୟାଡରର ଏ ସେଣ୍ଟ୍ରାଲ୍ କମିଟି ମେମ୍ବର କେତେବେଳେ କେଉଁଠି ରାମଚନ୍ଦ୍ର, କେଉଁଠି ଅପ୍ପାରାଓ ତ ପୁଣି କେଉଁଠି ରାମୁ ନାଁରେ ବି ପରିଚିତ। ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ ଜୟୀରାମ ମୁଣ୍ଡରେ ଥିଲା କୋଟିଏ ଟଙ୍କାର ପୁରସ୍କାର ରାଶି। ଜାତୀୟ ଗଣମାଧ୍ୟମର ତଥ୍ୟ ଅନୁସାରେ ୬୦ ବର୍ଷୀୟ ଜୟୀରାମ ଦଶମ ଯାଏ ପଢିଥିଲେ ବି ସମୟ କ୍ରମେ ତା ହାତରେ ଥିଲା ମାଓ ସଂଗଠନର ଶୀର୍ଷ ଦାୟିତ୍ବ। ରଣନୀତି ଓ ଅପରେସନର ମାହିର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଚଲାଇବାରେ ଧୁରନ୍ଧର। ଛତିଶଗଡ ଅବୁଝାମାଡ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଲଗାତର ଅପରେସନ ପରେ ଓଡ଼ିଶା ସୀମାନ୍ତ ଗରିଆବନ୍ଧ ଜଙ୍ଗଲକୁ ନିଜ ଠିକଣା କରିଥିଲା ଜୟୀରାମ ଓରଫ ଚଲପତି।

ଛତିଶଗଡ଼ର ମାଓ ଅପରେସନକୁ ବଡ଼ ସଫଳତା କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ନକ୍ସଲମୁକ୍ତ ଭାରତ ପାଇଁ ଆମ ସୁରକ୍ଷାକର୍ମୀଙ୍କ ସାହସିକ ଉଦ୍ୟମ ପ୍ରଶଂସନୀୟ। CRPF, SOG ଓଡ଼ିଶା ଓ ଛତିଶଗଡ଼ ପୋଲିସ ୧୪ ଜଣଙ୍କୁ ନିପାତ କରିଛନ୍ତି । ଦେଶରେ ନକ୍ସଲବାଦ ଶେଷ ନିଶ୍ବାସ ତ୍ୟାଗ କରିବାକୁ ଯାଉଛି ବୋଲି କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ସେପଟେ ମାଓବାଦକୁ କ୍ୟାନସର କହିବା ସହ ଏହାକୁ ସମୂଳେ ନଷ୍ଟ କରାଯିବ ବୋଲି କହିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଇ। ସୂଚନା ଅନୁସାରେ, ଛତିଶଗଡରେ ସରକାର ବଦଳିବା ପରେ ପାଖାପାଖି ୨ଶହ ନକ୍ସଲ ନିପାତ ହେଲେଣି। ୫୦ ଜଣ ଯବାନ ସହିଦ ହୋଇଛନ୍ତି। ଏଥିସହ ମାଓ ଶିବିର ଛାଡି ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି ୮ଶହରୁ ଅଧିକ।

ଅଧିକ ପଢ଼ନ୍ତୁ: ଜ୍ୱର ପରେ ବାହାରୁଛି ଝାଳ, ଚାଲିଯାଉଛି ଜୀବନ, କାରଣ ଖୋଜି ପାଉନାହାନ୍ତି ସରକାର

Odisha Maoists Maoist Killed Chhattisgarh
Advertisment
Advertisment