/odishatv-khabar/media/post_attachments/uploadimage/library/16_9/16_9_0/IMAGE_1709173904.jpg)
Droupadi Murmu
୪ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗତକାଲି ମୟୂରଭଂଜ ଜିଲ୍ଲା ଯାଇଥିବାବେଳେ ଆଜି ମହାମହିମଙ୍କର କେନ୍ଦୁଝର ଜିଲ୍ଲାରେ କାର୍ଯ୍ୟକ୍ରମ ରହିଛି । ଆଜି କେନ୍ଦୁଝର ଯାଇ ଗୋନାସିକା କଦଳୀବାଡ଼ି ଗାଁର ଆଦିମ ଅଧିବାସୀ ସଦସ୍ୟଙ୍କୁ ଭେଟିବେ । ପରେ ଧରଣୀଧର ୟୁନିଭର୍ସିଟିର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ । ଏଥିପାଇଁ ଧରଣୀଧର ୟୁନିଭର୍ସିଟିରେ ବ୍ୟାପକ ପ୍ରସ୍ତୁତି କରାଯାଇଛି ।
ସେଇଠୁ ଫେରି ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି । ଆସନ୍ତାକାଲି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ, କଟକରେ ବ୍ରହ୍ମକୁମାରୀ ଓଡ଼ିଶାର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଏବଂ ରାଜଭବନରେ ପ୍ରଧାନମନ୍ତ୍ରୀ ଜନମନର ଉପସ୍ଥାପନା ଦେଖିବେ ।
ମାର୍ଚ୍ଚ ୨ରେ ସମ୍ବଲପୁର ଜିଲ୍ଲା ଗସ୍ତରେ ଯାଇ ସନ୍ଥକବି ଭୀମଭୋଇଙ୍କ ସହ ଜଡ଼ିତ ବିଭିନ୍ନ ସ୍ଥାନ ପରିଦର୍ଶନ କରି ମହିମା ଧର୍ମାବଲମ୍ବୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଗତକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କର ମହୁଲଡିହାସ୍ଥିତ ବାସଭବନରେ ରାତ୍ରିଯାପନ କରିଥିଲେ ।
ଗତକାଲି ରାଇରଙ୍ଗପୁର ସଭାରେ ନଜର ବକ୍ତବ୍ୟ ରଖିଥିଳେ ରାଷ୍ଟ୍ରପତି । ମହାମହିମ କହିଥିଲେ, ଏଇ ମାଟି ପାଇଁ ମୁଁ ମହାମହିମ । ମୋ ମାଟି ପାଇଁ ମୋର ଏହି ଶ୍ରଦ୍ଧା ଏବଂ ଭଲପାଇବା । ମୁଁ କାହିଁକି ଏତେ ଥର ମୟୂରଭଂଜ ଆସୁଛି ବୋଲି ମିଡିଆ ବଂଧୁ ପଚାରିଥିଲେ । ମୋ ମାଟି ପାଇଁ ମୋର ଏ ଶ୍ରଦ୍ଧା ଏବଂ ଭଲପାଇବା ରହିଛି ବୋଲି କହିଥିଲେ ରାଷ୍ଟ୍ରପତି ।
ମୁଁ ପ୍ରତିଥର ଆସି କିଛି ନୂଆ ନୂଆ ପ୍ରକଳ୍ପ ଶିଳାନ୍ୟାସ, ଉଦଘାଟନ କରୁଛି । ଗତଥର ବାଦାମପାହାଡ଼ ଟ୍ରେନ ଚଳାଚଳ ଶୁଭାରମ୍ଭ କରିଥିଲି । ଏଥର ରାସ୍ତା, ହଲିଡେ ହୋମ୍ , ଏକଲବ୍ୟ ସ୍କୁଲ ଶିଳାନ୍ୟାସ କଲି । ଦେଶ ଏବଂ ରାଜ୍ୟର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟର ଭୂମିକା ରହିଛି । ଉଭୟଙ୍କ ସହଯୋଗ ବିନା ବିକାଶ ସମ୍ଭବ ନୁହେଁ ବୋଲି ଗତକାଲି କହିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)