/odishatv-khabar/media/post_attachments/uploadimage/library/16_9/16_9_0/IMAGE_1756274744.jpg)
Subarnarekha Floods
ବାଲେଶ୍ବର ଜିଲ୍ଲା ଭୋଗରାଇରେ ଚାଷୀଙ୍କ ଅଣ୍ଟା ଭାଙ୍ଗି ଦେଇଛି ସୁବର୍ଣ୍ଣରେଖାର ଷଷ୍ଠ ଥର ବନ୍ୟା । ଏବେ ସୁବର୍ଣ୍ଣରେଖା ବିପଦ ସଂକେତ ତଳେ ପ୍ରବାହିତ ହେଉଥିଲେ ବି ଚାଷ ଜମିରୁ ପାଣି ଛାଡ଼ିନି । ଜମିରେ ଏବେ ଅଣ୍ଟେ ଅଣ୍ଟେ ପାଣି ଜମି ରହିବାରୁ ଚାଷ ନଷ୍ଟ ହୋଇଯାଇଛି । ଭୋଗରାଇ ବ୍ଲକର ୯ ପଞ୍ଚାୟତର ୬୨ ଗାଁ ପ୍ରଭାବିତ ହୋଇଛି । ଚଳିତ ବର୍ଷ ଭୋଗରାଇ ବ୍ଲକରେ ହଜାର ହଜାର ହେକ୍ଟର ଜମିରେ ଧାନ ଫସଲ ନଷ୍ଟ ହୋଇଥିବା ଅଭିଯୋଗ ଆସିଛି ।
ସେପଟେ ଖସିଛି ବୈତରଣୀ ପାଣି, ହେଲେ କମିନି ବନ୍ୟା ପ୍ରଭାବିତଙ୍କ ଦୁର୍ଦ୍ଦଶା । ଚଳିତବର୍ଷ ବୈତରଣୀରେ ଆସିଥିବା ତୃତୀୟ ବନ୍ୟାରେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ, ଧାମନଗର, ଚାନ୍ଦବାଲି ଓ ତିହିଡି ବ୍ଲକର ଅନେକ ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏବେ ପାଣି ଛାଡିଛି ହେଲେ ବନ୍ୟା ପ୍ରଭାବିତଙ୍କ କଷ୍ଟ କମି ନାହିଁ ।
ଧାମନଗର ବ୍ଲକର ପଙ୍ଗଟା ଓ ଚାନ୍ଦବାଲି ବ୍ଲକର ବୋଡକ, ଷାଠିବାଙ୍କୁଡା ଓ ମୁଆଁ ଏବେ ବି ପାଣି ଘେରରେ ରହିଛି । ଅନେକ ଲୋକ ଓ ଗୃହପାଳିତ ପଶୁ ଏବେ ନଦୀ ବନ୍ଧ ଉପରେ ଆଶ୍ରୟ ନେଇଛନ୍ତି । ସବୁଠାରୁ ଅଧିକ କ୍ଷତି ହୋଇଛି ଧାନ ଚାଷ ଓ ପରିବା ଚାଷ । ତୃତୀୟ ଥର ବନ୍ୟାରେ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)