Advertisment

ସବୁଠି ଗଜାନନଙ୍କ ଆରାଧନା, ଉତ୍ସବ ମୁଖର ସହରଠୁ ଗାଁ

ପ୍ରଭୁ ଶ୍ରୀ ଗଣେଶଙ୍କ ଆବାହନ ପାଇଁ ସାରା ରାଜ୍ୟ, ସାରା ଦେଶ ଉତ୍ସବ ମୁଖର । ଗାଁ ଦାଣ୍ଡ, ସହର, ବଜାର ଚଳଚଞ୍ଚଳ । ରଙ୍ଗୀନ ତୋରଣ ଓ ସୁସଜ୍ଜିତ ପୂଜା ମଣ୍ଡପ ଶୋଭାପାଉଥିବା ବେଳେ, ଗଣେଶ ପୂଜା ପାଇଁ ସବୁଠି ଭରପୁର ଉତ୍ସାହ ଓ ଉତ୍କଣ୍ଠା । ବିଭିନ୍ନ ଥିମକୁ ନେଇ ସବୁଠି ପ୍ରସ୍ତୁତ ହୋଇଛି ସୁନ୍ଦର ତୋରଣ ଓ ମୂର୍ତ୍ତି ।

author-image
Tanmay Kumar Mahalik
Ganesh Puja

Ganesh Puja

ଆଜି ଅଗ୍ରପୂଜ୍ୟ ବିଘ୍ନହର୍ତ୍ତା ଗଜାନନଙ୍କ ଆରାଧନା । ଅଗ୍ରପୂଜ୍ୟ, ଗଜାନନ, ପାର୍ବତୀ ନନ୍ଦନ...ନାଁ ଅନେକ କିନ୍ତୁ ରୂପ ଏକ । ଗଣପତିଙ୍କ ଆରାଧନା ପାଇଁ ସାରା ଦେଶରେ ବ୍ୟାପକ ପ୍ରସ୍ତୁତି । ବିଭିନ୍ନ ଶିକ୍ଷାନୁଷ୍ଠାନ ସହ ପୂଜା ମଣ୍ଡପ ଗୁଡିକୁ ଏଥିପାଇଁ ଆକର୍ଷଣୀୟ ଢଙ୍ଗରେ ସଜାଯାଇଛି। ଗଣେଶ ପୂଜାକୁ ନେଇ ଉତ୍ସବମୁଖର ପରିବେଶ । ଅନୁଗୁଳର ତାଳଚେର, ଭୁବନେଶ୍ୱର,କଟକ, ରାଉରକେଲା ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବଡ଼ ବଡ଼ ମେଢ଼ ଓ ତୋରଣ ନିର୍ମାଣ ହୋଇଛି । ...

Advertisment

ପ୍ରଭୁ ଶ୍ରୀ ଗଣେଶଙ୍କ ଆବାହନ ପାଇଁ ସାରା ରାଜ୍ୟ, ସାରା ଦେଶ ଉତ୍ସବ ମୁଖର । ଗାଁ ଦାଣ୍ଡ, ସହର, ବଜାର ଚଳଚଞ୍ଚଳ । ରଙ୍ଗୀନ ତୋରଣ ଓ ସୁସଜ୍ଜିତ ପୂଜା ମଣ୍ଡପ ଶୋଭାପାଉଥିବା ବେଳେ, ଗଣେଶ ପୂଜା ପାଇଁ ସବୁଠି ଭରପୁର ଉତ୍ସାହ ଓ ଉତ୍କଣ୍ଠା । ବିଭିନ୍ନ ଥିମକୁ ନେଇ ସବୁଠି ପ୍ରସ୍ତୁତ ହୋଇଛି ସୁନ୍ଦର ତୋରଣ ଓ ମୂର୍ତ୍ତି ।

ହିନ୍ଦୁ ଧର୍ମରେ କୌଣସି ଶୁଭକାର୍ଯ୍ୟ ଆରମ୍ଭ କରିବା ଆଗରୁ ପ୍ରଥମେ ଭଗବାନ ଗଣେଶଙ୍କ ପୂଜା କରାଯାଇଥାଏ । ଗଣେଶଙ୍କ ଧ୍ୟାନ, ଜପ ଓ ଆରାଧନା କରିବା ଦ୍ୱାରା ସମସ୍ତ କାର୍ଯ୍ୟ ନିର୍ବିଘ୍ନରେ ପୂର୍ଣ୍ଣ ହୋଇଥାଏ ବୋଲି ଆସ୍ଥା ରହିଛି । ଗଣେଶ ଚତୁର୍ଥୀରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ମଧ୍ୟ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ । ଗଣେଶଙ୍କ ପୂଜାର୍ଚ୍ଚନାରେ ସାମିଲ ହୋଇଛନ୍ତି ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ।

Advertisment
Ganesh Puja Festive
Advertisment
Advertisment