Advertisment

Bhadrak Ganesh Puja: ପୂଜା ପାଉଛନ୍ତି ବୁଢା ଗଣେଶ, ଟୋକା ଗଣେଶ, ପିଲା ଗଣେଶ

ଭଦ୍ରକ ସହରରେ ମାସେ ଧରି ମଣ୍ଡପରେ ପୂଜା ପାଇବେ ଗଜାନନ। ବୁଢ଼ାରୁ ପିଲା ଗଣେଶଙ୍କ ପୂଜା ପାଇଁ ଉତ୍ସବମୁଖର ଭଦ୍ରକ ସହର।

author-image
Debadatta Aryashrestha
Bhadrak Ganesh Puja

Bhadrak Ganesh Puja

ମାସେ ଧରି ମଣ୍ଡପରେ ପୂଜା ପାଇବେ ଗଜାନନ। ବୁଢ଼ାରୁ ପିଲା ଗଣେଶଙ୍କ ପୂଜା ପାଇଁ ଉତ୍ସବମୁଖର ଭଦ୍ରକ ସହର। ଏଠି ଭିନ୍ନ ବୟସ ଓ ଭିନ୍ନ ସ୍ବରୂପରେ ମଣ୍ଡପରେ ପୂଜା ପାଉଛନ୍ତି ବିଘ୍ନବିନାଶକ ବାବା ଗଜାନନ। ଭଦ୍ରକ ସହରରେ ଏମିତି ଅନେକ ପୂଜା ମଣ୍ଡପ ଅଛି, ଯେଉଁଠି ମାସେ କାଳ ପୂଜା ପାଇଥାଆନ୍ତି ବାବା ଗଣେଶ। ବୁଢ଼ା ଗଣେଶ, ଟୋକା ଗଣେଶ, ପିଲା ଗଣେଶ, ଛୁଆ ଗଣେଶ ଓ କାଞ୍ଚନ ଗଣେଶ ବେଶରେ ମଧ୍ୟ ପୂଜା ପାଉଛନ୍ତି। ଭଳିକି ଭଳି ତୋରଣ ଏଥର ମଧ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି।

Advertisment

ଭଦ୍ରକ ସହରର ପୁରୁଣା ବଜାରରେ ପୂଜା ପାଉଛନ୍ତି ବାବା ବୁଢ଼ା ଗଣେଶ। ମୋଗଲଙ୍କ ସମୟରୁ ପୂଜା ପାଉଛନ୍ତି ବାବା। ପ୍ରତ୍ୟେକ ବର୍ଷ ବାବା ଗଣେଶ ଗୋଟିଏ ରୂପରେ ବିରାଜିତ ହୁଅନ୍ତି। ମାସେ କାଳ ପୂଜା ବେଳେ ବହୁ ଶ୍ରଦ୍ଧାଳୁ ମାନସିକ ରଖିଥାନ୍ତି। ପ୍ରତ୍ୟେକ ଦିନ ସ୍ଥାନୀୟ ଲୋକେ ପାଳିରେ ପୂଜା କରିଥାନ୍ତି। ସମାନ ଭାବେ ବାବା ଟୋକା ଗଣେଶଙ୍କ ମଣ୍ଡପରେ ଗଜାନନଙ୍କ ଆବାହନ ଆରମ୍ଭ ହୋଇଛି। ୧୯୭୦ ମସିହାରୁ ଆରମ୍ଭ ହୋଇଥିବା ପୂଜାରେ ୧୯୯୮ ମସିହାରୁ ଚାନ୍ଦି ମେଢ଼ ହୋଇଛି। ପ୍ରାୟ ୬୨ କିଲୋ ଚାନ୍ଦିରେ ମେଢ଼ ଓ ଆଭୂଷଣ ସୁସଜ୍ଜିତ ହୋଇଛି। ବନ୍ଧୁ ମିଳନ ସହ ମାସେ ପରେ ଗଜାନନଙ୍କୁ ମେଲାଣି ଦିଆଯିବ।

ସେହିଭଳି ଭଦ୍ରକ ସହରରେ ୧୯୯୩ ମସିହାରୁ ପୂଜା ପାଉଛନ୍ତି ପିଲା ଗଣେଶ। ଏଠାରେ ବାବାଙ୍କ ମଣ୍ଡପରେ ସାଜସଜ୍ଜା ଶ୍ରଦ୍ଧାଳୁଙ୍କୁ ବେଶ୍ ଆକର୍ଷିତ କରୁଛି। ଏଥର ରାଜସ୍ଥାନରୁ ମାଟିମୂର୍ତ୍ତି, ମେଦିନୀପୁରର ଆଦିବାସୀ କଳାକୃତିରେ ସଜ୍ଜା ହୋଇଛି ମଣ୍ଡପ। ବର୍ଣ୍ଣବୋଧ ସହ ଆଦିବାସୀଙ୍କ ଜୀବନ ଶୈଳୀ ଥିମ୍ ଏଥର ଆକର୍ଷଣୀୟ ହୋଇଛି। ସେହିଭଳି ବାବା କାଞ୍ଚନ ଗଣେଶଙ୍କ ପୂଜାରେ ଏଥର ସାଜସଜ୍ଜାକୁ ଗୁରୁତ୍ଵ ଦିଆଯାଇଛି। ଡେକୋରେସନରେ ସପ, ବାଉଁଶ ଓ ଝୁଡିକୁ ବ୍ୟବହାର କରିଛି ପୂଜା କମିଟି। ପାରମ୍ପରିକ ସାମଗ୍ରୀ ଲୋକ ଲୋଚନରୁ ହଜି ଯାଇଥିବା ବେଳେ ଏହି ସବୁ ସାମଗ୍ରୀ ବ୍ୟବହାର କରି ସଜାଇବା ସହ ଲୋକଙ୍କୁ ଇକୋ ଫ୍ରେଣ୍ଡଲି ସାମଗ୍ରୀ ବ୍ୟବହାର ପାଇଁ ସୂଚାଉଛି ମଣ୍ଡପ।

Advertisment
Ganesh Puja Celebration Bhadrak Ganesh Chaturthi Odisha Ganesh Idols
Advertisment
Advertisment