• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Namita Biswal

ରଞ୍ଜାନୀ ଶ୍ରୀନିବାସନ, ଆମେରିକାରେ ପଢୁଥିବା ଜଣେ ଭାରତୀୟ ଛାତ୍ରୀ । ସେ କଲମ୍ବିଆ ୟୁନିଭର୍ସିଟିରେ ଅଧ୍ୟୟନ କରୁଥିଲେ । ଏବେ ସେ ଚର୍ଚ୍ଚାର ରହିବାର କାରଣ ହେଲା, ଚଳିତ ସପ୍ତାହରେ ଟ୍ରମ୍ପ ପ୍ରଶାସନ ରଞ୍ଜାନୀଙ୍କ ଷ୍ଟୁଡେଣ୍ଟ ଭିସା ରବ୍ଦ କରିଥିଲେ, ଯାହାର ଦିନକ ପରେ ଛାତ୍ରୀ ଜଣକ ଅଧାରୁ ପାଠପଢା ଛାଡି ଭାରତ ଫେରିଆସିଛନ୍ତି । ତେବେ କାହିଁକି ତାଙ୍କର ଭିସା ରବ୍ଦ କରାଗଲା ତାହାର କାରଣ ବର୍ତ୍ତମାନ ଜଣାପଡିଛି ।

ରଞ୍ଜାନୀ ଶ୍ରୀନିବାସନ କିଏ ?

ରଞ୍ଜାନୀ ଶ୍ରୀନିବାସନ ଜଣେ ମେଧାବୀ ଛାତ୍ରୀ । ସେ କଲମ୍ବିଆ ୟୁନିଭରସିଟିରେ ଅର୍ବାନ ପ୍ଲାନିଂରେ ଏମ୍‌ଫିଲ, ହାଭର୍ଡ ୟୁନିଭରସିଟିରୁ ଡିଜାଇନର ମାଷ୍ଟର ଏବଂ ସିଇପିଟି ୟୁନିଭରସିଟିରୁ ଡିଡାଇନରେ ବ୍ୟାଚେଲର କରିଛନ୍ତି । ଗତ ମାର୍ଚ୍ଚ ୫ରେ ତାଙ୍କର ଭିସା ରଦ୍ଦ କରିଥିଲା ୟୁଏସ୍ ଷ୍ଟେଟ୍ ଡିପାର୍ଟମେଣ୍ଟ । ଏହାପରେ ଏହି ଭାରତୀୟ ଛାତ୍ରୀ CBP ହୋମ ଆପ୍ ଜରିଆରେ ନିଜେ ଭାରତ ଫେରିଆସିଥିଲେ । 

କାହିଁକି ରବ୍ଦ ହେଲା ଭିସା ?

ହମାସକୁ ସମର୍ଥନ କରିବା ରଞ୍ଜାନୀ ଶ୍ରୀନିବାସନଙ୍କୁ ମହଙ୍ଗା ପଡିଥିଲା । ସେ ଆମେରିକା ଦ୍ୱାରା ଆତଙ୍କବାଦୀ ଘୋଷିତ ହମାସ ସଂଗଠନକୁ ସମର୍ଥନ କରିଥିଲେ । ଇସ୍ରାଏଲ-ହମାସ୍ ସଂଘର୍ଷ ଚାଲିଥିବାବେଳେ ସେ ପାଲେଷ୍ଟାଇନ ସମର୍ଥିତ ଏକ ଆନ୍ଦୋଳନରେ ସାମିଲ ହୋଇଥିଲେ । ଏହି ଅଭିଯୋଗ ପରେ ଆମେରିକା ଗୃହ ସୁରକ୍ଷା ବିଭାଗ ତାଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଥିଲା । ଏହାପରେ ସୁରକ୍ଷା ଦୃଷ୍ଟିରୁ ଆମେରିକା ଷ୍ଟେଟ୍ ଡିପାର୍ଟମେଣ୍ଟ ରଞ୍ଜାନୀଙ୍କ F-1 ଷ୍ଟୁଡେଣ୍ଟ ଭିସା ବାତିଲ୍ କରିଥିଲା । ଏହି ଭିସା ବାତିଲ ହେବାରୁ ସେ ସ୍ୱଦେଶ ଫେରିଆସିଛନ୍ତି । ଭାରତୀୟ ଛାତ୍ରୀ ଜଣକ ହମାସକୁ ସମର୍ଥନ କରି ଆତଙ୍କବାଦ ଓ ହିଂସାର ସମର୍ଥନ କରିଥିବା ଡିପାର୍ଟମେଣ୍ଟ କହିଛି । 

ଅଧିକ ପଢ଼ନ୍ତୁ: ଆମେରିକାରେ ପାକିସ୍ତାନୀଙ୍କ ଏଣ୍ଟ୍ରି ହେବ ବ୍ୟାନ, ଲିଷ୍ଟରେ ଅଛନ୍ତି ୪୧ ଦେଶ...

ଏନେଇ ୟୁଏସ୍ ହୋମଲ୍ୟାଣ୍ଡ ସିକ୍ୟୁରିଟି ସେକ୍ରେଟାରୀ କ୍ରିଷ୍ଟି ନୋଏଲ କହିଛନ୍ତି, ''ଆମେରିକାରେ ରହିବା ଓ ଅଧ୍ୟୟନ ପାଇଁ ଭିସା ପାଇବା ଏକ ବିଶେଷାଧିକାର ଅଟେ । ଯଦି ଆପଣ ହିଂସା ଓ ଆତଙ୍କବାଦର ସମର୍ଥନ କରନ୍ତି ତେବେ ଏହି ବିଶେଷାଧିକାରକୁ ରବ୍ଦ କରିଦିଆଯିବା ଉଚିତ୍ । ଆତଙ୍କବାଦକୁ ସମର୍ଥନ କରୁଥିବା କଲମ୍ବିଆ ୟୁନିଭରସିଟିର ଜଣେ ଛାତ୍ରୀ CBP ହୋମ୍ ଆପ୍ ଯୋଗେ ସ୍ୱ-ନିର୍ବାସନ ହେବା ଦେଖି ଖୁସି ଲାଗିଲା ।''

ଅଧିକ ପଢ଼ନ୍ତୁ: ଯୁଦ୍ଧ ବିରାମ ପାଇଁ ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, ସର୍ତ୍ତ ପାଇଁ ଚିନ୍ତାରେ ଆମେରିକା

OTV is now on Whatsapp

Join and get latest news update delivered to you via whatsapp

Join Now