• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Namita Biswal

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ଷମତାକୁ ଆସିବା ଦିନଠୁ ବେଆଇନ ପ୍ରବାସ ପ୍ରସଙ୍ଗରେ କଠୋଇ ଆଭିମୁଖ୍ୟ ପୋଷଣ କରିଆସୁଛନ୍ତି । ବେଆଇନ ପ୍ରବାସୀଙ୍କୁ ବିମାନରେ ବସାଇ ଦେଶରୁ ବିତାଡିତ କରିବାରେ ଲାଗିଛନ୍ତି । ଏବେ ଆମେରିକାରେ ଅବୈଧ ପ୍ରବାସ ରୋକିବାକୁ ଆଉ ଏକ ବଡ ଆକ୍ସନ ନେବାକୁ ଯାଉଛନ୍ତି ଟ୍ରମ୍ପ ପ୍ରଶାସନ । ଡୋନାଲ୍ଡ ଟ୍ରମ୍ପ ୪୧ଟି ଦେଶ ଉପରେ ଯାତ୍ରା ବ୍ୟାନ୍ ଲଗାଇବାକୁ ବିଚାର କରୁଛନ୍ତି । ଏହି ଲିଷ୍ଟରେ ପାକିସ୍ତାନ, ଭୁଟାନ, ବେଲାଋଷ, ତୁର୍କମେନିସ୍ତାନ ପ୍ରମୁଖ ଦେଶ ରହିଥିବା ସୂଚନା ମିଳିଛି ।

ଅଧିକ ପଢ଼ନ୍ତୁ: ଯୁଦ୍ଧ ବିରାମ ପାଇଁ ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, ସର୍ତ୍ତ ପାଇଁ ଚିନ୍ତାରେ ଆମେରିକା

୪୧ଟି ଦେଶ ଉପରେ ଯାତ୍ରା ପ୍ରତିବନ୍ଧକ ଲଗାଇବାକୁ ଟ୍ରମ୍ପ ପ୍ରଶାସନ ଏକ ଡ୍ରାଫ୍ଟ ପ୍ରସ୍ତୁତ କରିଛନ୍ତି । ଏଥିରେ ୪୧ଟି ଦେଶକୁ ରେଡ୍‌, ଅରେଞ୍ଜ, ୟେଲୋ ୩ଟି କ୍ୟାଟେଗୋରୀରେ ଭାଗ କରାଯାଇଛି । ରେଡ୍‌ ବର୍ଗରେ ୧୧ ଦେଶ ରହିଛି, ଏହାର ନାଗରିକଙ୍କୁ ଆମେରିକା ଆସିବା ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲାଗିଛି । ଅରେଞ୍ଜ ବର୍ଗରେ ଥିବା ୧୦ ଦେଶ ପାଇଁ ଟୁରିଷ୍ଟ ଭିସା ବ୍ୟାନ୍ କରାଯାଇଛି । କେବଳ ବ୍ୟବସାୟୀଙ୍କୁ ଅନୁମତି ରହିଛି । ତେବେ ସ୍ଥଳବିଶେଷରେ ଏହି ଦେଶର ନାଗରିକମାନଙ୍କୁ ଯାତ୍ରା ଅନୁମତି ମିଳିପାରିବ । କିନ୍ତୁ କଟକଣା ବଳବତ୍ତର ରହିବ ।  

ସେହିପରି ୟେଲୋ ଲିଷ୍ଟରେ ୨୦ ଦେଶ ଥିବାବେଳେ ଗସ୍ତର ୬୦ ଦିନ ଭିତରେ ସବୁ ପ୍ରମାଣ ଦେବାକୁ ଡ୍ରାଫ୍ଟରେ ପ୍ରାବଧାନ ରହିଥିବା ଜଣାପଡିଛି । ଏବେ କେବଳ ସେହି ଡ୍ରାଫ୍ଟ ଉପରେ ଚୂଡାନ୍ତ ମୋହର ବାଜିବା ବାକି ରହିଛି ।

ଡୋନାଲ୍ଡ ଟ୍ରମ୍ପ ନିଜର ପ୍ରଥମ କାର୍ଯ୍ୟକାଳ ସମୟରେ ୭ଟି ମୁସଲିମ୍ ବହୁଳ ଦେଶ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଅଧିକାରୀଙ୍କ କହିବା କଥା, ଏଥର ଆମେରିକା ଯାତ୍ରା ପ୍ରତିବନ୍ଧକ ବ୍ୟାପକ ହେବ । ନ୍ୟୁଜ ଏଜେନ୍ସି ରୟଟର୍ସ ଅନୁସାରେ, ୪୧ ଦେଶ ମଧ୍ୟରେ ପାକିସ୍ତାନ ସମେତ ଆଫଗାନିସ୍ତାନ, ଭୁଟାନ ଓ ଋଷିଆ ସାମିଲ୍ ଅଛି, ଯାହା ଉପରେ ଯାତ୍ରା କଟକଣା ଲଗାଇବାକୁ ଟ୍ରମ୍ପ ପ୍ରଶାସନ ପ୍ରସ୍ତୁତି କରୁଛି ।

ଡ୍ରାଫ୍ଟ ଅନୁସାରେ, ରେଡ୍ ଲିଷ୍ଟରେ ଥିବା ଦେଶଗୁଡିକ ହେଲେ ଆଫଗାନିସ୍ତାନ, କୁବା, ଇରାନ, ଲିବିୟା, ଉତ୍ତର କୋରିଆ, ସୋମାଲିଆ, ସୁଦାନ, ସିରିୟା, ଭେନେଜୁଏଲା ଓ ୟେମେନ ।

ଅରେଞ୍ଜ ଲିଷ୍ଟରେ ପାକିସ୍ତାନ, ବେଲାରୁଷ, ଇରିଟ୍ରିଆ, ଋଷିଆ, ହାଇତି, ସିଏରା ଲିଓନ, ମିଆଁମାର, ଦକ୍ଷିଣ ସୁଦାନ, ଲାଓସ, ତୁର୍କମେନିସ୍ତାନ । ୟେଲୋ ଲିଷ୍ଟରେ ଅଙ୍ଗୋଲା, ଇକ୍ୱାଟୋରିଆଲ ଗୁନିଆ, ଆଣ୍ଟିଗୁଆ ଓ ବାରବୁଡା, ବେନିନ, ଗାମ୍ବିଆ, ଲିବେରିୟା, ମାଲାୱି, ମାଲି, କମ୍ବୋଡିଆ, ବୁର୍କିନା ଫୋସୋ ଇତ୍ୟାଦି । ରାଷ୍ଟ୍ରପତି ଟ୍ରମ୍ପ ଆମେରିକାର ଜାତୀୟ ସୁରକ୍ଷା ସୁଦୃଢ କରିବାକୁ ଏଭଳି ପଦକ୍ଷେପ ନେଉଥିବା କୁହାଯାଇଛି ।   

ଅଧିକ ପଢ଼ନ୍ତୁ: ‘୨୦ ଘଣ୍ଟାରେ ଦାବି ନମାନିଲେ ସବୁ ବନ୍ଧକଙ୍କୁ କରିବୁ ହତ୍ୟା’

OTV is now on Whatsapp

Join and get latest news update delivered to you via whatsapp

Join Now