Advertisment

ରେଷ୍ଟୁରାଣ୍ଟରେ ବସି ଖାଉଥିଲେ ଇଡଲି ଶମ୍ବର..ବାହାରିଲା ମଲା ମୂଷା..ତା’ପରେ..

ଗୁଜରାଟ ନିକୋଲଠାରେ ରହିଥିବା ଏକ ରେଷ୍ଟୁରାଣ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ରେଷ୍ଟୁରାଣ୍ଟରେ ଖାଇବା ପାଇଁ ଯାଇଥିବା ଗୋଟିଏ ପରିବାରର ଅର୍ଡର କରିଥିବା ଶମ୍ବର ଖାଇବା ବେଳେ ମଲା ମୂଷା ବାହାରିଥିଲା।

author-image
Manoranjan Behera
Rat in Sambar

Rat in Sambar

ଶମ୍ବରରୁ ବାହାରିଲା ମଲା ମୂଷା। ଅହମ୍ମଦାବାଦର ଏକ ରେଷ୍ଟୁରାଣ୍ଟରେ ଏଭଳି ଘଟଣା ଘଟିଛି। ଯେଉଁଠି ଜଣେ ଗ୍ରାହକ ଅର୍ଡର କରିଥିବା ଶମ୍ବରରୁ ମଲା ମୂଷା ବାହାରିଥିବା ଦେଖିବାକୁ ମିଳିଛି। ଏହାପରେ ରେଷ୍ଟୁରାଣ୍ଟରେ ତାଲା ପକାଇ ଦିଆଯାଇଛି। ତେବେ ଏଭଳି ଅସ୍ୱାସ୍ଥ୍ୟକର ପରିବେଶକୁ ନେଇ ଚାଲୁଥିବା ରେଷ୍ଟୁରାଣ୍ଟକୁ ନେଇ ଏବେ ପ୍ରଶ୍ନ ଉଠିଛି।

Advertisment

ଗୁଜରାଟ ନିକୋଲଠାରେ ରହିଥିବା ଏକ ରେଷ୍ଟୁରାଣ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ରେଷ୍ଟୁରାଣ୍ଟରେ ଖାଇବା ପାଇଁ ଯାଇଥିବା ଗୋଟିଏ ପରିବାରର ଅର୍ଡର କରିଥିବା ଶମ୍ବର ଖାଇବା ବେଳେ ମଲା ମୂଷା ବାହାରିଥିଲା। ଏହାପରେ ସ୍ଥାନୀୟ ପ୍ରଶାସନ ରେଷ୍ଟୁରାଣ୍ଟକୁ ସିଲ କରି ଦେଇଛି।

ପ୍ରଥମେ ପ୍ରଶାସନ ପକ୍ଷରୁ ନିୟମ ଉଲ୍ଲଙ୍ଘନ ସମ୍ପର୍କରେ ରେଷ୍ଟୁରାଣ୍ଟକୁ ନୋଟିସ କରାଯାଇଥିଲା। ଏହାପରେ ଏହାକୁ ସିଲ କରାଯାଇଛି। ରେଷ୍ଟୁରାଣ୍ଟ ଯାଞ୍ଚ ବେଳେ ଖାଦ୍ୟ ପ୍ରସ୍ତୁତ ହେଉଥିବା ରୋଷେଇ ଘରେ କୌଣସି ପ୍ରକାରର ପରିଷ୍କାର ପରିଚ୍ଛତା ନଥିବା ଦେଖିବାକୁ ମିଳିଥିଲା। ମୂଷାଠାରୁ ଆରମ୍ଭ କରି ଅନ୍ୟ ପୋକ ଯୋକ ବେଶ ସହଜରେ ସେଠାରେ ଚଳପ୍ରଚଳ କରୁଥିଲେ।

Advertisment

ଖାଦ୍ୟ ପ୍ରସ୍ତୁତରେ ମଧ୍ୟ ପରିଷ୍କାର ପରିଚ୍ଛନତା ଦେଖିବାକୁ ମିଳିନଥିଲା। ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଲୋକଙ୍କ ପାଇଁ ଖାଦ୍ୟ ତିଆରି କରାଯାଉଥିବା ନୋଟିସରେ ଉଲ୍ଲେଖ କରାଯାଇଛି। ତେଣୁ ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। ଏବେ ରେଷ୍ଟୁରାଣ୍ଟ ପକ୍ଷରୁ ପ୍ରଶାସନ ଉଠାଇଥିବା ସବୁ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ ଓ ତ୍ରୁଟିକୁ ସୁଧାରିବାକୁ ପଡ଼ିବ। ଏହାପରେ ପୁଣି ରେଷ୍ଟୁରାଣ୍ଟ ଖୋଲିବାକୁ ଅନୁମତି ମିଳିବ।

Restaurant Sealed
Advertisment
Advertisment