• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଘଣ୍ଟାରେ ୧୨ ବାଜିବ... କ୍ୟାଲେଣ୍ଡର୍ ବଦଳିବ... ଆଉ ଚାରିଆଡ଼େ ଶୁଭିବ ହାପି ନିୟୁ ଇୟର୍ । ଜିରୋ ନାଇଟ୍ର ଧୁମରେ, ଧମାଲ୍ କରିବ କ୍ୟାପିଟାଲ୍ ସିଟି । ରାଜଧାନୀ ଭୁବନେଶ୍ୱର ରେ ମିଡ୍ ନାଇଟ୍ ସେଲିବ୍ରେସନ୍ ପାଇଁ ଜାଗା ଜାଗାରେ ଆୟୋଜନ । ରାଜଧାନୀବାସୀଙ୍କୁ ବର୍ଷ ଆରମ୍ଭରୁ ମଉଜର ସ୍ପେଶାଲ୍ ଡୋଜ୍ ଦେବାକୁ ଦିନ ରାତି ଏକ୍ କରିଦେଇଛନ୍ତି ହୋଟେଲ୍, କ୍ଲବ୍ ଏବଂ ଅନ୍ୟ ଆୟୋଜକ ପ୍ରତିଷ୍ଠାନ । ପ୍ରାୟ ସବୁଠି ସରିବା ଉପରେ ପ୍ରସ୍ତୁତି ...

ଡିସେମ୍ବର ୩୧ ରାତି ପାଇଁ କମିଶନରେଟ୍ ପୋଲିସ ବି ଫୁଲ୍ ତୟାର୍ । ଜିରୋ ନାଇଟ୍ ପାର୍ଟି ଆୟୋଜନ କରୁଥିବା ସମସ୍ତ ହୋଟେଲ୍ ଓ ଅନ୍ୟ ପ୍ରତିଷ୍ଠାନ ଗୁଡ଼ିକୁ ଆଡଭାଇଜରି ଜାରି କରାଯାଇଥିବା କହିଛନ୍ତି ଭୁବନେଶ୍ୱର ଡିସିପି । ରାତି ୧୨ ଯାଏଁ ପାର୍ଟି ପାଇଁ ଅନୁମତି ଥିବା ବେଳେ ସନ୍ଧ୍ୟା ୭ରୁ ରାଜଧାନୀରେ ଫୁଲ୍ ଟାଇଟ୍ ହେବ ସୁରକ୍ଷା ବ୍ୟବସ୍ଥା । ରହିବ ଅଧିକ ଫୋର୍ସ, ଘନଘନ ପଇଁତରା ମାରିବ ପିସିଆର୍ ଭ୍ୟାନ୍ । ଅମାନିଆ ଓ ମଦ୍ୟପ ଗାଡ଼ି ଚାଳକଙ୍କୁ ସାବାଡ଼ କରିବାକୁ ରାତି ୨ଟା ଯାଏଁ ଚେକିଂ ଚାଲିବ । ୨୮ଟି ଜାଗାରେ ଓଭର୍ ସ୍ପିଡ୍ ଓ ରାଶ୍ ଡ୍ରାଇଭିଂ ଏବଂ ୧୭ଟି ଜାଗାରେ ଡ୍ରିଙ୍କ୍ ଆଣ୍ଡ୍ ଡ୍ରାଇଭ୍ ଉପରେ ନଜର ରଖାଯିବ । ଜରୁରୀ ସ୍ଥିତି ନିୟନ୍ତ୍ରଣ ପାଇଁ ସଜାଗ ରହିବେ କୁଇକ୍ ରେସ୍ପନ୍ସ ଟିମ୍ ଓ ଷ୍ଟ୍ରାଇକିଂ ଫୋର୍ସ ।

ଅଧିକ ପଢ଼ନ୍ତୁ: ସାବଧାନ ! ନୂଆ ବର୍ଷରେ ମଦ ପିଇ ଗାଡ଼ି ଚଲାଇଲେ ୨୮ଟି ସ୍ଥାନରେ ଧରିବ ପୋଲିସ

ସେପଟେ ରୂପାର ନଗରୀ ବି ରୂପ ବଦଳାଇଲାଣି । ନୂଆ ବର୍ଷକୁ ଦେଖି ସଜେଇ ହେଲାଣି କଟକ ର ବିଭିନ୍ନ କ୍ଲବ୍ ଓ ହୋଟେଲ୍ । ଜିରୋ ନାଇଟରେ ଏଠି ଧୂମ୍ ମଚାଇବେ ଓଲିଉଡ୍ ଓ ବଲିଉଡ୍ ଷ୍ଟାର୍ ,ଜଲ୍ଓ୍ୱା ଦେଖାଇବେ ରୁଷୀୟ ଡ୍ୟାନ୍ସର । ଓସିଏ କ୍ଲବରେ ଋତୁରାଜ ଓ ହରିହରଙ୍କ ଗୀତ-ନାଚ ଏବଂ ରଷିଆନ୍ ଡ୍ୟାନ୍ସର ସାଜିବେ ମୁଖ୍ୟ ଆକର୍ଷଣ । ୟୁନିଅନ୍ କ୍ଲବରେ ଓଲିଉଡ୍ ନାଇଟ୍, ଫ୍ୟାସନ ଶୋ ଓ କୋଲକାତା ଡ୍ୟାନ୍ସ ଗ୍ରୁପ୍, ସିଲଭର ସିଟିର ସର୍ବପୁରାତନ କଟକ କ୍ଲବକୁ ଆସିବେ ଓଲିଉଡ୍ ଷ୍ଟାର୍ ଓ ମୁମ୍ବାଇ ଡ୍ୟାନ୍ସ ଗ୍ରୁପ୍ । ବିଭିନ୍ନ ହୋଟେଲ ଫୁଡ୍ କୋର୍ଟରେ ଭେଜ୍, ନନଭେଜ, କଣ୍ଟିନେଣ୍ଟାଲ ସହ ଅନ୍ଲିମିଟେଡ୍ ଡ୍ରିଙ୍କ୍ସର ବ୍ୟବସ୍ଥା ହୋଇଛି । ତେବେ ଡ୍ରିଙ୍କ୍ କରି ଗାଡ଼ି ଚଳାଇଲେ ଧରାପଡ଼ିବା ନିଶ୍ଚିତ ।

ଗଲା ସପ୍ତାହେ ହେଲା ଉଠୁଛି ପଡ଼ୁଛି ଶ୍ରୀକ୍ଷେତ୍ର ପୁରୀବର୍ଷ ଶେଷରେ ମହାପ୍ରଭୂଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ନାହିଁନଥିବା ଭିଡ଼ । ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଅପେକ୍ଷା କରିବାକୁ ପଡ଼ୁଛି । ହେଲେ ନବବର୍ଷ ପାଇଁ ଆଶିଷ ମାଗିବାକୁ ଆତୁର ଭକ୍ତପ୍ରାଣ । ନୂଆବର୍ଷ ଉପଲକ୍ଷେ ପୁରୀରେ ଗତବର୍ଷଠୁ ୨ ଗୁଣ ଅଧିକ ପର୍ଯ୍ୟଟକଙ୍କ ସମାଗମ ଆଶା କରାଯାଉଛି ।

ତେଣୁ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ୩ ଥାକିଆ ସୁରକ୍ଷା ବ୍ୟବସ୍ଥା । ବ୍ୟାରିକେଡକୁ ମରିଚିକୋଟ ଛକରୁ ମାର୍କେଟ୍ ଛକ ଯାଏଁ ସଂପ୍ରସାରଣ, ସ୍କୁଲ ଛାତ୍ରୀ ଓ ବରିଷ୍ଠ ନାଗରିକଙ୍କ ପାଇଁ ଅଲଗା ଲାଇନ୍ । ୭୦ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ଆଦି କରାଯାଉଛି । ଟ୍ରାଫିକ୍ ଓ ବେଳାଭୂମି ସୁରକ୍ଷା ବି ଫୋକସରେ ଥିବା ପୁରୀ ଏସ୍ପି କହିଛନ୍ତି ।