• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏଥର ନୂଆବର୍ଷରେ ମଦ ପିଇ ଗାଡ଼ି ଚଳାଇଲେ, ପୋଲିସ ହାତରେ ଧରାପଡ଼ିବା ଥୟ । ଗୋଟିଏ କି ଦୁଇଟି ନୁହେଁ, ୨୮ ସ୍ଥାନରେ ହେବ ଚେକିଂ। ରାତି ୨ଟା ଯାଏଁ ତନ୍ନ ତନ୍ନ କରି ଯାଞ୍ଚ କରିବ ପୋଲିସ ।

ନୂଆବର୍ଷ ପାଇଁ ଭୁବନେଶ୍ୱର ରେ କମିଶନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା । ଏଥର ସେଲିବ୍ରେସନ ପାଇଁ କଟକଣା ନଥିବାରୁ ସୁରକ୍ଷା ବଢ଼ାଇବ ପୋଲିସ । ୩୧ ତାରିଖ ସଂଧ୍ୟା ୭ଟାରୁ ରାତି ୨ଟା ପର୍ଯ୍ୟନ୍ତ ହେବ ଚେକିଂ ଆଉ ବ୍ଲକିଂ । ରାଜଧାନୀର ୨୮ଟି ଜାଗାରେ ଚେକ୍ ପୋଷ୍ଟ କରାଯାଇ ଚେକିଂ ହେବ କହିଲେ ଡିସିପି । ମଦ ପିଇ ଗାଡ଼ି ଚଳାଉଥିବା ବ୍ୟକ୍ତିଙ୍କୁ ଧରିବାକୁ ୧୭ ଜାଗାରେ ରହିବ ଚେକ୍ ପୋଷ୍ଟ। ଅନ୍ୟପଟେ ୧୩ ପ୍ଲାଟୁନ ଫୋର୍ସ ଓ ୩ଟି ଜାଗାରେ ଷ୍ଟ୍ରାଇକିଂ ଫୋର୍ସ ମଧ୍ୟ ନିୟୋଜିତ ହେବେ । ଜିରୋ ନାଇଟ ସେଲିବ୍ରେସନ ହେଉଥିବା ହୋଟେଲରେ ବି ରହିବେ ସ୍ୱତନ୍ତ୍ର ପୋଲିସ ।