Advertisment

Sikandar Teaser: ଇଣ୍ଟର୍‌ନେଟ୍‌ରେ ହଇଚଇ ସୃଷ୍ଟିକରୁଛି ‘ସିକନ୍ଦର’ର ଟିଜର; ସଲମାନଙ୍କ ଡାଏଲଗ ଲଗଉଛି ନିଆଁ

‘ସିକନ୍ଦର’ର ଟିଜର ରିଲିଜ ହୋଇଛି ଆଉ ସାରା ଇଣ୍ଟର୍‌ନେଟ୍‌ରେ ହଇଚଇ ସୃଷ୍ଟି କରୁଛି। ଏହି ଟିଜର୍‌ରେ ସଲମାନ ଖାନ ଏକ ଦମଦାର ଅବତାରରେ ନଜର ଆସିଛନ୍ତି, ଯାହା ପ୍ରଶଂସକଙ୍କୁ ଖୁସି କରିଦେବା ଭଳି।

author-image
Pramod Behera
ଅଦ୍ୟତନ ହୋଇଛି
Salman khan movie sikandar teaser created a stir on the internet

Salman khan movie sikandar teaser created a stir on the internet

ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସିକନ୍ଦର’ର ଟିଜର ରିଲିଜ ହୋଇଛି ଆଉ ସାରା ଇଣ୍ଟର୍‌ନେଟ୍‌ରେ ହଇଚଇ ସୃଷ୍ଟି କରୁଛି। ଏହି ଟିଜର୍‌ରେ ସଲମାନ ଖାନ ଏକ ଦମଦାର ଅବତାରରେ ନଜର ଆସିଛନ୍ତି, ଯାହା ପ୍ରଶଂସକଙ୍କୁ ଖୁସି କରିଦେବା ଭଳି।

Advertisment

ଯଦିଓ ଗତ କିଛି ବର୍ଷ ହେଲା ସଲମାନ ଖାନଙ୍କ ପାଇଁ ଚ୍ୟାଲେଞ୍ଜ୍‌ ହୋଇଆସୁଥିଲା, ଟିଜରରେ ତାଙ୍କ ଝଲକ ପ୍ରମାଣିତ କରୁଛି ଯେ ବର୍ତ୍ତମାନ ଭାଇଜାନ୍ ପୁଣି ଥରେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ବଡ଼ ଲୋକ ହେଲା ପରେ ବି ଭୁଲି ନାହାନ୍ତି ଛୋଟ ଦିନର ସାଙ୍ଗ; କହିଲେ ବନ୍ଧୁତା ସବୁଠାରୁ ଭଲ ଭିଟାମିନ୍

ଟିଜର୍‌ ରିଲିଜ୍‌ ହେବାର ୨୩ ଘଣ୍ଟା ବିତିଗଲାଣି। ଏଭଳି ପରିସ୍ଥିତିରେ ଏହି ଟିଜରକୁ ୪କୋଟିରୁ ଅଧିକ ଭିୟୁ ମିଳିଲାଣି। ଫିଲ୍ମରେ ସଲମାନ ଖାନଙ୍କୁ ଏଙ୍ଗ୍ରୀ ୟଙ୍ଗ୍ ମ୍ୟାନ୍ ଓ ଖତରନାକ୍ ହିରୋ ଭଳି ଅବତାରରେ ଦେଖାଇ ଦିଆଯାଇହି, ଯେହେତୁ ସଲମାନଙ୍କ ପ୍ରଶଂସକମାନେ ତାଙ୍କୁ ଏମିତି ଦେଖିବାକୁ ଚାହାଁନ୍ତି। ନିର୍ଦ୍ଦେଶକ ଆର୍ ମୁରୁଗଦାସ୍ ସଲମାନଙ୍କୁ ଦମଦାର କରିଦେଇଛନ୍ତି।

ଟିଜର୍‌ରେ ସଲମାନଙ୍କ ଡାଏଲଗ, "ସୁନା ହେ ବହତ ସାରେ ଲୋଗ୍ ମେରେ ପିଛେ ପଡେ ହେ… ବସ୍ ମେରେ ମୁଡ୍‌ନେ କୀ ଡେର୍ ହେ”କୁ ଲୋକେ ଖୁବ ପସନ୍ଦ କରିଛନ୍ତି। ତେବେ ସଲମାନଙ୍କ ଏହି ଡାଏଲଗରୁ ଲୋକମାନେ ଅନେକ ପ୍ରକାରର ଅର୍ଥ ବାହାର କରୁଛନ୍ତି।

କେହି କେହି କୁହନ୍ତି ଯେ ଏହା ମାଧ୍ୟମରେ ସଲମାନ ତାଙ୍କ ଶତ୍ରୁମାନଙ୍କୁ ଏକ ଉତ୍ତର ଦେଇଛନ୍ତି। ଏହି ଟିଜର୍‌କୁ ଏମିତି ଭାବେ ପ୍ରସ୍ତୁତ କରାଯାଇଛି ଯେ ସିଟି ମାରିବା ଭଳି। କାରଣ ନିର୍ମାତା ସଲମାନଙ୍କୁ ପ୍ରେଜେଣ୍ଟ୍‌ କରିବାରେ କୌଣସି ପ୍ରକାର ଅବହେଳା ଚାହୁଁ ନଥିଲେ।

ଅଧିକ ପଢ଼ନ୍ତୁ: ଅଲ୍ଲୁ ଅର୍ଜୁନଙ୍କ ଏହି ୧୦ ଫିଲ୍ମ ତାଙ୍କୁ ଆଜି ଦେଇଛି ‘ପୁଷ୍ପାରାଜ୍’ର ପରିଚୟ

ଏହି ଟିଜର୍‌କୁ ଅଧିକ ସ୍ୱତନ୍ତ୍ର କରିଛି ସନ୍ତୋଷ ନାରାୟଣନଙ୍କ ଦ୍ୱାରା କମ୍ପୋଜ୍ କରାଯାଇଥିବା ଇକେକ୍ଟ୍ରୀଫାଇଙ୍ଗ୍ ବ୍ୟାକ୍‌ଗ୍ରାଉଣ୍ଡ୍ ସ୍କୋର୍‌, ଯାହା ଭିଜୁଆଲ୍ସର ଶକ୍ତି ସହିତ ସମ୍ପୂର୍ଣ୍ଣ ମେଳ ଖାଉଛି। ଏହାର ଥ୍ରୋବିଙ୍ଗ୍ ବିଟ୍ ଏବଂ ହୃଦୟସ୍ପର୍ଶୀ ସ୍ୱର, ‘ସିକନ୍ଦର’କୁ ଆଉ ଟିକେ ଦମଦାର ସିନେମେଟିକ୍ ଏକ୍ସପେରିୟନ୍ସ କରି ଦେଇଛି।

ବାସ୍ତବରେ, ସଲମାନଙ୍କୁ କିଛି ଦିନ ହେବ ଲଗାତର ହତ୍ୟା ଧମକ ଆସୁଛି। ଏପରିକି ତାଙ୍କ ଘର ବାହାରେ ଗୁଳି ବିନିମୟ ହୋଇଛି। ଏଥିସହ ସଲମାନଙ୍କ ଅତି ଘନିଷ୍ଠ ବନ୍ଧୁ ତଥା ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ହତ୍ୟା ମଧ୍ୟ କରାଯାଇଛି।

ସେବେଠାରୁ ସଲମାନ ଖାନ ଅତ୍ୟନ୍ତ କଡା ସୁରକ୍ଷା ମଧ୍ୟରେ ରହୁଛନ୍ତି। କିନ୍ତୁ ଚଳଚ୍ଚିତ୍ରର ଗୋଟିଏ ଡାଏଲଗ୍ ସମସ୍ତଙ୍କ ମୁହଁ ବନ୍ଦ କରିଦେଇଛି।

ତେବେ ସଲମାନ ଖାନଙ୍କ ଫିଲ୍ମ 'ସିକନ୍ଦର'ର ଟିଜର ପୂର୍ବରୁ ତାଙ୍କ ଜନ୍ମଦିନ ଅର୍ଥାତ୍ ୨୭ ଡିସେମ୍ବରରେ ମୁକ୍ତିଲାଭ କରିଥାନ୍ତା। କିନ୍ତୁ ପରେ ନିର୍ମାତା ଏହାକୁ ସ୍ଥଗିତ ରଖିଥିଲେ। ଫିଲ୍ମ ନିର୍ମାତା ଟ୍ୱିଟରରେ ନୂଆ ରିଲିଜ୍ ତାରିଖ ଏବଂ ସମୟ ବିଷୟରେ ମଧ୍ୟ ସୂଚନା ଦେଇଥିଲେ। ଏହା ମଧ୍ୟ କହିଥିଲେ ଯେ “ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ଶେଷ ଯାତ୍ରାକୁ ସମ୍ମାନ ଜଣାଇ ଆମେ ଟିଜର ପୋଷ୍ଟପୋନ୍ କରିଛୁ।”

ତେବେ ଇଦ୍ ୨୦୨୫ରେ ହେବ ବିସ୍ଫୋରଣ। ଇଦ୍ ୨୦୨୫ରେ ‘ସିକନ୍ଦର’ ସହ ସଲମାନ ଖାନ ବଡ ପରଦାକୁ ଫେରୁଛନ୍ତି। ଏଆର୍ ମୁରୁଗାଦାସ୍ ଏହି ଚଳଚ୍ଚିତ୍ରଟି ନିର୍ଦ୍ଦେଶନା ଦେଇଛନ୍ତି ଏବଂ ଏହାକୁ ସାଜିଦ୍ ନାଡିଆଡୱାଲା ନିର୍ମାଣ କରିଛନ୍ତି। ଇଦ୍ ୨୦୨୫ର ଅପେକ୍ଷା ଏବେ ଭାଇଜାନଙ୍କ ପ୍ରଶଂସକଙ୍କ ପାଇଁ ଅଧିକ ସ୍ୱତନ୍ତ୍ର ହୋଇଯାଇଛି।

ଅଧିକ ପଢ଼ନ୍ତୁ: ପୁଷ୍ପାଙ୍କୁ ଜେଲ୍ ନା ବେଲ୍ ? ଆଜି ହେବ ଶୁଣାଣି

Salman Khan Bollywood Sikandar
Advertisment
Advertisment