/odishatv-khabar/media/post_attachments/uploadimage/library/16_9/16_9_0/IMAGE_1675325215.jpg)
Jayanarayan Mishra
‘ମୁଁ ଗୋପାଳର ସୁରକ୍ଷା ନେଇ ବହୁତ ଚିନ୍ତିତ ଅଛି । ରାଜ୍ୟ ସରକାରଙ୍କ ପୋଲିସ୍ ଉପରେ ମୋର ଭରସା ନାହିଁ । ତେଣୁ ଗୋପାଳ ପାଇଁ କେନ୍ଦ୍ରୀୟ ଫୋର୍ସ ମୁତୟନ ହେବା ଆବଶ୍ୟକ । ଆଗାମୀ ଦିଦରେ ତା’ର କିଛି କ୍ଷତି ହେଲେ, ରାଜ୍ୟ ସରକାର ହିଁ ଦାୟୀ ରହିବେ । ମୁଁ ପ୍ରଥମରୁ ଚେତାବନୀ ଦେଉଛି । ’ ମନ୍ତ୍ରୀ ନବ ଦାସ ହତ୍ୟାର ତନାଘନା ଭିତରେ ଗୋପାଳ ଦାସଙ୍କ ସୁରକ୍ଷା ନେଇ ଚିନ୍ତା ପ୍ରକଟ କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ।
କହିଛନ୍ତି, ହୁଏତ ପାରିବାରିକ, ରାଜନୈତିକ କିମ୍ବା ବ୍ୟାପାରିକ ସ୍ୱାର୍ଥରେ ଗୋପାଳଙ୍କ ପରିବାର ଲୋକ ଚୁପ୍ ରହିପାରନ୍ତି । ହେଲେ ଗୋପାଳର କିଛି କ୍ଷତି ହେଲେ ରାଜ୍ୟ ସରକାର ହିଁ ଦାୟୀ ରହିବେ। ମାମଲାର ଗୁରୁତ୍ୱକୁ ଦେଖି ସରକାର ଅବିଳମ୍ବେ CBI ତଦନ୍ତ ପାଇଁ ସୁପାରିସ କରନ୍ତୁ ବୋଲି ସେ ଦାବି କରିଛନ୍ତି ... ।
ଅଧିକ ପଢ଼ନ୍ତୁ: ପାଇଖାନା ଟାଙ୍କିରୁ ବାହାରିଲା ଗୋପାଳର ହାତଲେଖା
ସେପଟେ ତଦନ୍ତକାରୀ ଅଫିସରଙ୍କୁ ମିଳିଛି ଗୋପାଳର ହାତଲେଖା । ଝାରସୁଗୁଡ଼ା ବିମାନବନ୍ଦର ଥାନା ପାଇଖାନା ଟାଙ୍କିରୁ କିଛି ହାତ ଲେଖା କାଗଜ ଖଣ୍ଡ ମିଳିଛି। ଗତକାଲି ରାତିରୁ ଏହି ପାଇଖାନା ଟାଙ୍କିକୁ ଖାଲି କରି ଖୋଜାଖୋଜି କରିଥିଲା କ୍ରାଇମବ୍ରାଞ୍ଚ । ଆଉ ଏହାପରେ ତଦନ୍ତକାରୀ ସଂସ୍ଥା ହାତରେ ଲାଗିଛି ବଡ଼ ସୁରାକ । ଆଜି ସକାଳେ ଏଥିରୁ ୧୨ ଖଣ୍ଡ ହାତ ଲେଖା କାଗଜ ମିଳିଥିବା ସୂଚନା ମିଳିଛି ।
ସ୍ୱେରେଜ୍ ଟାଙ୍କିରୁ ମିଳିଥିବା ଏହି କାଗଜ ଖଣ୍ଡ ଗୁଡ଼ିକ ଇଂରାଜୀ ଏବଂ ଓଡ଼ିଆ ଭାଷାରେ ନାଲି ରଙ୍ଗରେ ଲେଖାଯାଇଛି। ଏସବୁକୁ ଜବତ କରିବା ପରେ ଏବେ ତଦନ୍ତ ଆଉ ପାଦେ ଆଗକୁ ଗତି କରିଥିବା ଅନୁମାନ କରାଯାଉଛି।
ମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ବିତିଲାଣି ୫ ଦିନ । ତଥାପି ଫିଟିପାରୁନି ରହସ୍ୟ । କାହିଁକି ଗୋପାଳ ହତ୍ୟା କଲା? କଣ ଥିଲା ମନ୍ତ୍ରୀଙ୍କ ଉପରେ ରାଗ? ମନ୍ତ୍ରୀଙ୍କ ପାଖେ ପାଖେ ବୁଲୁଥିବା ପୋଲିସ୍ ଅଧିକାରୀ କାହିଁକି ତାଙ୍କୁ ମାରିଲେ, ଏବେ ତାକୁ ନେଇ ଦେଖାଦେଇଛି ଅନେକ ପ୍ରଶ୍ନ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)