ଯୌତୁକରେ ସାଢେ ୫ ଲକ୍ଷ ଟଙ୍କା ଦେଇଥିଲେ ଶ୍ୱଶୁର ଘର । ସବୁତକ ଟଙ୍କା ଫେରାଇ ସମାଜରେ ଉଦାହରଣ ସୃଷ୍ଟି କରିଦେଲେ ଯୁବକ । ରାଜସ୍ଥାନ ଜୈସାଲମିରର ଏହି ଘଟଣା ଏବେ ସବୁଠି ଚର୍ଚ୍ଚାରେ ।
‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ପାଇଁ ରାଜ୍ୟ ସରକାର ୧୨ କୋଟିର ବ୍ୟୟ ବରାଦ କରିଛନ୍ତି । ଏହି ଯୋଜନା ଖୁବ୍ଶୀଘ୍ର ଲାଗୁ ହେବ ବୋଲି କୁହାଯାଉଛି ।
ବିଷ୍ଣୁପଦଙ୍କ ଭୁବନେଶ୍ବର ଫରେଷ୍ଟ ପାର୍କ ସ୍ଥିତ ସରକାରୀ ବାସଭବନରେ CBI ପକ୍ଷରୁ ରେଡ୍ ଜାରି ରହିଛି । ଆଜି ସକାଳୁ CBI ର ୮ ଜଣିଆ ଟିମ୍ ଖୋଳତାଡ କରୁଛି ।
ପ୍ରତାରିତ ପ୍ରେମିକ ଧରାପଡ଼ିଲା । ପୋଲିସ ହେଲା ମଧ୍ୟସ୍ତି । ବନ୍ଧାଗଲା ବିବାହ ବେଦୀ । ପ୍ରେମିକ ସହ ପଡ଼ିଲା ପ୍ରେମିକାର ହାତଗଣ୍ଠି । ସର୍ବସମ୍ମୁଖରେ ପ୍ରେମିକା ମଥାରେ ସିନ୍ଦୂର ଦେଲା ଧୋକାବାଜ ପ୍ରେମିକ ।
ଓଡ଼ିଶା ସରକାର, ପୋଲିସ ଉପରେ ଭରସା ଅଛି, ନ୍ୟାୟ ମିଳିବ । ନେପାଳ ଯାଇ ଆମ କଲେଜରେ ପାଠ ପଢ଼ାଅ ବୋଲି ଡାକି ଆଣିଥିଲେ ହେଲେ, ନେପାଳରୁ ପିଲା ଆସି ପଢ଼ିବା ପରେ ତାଙ୍କୁ କଲେଜ ଦୁର୍ବ୍ୟବହାର କରୁଛି ବୋଲି ଅଭିଯୋଗ କରିଛନ୍ତି ମୃତ ଛାତ୍ରୀଙ୍କ ବାପା ।
ବିହାରର ପୂର୍ଣ୍ଣଆ ଅଞ୍ଚଳ। ଏଠାକାର ଜଣେ ବ୍ୟକ୍ତି ଘରେ ପ୍ରଥମ ସ୍ତ୍ରୀ ଥାଉ ଥାଉ କରିଥିଲେ ଦ୍ୱିତୀୟ ବିବାହ। ସାତ ବର୍ଷ ପୂର୍ବେ ପୁଣି ବେଦିରେ ବସି ପକାଇଥିଲେ ହାତ ଗଣ୍ଠି। ଏହା ଜାଣିବା ପରେ ଚିହିଁକି ଉଠିଥିଲେ ପ୍ରଥମ ସ୍ତ୍ରୀ। ସହି ପାରିନଥିଲେ ସଉତୁଣୀକୁ।
ବିମାନ ବନ୍ଦରରେ ଲ୍ୟାଣ୍ଡିଂ କରିବା ବେଳେ ଓଲଟି ପଡିଲା ବିମାନ । କାନାଡ଼ା ଟରୋଣ୍ଟୋ ବିମାନ ବନ୍ଦରରେ ଘଟିଛି ଏହି ବଡ ଦୁର୍ଘଟଣା ।
ଗୁହଗାଓଁ ସ୍ଥିତ ମଦରହୁଡ ହସ୍ପିଟାଲର ଶିଶୁ ରୋଗ ବିଶେଷଜ୍ଞ ସେଲି ଗୁପ୍ତା କହନ୍ତି, ଭାକ୍ସିନ ଶିଶୁର ରୋଗପ୍ରତିରୋଧକ ଶକ୍ତିକୁ ଆକ୍ଟିଭ କରିବା ସହ ଶରୀରରେ ଏକ ସୁରକ୍ଷା କବଚ ପରି କାମ କରିଥାଏ । ଏହା ଶରୀରରେ ରୋଗକୁ ନିଷ୍କ୍ରିୟ କିମ୍ବା ଦୁର୍ବଳ କରି ଦେଇଥାଏ । ସେତିକି ନୁହେଁ, ଭାକ୍ସିନର ରୋଗ ପ୍ରତିରୋଧକ ପ୍ରଣାଳୀ ପ୍ରକୃତ ରୋଗକୁ ସୃଷ୍ଟି ନ କରି କିପରି ଏହାର ବିପଦକୁ ଚିହ୍ନଟ କରିବ ଏବଂ ଏହାକୁ ପ୍ରଭାବୀ ଢଙ୍ଗରେ ପ୍ରତିକାର କରିବ ତାହା ଶିଖାଇଥାଏ ।
ଦେଶର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର ହେବେ ଜ୍ଞାନେଶ କୁମାର । ୧୯୮୮ ବ୍ୟାଚ୍ ଅବସରପ୍ରାପ୍ତ IAS ଅଧିକାରୀ ହେଉଛନ୍ତି ଜ୍ଞାନେଶ କୁମାର ।
କିଟ୍ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାରେ ଆଜି ହେବ ମୃତ ଛାତ୍ରୀଙ୍କ ଶବ ବ୍ୟବଚ୍ଛେଦ । ଭୁବନେଶ୍ବରର ଏମ୍ସରେ ବ୍ୟବଚ୍ଛେଦ କରାଯିବ ।
ଆଜିଠୁ ଆରମ୍ଭ ହେଉଛି ଯୁକ୍ତ ୨ ପରୀକ୍ଷା । କପି ରୋକିବାକୁ ପଞ୍ଚସ୍ତରୀୟ ସ୍କ୍ବାଡ୍ ଏବଂ ସବୁ ସେଣ୍ଟରରେ ସିସିଟିଭି ବ୍ୟବସ୍ଥା । ପ୍ରଶ୍ନ ପତ୍ର ଲିକ୍ ବା ଗୁଜବ କଲେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ।
ସାକ୍ଷାତକାର ବେଳେ ଅନେକ ପ୍ରକାରର ଭୁଲକୁ ଏଡ଼ାଇବା ଉଚିତ। ଯଦି ଆପଣ ଏହି ସମୟରେ ଏକ ଛୋଟ ଭୁଲ ବି କରନ୍ତି, ତେବେ ଆପଣ ଫେଲ୍ ହୋଇଯିବେ। ଯଦି ଆପଣ ଏକ ଚାକିରି ସାକ୍ଷାତକାର ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ପ୍ରାର୍ଥୀମାନଙ୍କ ଦ୍ୱାରା କରାଯାଉଥିବା ସାଧାରଣ ଭୁଲ୍ କ’ଣ ଜାଣନ୍ତୁ।
କୁମ୍ଭ ମାସ ଫାଲ୍ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୧୮ ତାରିଖ ମଙ୍ଗଳବାର । ଚନ୍ଦ୍ର- ତୁଳା ଅହୋରାତ୍ର । ତିଥି- ୬ଷ୍ଠୀ ଅହୋରାତ୍ର ଘାତଚନ୍ଦ୍ର- ନାସ୍ତି । ଘାତବାର- ମକର ରାଶିର । ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ।
ସମସ୍ତେ ଚାହାଁନ୍ତି ଯେ ସେମାନଙ୍କର ପିଲା ସୁସ୍ଥ ଏବଂ ଶକ୍ତିଶାଳୀ ହୁଅନ୍ତୁ। ଏପରି ପରିସ୍ଥିତିରେ ପିଲାକୁ କିଛି ସୁସ୍ଥ ଜିନିଷ ଖାଇବାକୁ ଦିଆଯିବା ଆବଶ୍ୟକ। ଏହା କରିବା ଦ୍ୱାରା ଶିଶୁର ବୃଦ୍ଧି ଏବଂ ଷ୍ଟାମିନା ଦ୍ରୁତ ଗତିରେ ବଢିଥାଏ। ବର୍ତ୍ତମାନ ପ୍ରଶ୍ନ ହେଉଛି, ପିଲାମାନଙ୍କର ଷ୍ଟାମିନା ବଢାଇବା ପାଇଁ ପିଲାମାନଙ୍କୁ କ’ଣ ଖାଇବାକୁ ଦେବା ଜରୁରୀ।
ଲୋଭ ହେଲା କାଳ । ରାତାରାତି କୋଟିପତି ହେବାର ନିଶା ଲୋକଙ୍କୁ ସର୍ବସ୍ୱାନ୍ତ କରିଦେଇଛି । ସମ୍ବଲପୁର ଜିଲ୍ଲାରେ ଅଧିକ ସୁଧ ଲୋଭରେ ଠକେଇର ଶିକାର ହୋଇଛନ୍ତି ଶତାଧିକ ଲୋକେ ।
କପି ରୋକିବାକୁ ପଞ୍ଚସ୍ତରୀୟ ସ୍କ୍ବାଡ୍ ଏବଂ ସବୁ ସେଣ୍ଟରରେ ସିସିଟିଭି ବ୍ୟବସ୍ଥା ହୋଇଛି। ପରୀକ୍ଷା ସରିବା ୪୫ ଦିନ ଭିତରେ ରେଜଲ୍ଟ ବାହାର କରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରଶ୍ନ ପତ୍ର ଲିକ୍ ବା ଗୁଜବ କଲେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ବିଜେପି ଏହି ମାମଲାରେ କଂଗ୍ରେସ ଏବଂ ଆମେରିକୀୟ ବିଲିୟନେୟାର ଭାରତ ବିରୋଧୀ ଜର୍ଜ ସୋରସ୍ଙ୍କୁ ଦାୟୀ କରିଛି । ଆମେରିକା ଏବେ ନେଇଥିବା ନିଷ୍ପତ୍ତି ପାଇଁ ଭାରତର ନିର୍ବାଚନ ପ୍ରକ୍ରିୟାରେ ବାହ୍ୟ ହସ୍ତକ୍ଷେପ ବନ୍ଦ ହେବ ବୋଲି ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ କହିଛନ୍ତି ।
ଯୁବଲେଖକଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଦିଆଯାଉଥିବା ‘ଜଗଦୀଶ ଯୁବ ସମ୍ମାନ’ ଏଥର ଗାଳ୍ପିକା ସୁନନ୍ଦା ପ୍ରଧାନଙ୍କୁ ପ୍ରଦାନ କରାଯାଇଥିଲା।
ପାଠ ପଢ଼ିବା ପାଇଁ ବିଦେଶରୁ ଆସିଥିବା ପିଲାଙ୍କୁ ଧମକଚମକ ଏବଂ ସିକ୍ୟୁରିଟି ଗାର୍ଡଙ୍କ ନିସ୍ତୁକ ମାଡ଼ର ଭିଡିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି । ନେପାଳ ପ୍ରଧାନମନ୍ତ୍ରୀଙ୍କ ଉଦ୍ବେଗ ପରେ ଛେପ ଢୋକିଛନ୍ତି କିଟ୍ କର୍ତ୍ତୃପକ୍ଷ । ପିଲାଙ୍କୁ ଜୋର୍ କରି ବିଦା କରିସାରିବା ପରେ ସେମାନଙ୍କୁ ଫେରିବାକୁ ଅପିଲ୍ କରିଛନ୍ତି ।
ରାଜଧାନୀ ଉପକଣ୍ଠରେ ମଝିରାତିରେ ଏନକାଉଣ୍ଟର। ପ୍ରଥମଥର ପାଇଁ କମିଶନରେଟ୍ ପୋଲିସ୍ ଗୁଳିରେ ଘାଇଲା ଆନ୍ତଃରାଜ୍ୟ ଆପାର୍ଟମେଣ୍ଟ ଲୁଟେରା । ଏହି ଆନ୍ତଃରାଜ୍ୟ ଗ୍ୟାଙ୍ଗର ରାଜ୍ୟ ଭିତରେ କାହା ସହ ଲିଙ୍କ୍ ଅଛି, ସେ ନେଇ ଖୋଳତାଡ଼ ଚାଲିଛି ।
ନୂତନ ସେତୁ ପ୍ରକଳ୍ପ ପାଇଁ ୨ ହଜାର କୋଟି, ବନ୍ଦରଗୁଡ଼ିକର ବିକାଶ ପାଇଁ ବଜେଟ୍ରେ ୧୦୭ କୋଟି, ଜେଟି ବିକାଶ ପାଇଁ ୨୧୦ କୋଟି ଓ ବିମାନ ଚଳାଚଳକୁ ବ୍ୟାପକ କରିବା ପାଇଁ ୩୮୨ କୋଟି ବ୍ୟୟବରାଦ ଲକ୍ଷ୍ୟ ରହିଛି।
ସୁଭଦ୍ରା ସୁରକ୍ଷା ଯୋଜନା ପାଇଁ ୧୫୩ କୋଟି, ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ପାଇଁ ୩୦ କୋଟି, ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ପାଇଁ ୨୦୦ କୋଟି, ଉତ୍ତର ଓଡ଼ିଶା ବିକାଶ ପରିଷଦ ପାଇଁ ୨୦୦ କୋଟି, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ୧୨ କୋଟି।
ଲିଖିତ ଭାବେ ଉତ୍ତର ରଖି ମୁଖ୍ୟମନ୍ତ୍ରୀ କହିଛନ୍ତ, ଗତ ୪ ବର୍ଷରେ ୩୬ ହଜାର ୪୨୦ ଜଣ ମହିଳା ନିଖୋଜ ହୋଇଛନ୍ତି। ଉଦ୍ଧାର ହୋଇଛନ୍ତି ମାତ୍ର ୧୪୧୭ ଜଣ। ସେହିପରି ୮ ହଜାର ୪୦୩ ଜଣ ଶିଶୁ ନିଖୋଜ ହୋଇଥିବା ବେଳେ ମାତ୍ର ୧୮୫୭ ଜଣ ଉଦ୍ଧାର ହୋଇଛନ୍ତି।
IPS କଥା ଦେଖିଲେ, ରାଜ୍ୟରେ ମୋଟ୍ ପଦବୀ ୧୯୫ ଥିବା ବେଳେ, ସେଥିରୁ ୬୯ଟି ଖାଲି ପଡ଼ିଛି। ୧୦ ଜଣ IPS ଅଧିକାରୀ ୫ ବର୍ଷରୁ ଅଧିକ ସମୟ ଧରି କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି। ସେପଟେ ଏହି ତଥ୍ୟ ସାମ୍ନାକୁ ଆସିବା ପରେ ଜୋର୍ ଧରିଛି ରାଜନୀତି।
ରବିବାର ରାତିରେ କିଟ୍ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ନେପାଳୀ ଛାତ୍ରୀ ପ୍ରକୃତି ଲମସାଲ୍ ଆତ୍ମହତ୍ୟା କରିଥିଲେ। ସେ ତାଙ୍କ ରୁମ୍ରେ ଝୁଲି ପଡ଼ିଥିଲେ। ଏହି ଘଟଣାକୁ ନେଇ ରବିବାର ରାତିରୁ କ୍ୟାମ୍ପସରେ ଉତ୍ତେଜନା ଲାଗି ରହିଥିଲା। କିଟ୍ରେ କାର୍ଯ୍ୟରତ ଦୁଇ ଜଣ ମହିଳା ପିଲାମାନଙ୍କୁ ବୁଝାଇବା ପରିବର୍ତ୍ତେ ଧମକ ଦେଉଥିବା ଦେଖିବାକୁ ମିଳିଛି।