Advertisment

Humane Death Case: ହ୍ୟୁମାନ ଡେଥ୍ ସସପେନ୍ସ ଉପରୁ ହଟିବ ପରଦା, ରହସ୍ୟ ଭେଦିବାକୁ ମୂଳକୁ ଯାଇ ଘାଣ୍ଟିବ ପୋଲିସ

କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ଆରମ୍ଭ ହେଲା ଖୋଳତାଡ଼। ଖୁବଶୀଘ୍ର ଏତଲାରେ ନାଁ ଥିବା ୯ ଜଣଙ୍କୁ ଯିବ ନୋଟିସ୍। ଥାନାକୁ ଡାକି ପଚରାଉଚରା କରିବ ପୋଲିସ। ମାମଲାର ବ୍ୟାପକ ତଦନ୍ତ କରାଯିବ ।

author-image
Tapan Swain
Humane Sagar

Humane Sagar Photograph: (OTV)

କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ଆରମ୍ଭ ହେଲା ଖୋଳତାଡ଼। ଖୁବଶୀଘ୍ର ଏତଲାରେ ନାଁ ଥିବା ୯ ଜଣଙ୍କୁ ଯିବ ନୋଟିସ୍। ଥାନାକୁ ଡାକି ପଚରାଉଚରା କରିବ ପୋଲିସ। ମାମଲାର ବ୍ୟାପକ ତଦନ୍ତ କରାଯିବ ବୋଲି କଟକ ଅତିରିକ୍ତ ଡିସିପି ଅମରେନ୍ଦ୍ର ପଣ୍ଡା କହିଛନ୍ତି। ଯେକୌଣସି ମୁହୂର୍ତ୍ତରେ ପୋଲିସ ଏତଲାରେ ନାଁ ଥିବା ଗାୟିକା ଅର୍ପିତା ଚୌଧୁରୀ, ହ୍ୟୁମାନଙ୍କ ପତ୍ନୀ ଶ୍ରେୟା ମିଶ୍ର, ଦୁଇ ମ୍ୟାନେଜର ଓ ଅନ୍ୟମାନଙ୍କୁ ଡାକିପାରେ। ହ୍ୟୁମାନଙ୍କ ମୃତ୍ୟୁ ମାମଲାରେ ମାଆ ଶେଫାଳୀ ସୁନା ଉଠାଇଥିବା ସନ୍ଦିଗ୍ଧ ପ୍ରଶ୍ନର ଉତ୍ତର ଖୋଜିବ ପୋଲିସ। ...

Advertisment

ହ୍ୟୁମାନ ଡେଥକୁ ନେଇ ଘଣ୍ଟାଚକଟା । ୯ ଜଣଙ୍କୁ ନୋଟିସ୍ ପାଇଁ ପ୍ରକ୍ରିୟା ଆରମ୍ଭ । ଜେରାର ସାମନା କରିବେ ପତ୍ନୀ ଶ୍ରେୟା । ସହ-ଗାୟିକା ଅର୍ପିତାଙ୍କୁ ବି ହେବ ପଚରାଉଚରା ।
ହ୍ୟୁମାନଙ୍କ ମାଆ ଶେଫାଳି ସୁନାଙ୍କ ଏତଲା ପରେ ଆକ୍ସନ ମୁଡକୁ ଆସିଛି ପୋଲିସ। ଯେଉଁ ୯ ଜଣଙ୍କ ନାଁରେ ମାମଲା ହୋଇଛି ସେମାନଙ୍କ ଛାତି ଏବେ ଧଡଧଡ଼। ଯେକୌଣସି ମୁହୂର୍ତ୍ତରେ ପୋଲିସ ସେମାନଙ୍କ ଦୁଆର ବାଡେଇପାରେ।

ଯିବ ହାଜିରା ନୋଟିସ୍। କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସ ଖୋଳତାଡ ଚଳାଇଥିବା ବେଳେ ନୋଟିସ୍ ପାଇଁ ସଜବାଜ ଆରମ୍ଭ କଲାଣି। କଟକ ଅତିରିକ୍ତ ଡିସିପି ଅମରେନ୍ଦ୍ର ପଣ୍ଡା କହିଛନ୍ତି, ଏତଲାରେ ଯେଉଁମାନଙ୍କ ନାଁ ରହିଛି ସମସ୍ତଙ୍କୁ ନୋଟିସ କରାଯିବ। ଏତଲା ଆଧାରରେ ବ୍ୟାପକ ତଦନ୍ତ ହେବ। 

Advertisment

ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ଗତ ରବିବାର ଦିନ ତାଙ୍କ ମା’ ଶେଫାଳି ସୁନା କଟକ ମର୍କତ ନଗର ଥାନାରେ ୯ ଜଣଙ୍କ ନାଁରେ ଏତଲା ଦେଇଥିଲେ। ଅର୍ପିତା ଚୌଧୁରୀ ଓ ତାଙ୍କ ପରିବାର, ହ୍ୟୁମାନଙ୍କ ୨ ମ୍ୟାନେଜର ଦିନେଶ ଓ ପ୍ରଶାନ୍ତ, ସଙ୍ଗୀତ ନିର୍ଦ୍ଦେଶକ ସୋମେଶ ଶତପଥୀ, ଡାକ୍ତର ଶୁଭେନ୍ଦୁ ମିଶ୍ର ଓ ହ୍ୟୁମାନଙ୍କ ପତ୍ନୀ ଶ୍ରେୟା ମିଶ୍ର ଓ ତାଙ୍କ ପରିବାର ନାଁରେ ବି FIR କରି ତନାଘନା ଆରମ୍ଭ କରିଛି ପୋଲିସ।

ହ୍ୟୁମାନ ଡେଥ୍ ଘଣ୍ଟାଚକଟା

ଶେଫାଳି ସୁନା ପୁଅ ମୃତ୍ୟୁର କିଛି ସନ୍ଦିଗ୍ଧ କାରଣ ଦର୍ଶାଇଥିଲେ। ଜଣ ଜଣ କରି ସମସ୍ତଙ୍କୁ ଡାକି ସେସବୁ ସତ ଜାଣିବାକୁ ଚାହିଁବ ପୋଲିସ। କିଏ କେମିତି ହ୍ୟୁମାନଙ୍କୁ ମାନସିକ ଚାପ ଦେଉଥିଲେ ? ନିର୍ଯାତନା, ବିଷକ୍ରିୟା ଓ ନିଶାଦ୍ରବ୍ୟ ପ୍ରୟୋଗ ହେଉଥିଲା କି ? କିଏ ଓ କାହିଁକି ହ୍ୟୁମାନଙ୍କୁ ଦେଉଥିଲେ ଧମକଚମକ ? ତାଙ୍କ ଟଙ୍କା ଆତ୍ମସାତ ହୋଇଛି କି ? କିଛି ଚଞ୍ଚକତା କରିଥିଲେ କି ଦୁଇ ମ୍ୟାନେଜର ? କି ଡିଜିଟାଲ ପ୍ରମାଣ ଆଉ କିଏ ନଷ୍ଟ କରିଛନ୍ତି ? ହ୍ୟୁମାନଙ୍କ ସହ ଅର୍ପିତାଙ୍କ ସମ୍ପର୍କ ଓ ମୃତ୍ୟୁ ପାଇଁ ସେ କିଭଳି ଦାୟୀ ? ଶ୍ରେୟାଙ୍କ ସହ ଦାମ୍ପତ୍ୟ ବିବାଦ, ଅଲଗା ହେବା ଓ ଝିଅ ସହ ଭେଟ କରାଇ ଦେଉ ନଥିବା ଅଭିଯୋଗର ସତ ଜାଣିବାକୁ ତଦନ୍ତର ମୂଳକୁ ଯିବ ପୋଲିସ।

ଏତଲାରେ ନାଁ ଥିବା ୯ ଜଣଙ୍କର ପ୍ରତ୍ୟକ୍ଷ ଓ ପରୋକ୍ଷରେ କଣ ଭୂମିକା ରହିଛି ? ଏମିତି ତମାମ ଦିଗରେ ତଦନ୍ତକୁ ବ୍ୟାପକ କରିବା ସହ ନିଷ୍କର୍ଷରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି ପୋଲିସ। 

ହ୍ୟୁମାନଙ୍କ ଅକାଳ ବିୟୋଗକୁ ନେଇ ଯେମିତି ହଟଚମଟ ହୋଇଥିଲା ଏତଲା ପରେ ପୁଣି ହଡକମ୍ପ। ଏବେ ସମସ୍ତଙ୍କ ନଜର ହ୍ୟୁମାନ ମୃତ୍ୟୁ ପଛର ରହସ୍ୟକୁ ପୋଲିସ କେବେ ଲୋକଲୋଚନକୁ ଆଣିବ। ... 



Death Mystery humane sagar case
Advertisment
Related Articles
Advertisment