/odishatv-khabar/media/media_files/2025/12/23/kiss-2025-12-23-20-24-36.jpg)
KISS Photograph: (OTV)
କେନ୍ଦୁଝର ଭଳି କନ୍ଧମାଳର ଆଦିବାସୀ ଛାତ୍ରଙ୍କୁ ବି ହତ୍ୟା ପରେ ଚପାଇଦେଇଥିଲା କି କିସ୍ ? କିସ୍ ବିରୋଧରେ କନ୍ଧମାଳରୁ ଆସିଛି ଆଉ ଏକ ସଂଗୀନ ଅଭିଯୋଗ । ଝୁଣ୍ଟିପଡ଼ିବାରୁ ପୁଅର ମୃତ୍ୟୁ ହୋଇଥିବା କହି କେମିତି ବାଆଁରେଇଥିଲେ କିସ୍ କର୍ତ୍ତୃପକ୍ଷ, ସେନେଇ ଲୋମଟାଙ୍କୁରା କାହାଣୀ କହିଛନ୍ତି ପରିବାର ଲୋକ । ଏପଟେ ଛାତ୍ର ହତ୍ୟା ମାମଲାରେ ମୁହଁ ଖୋଲୁନଥିବା ଟିମ୍ ଅଚ୍ୟୁତ ଇମେଜ ବଞ୍ଚାଇବାକୁ ଲଗାଇ ଦେଇଛନ୍ତି ଜୀ-ଜାନ୍ ।
ଛାୟାଯୁଦ୍ଧ ଚଳାଇଛନ୍ତି କି କିଟ୍-କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ? ମୂଳ ଘଟଣା ଉପରୁ ନଜର ହଟାଇବାକୁ ଚାଲିଛି ଜୋରଦାର୍ ପ୍ରୟାସ । କିସ୍ ଛାତ୍ର ହତ୍ୟା ମାମଲାରେ ମୁହଁ ଖୋଲୁନାହାନ୍ତି । ହେଲେ ଇମେଜ୍ ବଞ୍ଚାଇବାକୁ ଜି ଜାନ୍ ଲଗାଇ ଦେଇଛନ୍ତି ।
ଗତ ୧୨ ତାରିଖରେ ଘଟିଥିବା କିସ୍ ଛାତ୍ର ହତ୍ୟା ଘଟଣାକୁ ୧୨ ଦିନ ବିତିଲାଣି। ହେଲେ ଥରୁଟିଏ ବି ମୁହଁ ଖୋଲିନି କିସ୍। ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ବି ଚୁପ୍। ପିଲାଟିକୁ ହତ୍ୟା ପରେ ହୃଦଘାତ କହିଲେ। ଡାକ୍ତରଙ୍କ ଦ୍ବାରା ଭୁଲ୍ ରିପୋର୍ଟ ବାହାର କଲେ। ପୋଷ୍ଟମର୍ଟମ ବି କରାଗଲାନି। ଏତେ ବଡ଼ ସଂଗୀନ ଘଟଣାରେ ଦିନେ ହେଲେ ପାଟି ଫିଟାଉନଥିବା କିସ୍ କର୍ତ୍ତୃପକ୍ଷ ଓ ଟିମ୍ ଅଚ୍ୟୁତ ଏବେ ପ୍ରସଙ୍ଗକୁ ଡାଇଭର୍ଟ କରିବାକୁ ଫୁଲ୍ ଦମରେ ଲାଗିପଡ଼ିଛନ୍ତି। ଲଗାଇ ଦେଇଛନ୍ତି ପେଡ୍ ଏଜେଣ୍ଟ। କିସ୍ ଛାତ୍ର ହତ୍ୟା ମାମଲାରେ ପ୍ରଶ୍ନ କରୁଥିବା ଗଣମାଧ୍ୟମ ଉପରେ ଆକ୍ରୋଶମୂଳକ ଭାବେ ତୋଡ଼ ଦେଖାଉଛନ୍ତି।
ଏଠି ପ୍ରଶ୍ନ ଉଠୁଛି- କିସ୍ ଛାତ୍ର ହତ୍ୟାର ସତ ଜାଣିବାକୁ ଚାହୁଁଛି ଓଡ଼ିଶା। ହେଲେ ସେକଥା ନକହି ନାଟକ କରିବାର ଉଦ୍ଦେଶ୍ୟ କଣ ? ତଥ୍ୟ ପ୍ରମାଣ ସହିତ ଜବାବ ମାଗୁଥିବା ଗଣମାଧ୍ୟମ ଉପରେ ଅଚ୍ୟୁତଙ୍କର ଏତେ ରାଗ କାହିଁକି ? କିସ୍ ଯଦି ନିର୍ଦ୍ଦୋଷ, ତାହେଲେ ମୁହଁ ଖୋଲିବାକୁ ପଛଘୁଞ୍ଚା କଣ ପାଇଁ ? ପରଦା ପଛରେ ରହି ଗୋଟି ଚଳାଉନାହାନ୍ତି ତ ଅଚ୍ୟୁତ ? ସବୁ ଚାଲ୍ ଫସରଫାଟିବା ପରେ ଔଷଧ ବିକଳରେ ତାଟିଆ କାମୁଡୁ ନାହାନ୍ତି ତ ?
ସଂଗୀନ ଅଭିଯୋଗ ଆଣିଲେ ମୃତ ଛାତ୍ରଙ୍କ ପରିବାର
ଏପଟେ ବୁଢୀ ଅସୁରୁଣୀର ସିନ୍ଧୁକ ଗପ ଭଳି ଖୋଲିବାରେ ଲାଗିଛି କିସ୍ ପାପ ପେଡ଼ି। ଏଯାଏଁ କେନ୍ଦୁଝରର ୩ ଓ ଗଜପତି ମୋହନା ଅଞ୍ଚଳର ଦୁଇଟି ଛାତ୍ର ମୃତ୍ୟୁ ଘଟଣାକୁ ନେଇ ରହସ୍ୟ ଲାଗି ରହିଥିବାବେଳେ କନ୍ଧମାଳରୁ ଆସିଛି ଆଉ ଏକ ସଂଗୀନ ଅଭିଯୋଗ। ଗତବର୍ଷ ଜାନୁଆରୀ ୨୬ରେ ଜଣେ ତୃତୀୟ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁକୁ ନେଇ କଡ଼ ଲେଉଟେଇଛି ବିବାଦ।
ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, କେନ୍ଦୁଝର ଛାତ୍ରର ଝାଡ଼ାବାନ୍ତି ନାଟକ ପରି ସେଦିନ ବି କିସ୍ ଶୁଣାଇଥିଲା ତୁଚ୍ଛା ଗପ। ପୁଅ ଝୁଣ୍ଟିପଡ଼ି ଆହତ ହୋଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। ହେଲେ ଡାକ୍ତରଖାନାରେ ପହଞ୍ଚିବା ବେଳକୁ ପୁଅ ଯାଇ ଆଇସିୟୁରେ। ପରେ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ହୋଇଥିଲା। ବେକ, ମୁଣ୍ଡ, ଆଖିରେ ଷ୍ଟିଚ୍ ପଡ଼ିଥିଲା।
ସେତେବେଳେ ବି ବିନା ପୋଷ୍ଟମର୍ଟମରେ ଶବ ଧରେଇ ଦେଇଥିଲା କିସ୍। ତେବେ ସାମାନ୍ୟ ଝୁଣ୍ଟିପଡି ଆହତ ହୋଇଥିବା ପିଲାଟି ଏମିତି ଗୁରୁତର ହେଲା କେମିତି ? ଦେହସାରା କୁଆଡ଼ୁ ଆସିଲା ଆଘାତ ଚିହ୍ନ ? କାହିଁକି କରାଯାଇ ନଥିଲା ଶବ ବ୍ୟବଚ୍ଛେଦ ? ଏବେର ଘଟଣା ଭଳି ସେବେ ମଧ୍ୟ ହତ୍ୟା ମାମଲାକୁ ଘୋଡ଼ାଯାଇନଥିଲା ତ ?
ଗୋଟିଏ ପରେ ଗୋଟିଏ ଘଟଣାରେ ଓଡ଼ିଶାକୁ ବଦନାମ କରିବାରେ ଲାଗିଛି ଅଚ୍ୟୁତଙ୍କ ପ୍ରତିଷ୍ଠିତ କିଟ୍ ଓ କିସ୍। ନେପାଳୀ ଛାତ୍ରୀ ଆତ୍ମହତ୍ୟା ମାମଲାରେ କିଟ୍ ବରିଷ୍ଠ କର୍ମଚାରୀଙ୍କ ସହିତ ଏକାଧିକ ସିକ୍ୟୁରିଟି ଗାର୍ଡ ଗିରଫ ହୋଇଥିଲେ। କିସ୍ ଛାତ୍ର ହତ୍ୟା ମାମଲାରେ ବି ୮ ଜଣ ବନ୍ଧା ହୋଇ ଜେଲରେ ଅଛନ୍ତି। ତଥାପି ନିଜକୁ ସାଧୁ ବୋଲାଇ ଭାବମୂର୍ତ୍ତି ସଜାଡ଼ିବାକୁ ଲାଗିପଡ଼ିଛନ୍ତି ଉଭୟ ଅଚ୍ୟୁତ ଓ ତାଙ୍କ ସଂସ୍ଥା।...
Political Tug-of-War in BJD: ସୁଜାତାଙ୍କ ଏଣ୍ଟ୍ରି ପାଇଁ ଦୁଇଭାଗ ବିଜେଡି, ଶ୍ରୀମୟୀଙ୍କ ବାଣକୁ ସ୍ନେହାଙ୍ଗିନୀଙ୍କ କାଉଣ୍ଟର

Humane Death Case: ହ୍ୟୁମାନ ଡେଥ୍ ସସପେନ୍ସ ଉପରୁ ହଟିବ ପରଦା, ରହସ୍ୟ ଭେଦିବାକୁ ମୂଳକୁ ଯାଇ ଘାଣ୍ଟିବ ପୋଲିସ

Chilling Crime: କାଠ କଟରରେ ସ୍ୱାମୀକୁ ଟିକ୍ଟିକ୍ କଲା, ମୁଣ୍ଡକୁ ନଈରେ ଓ ଗଣ୍ଡିକୁ ଫିଙ୍ଗିଲା ଡ୍ରେନରେ

Train Engine Rams Tractor: ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା ଟଳିଗଲା, ଟ୍ରାକ୍ଟରକୁ ଧକ୍କା ଦେଇ ଟାଣିନେଲା ଟ୍ରେନ୍ ଇଞ୍ଜିନ୍

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)