Advertisment

Political Tug-of-War in BJD: ସୁଜାତାଙ୍କ ଏଣ୍ଟ୍ରି ପାଇଁ ଦୁଇଭାଗ ବିଜେଡି, ଶ୍ରୀମୟୀଙ୍କ ବାଣକୁ ସ୍ନେହାଙ୍ଗିନୀଙ୍କ କାଉଣ୍ଟର

ସୁଜାତା ପାଣ୍ଡିଆନଙ୍କ ଏଣ୍ଟ୍ରି ପାଇଁ ଦୁଇ ଭାଗ ବିଜେଡି। ଆଗକୁ ପ୍ରତିଷ୍ଠା ଦିବସ ଆସୁଥିବାବେଳେ ସୁଜାତାଙ୍କୁ ନେଇ ଦଳରେ ତେଜିବାରେ ଲାଗିଛି କୁହୁଳା ନିଆଁ। ଗୋଟିଏ ଗୋଷ୍ଠୀ ମେଳି କରି ପାଣ୍ଡିଆନ ଦମ୍ପତିଙ୍କୁ ବିରୋଧ କରୁଥିବାବେଳେ ଆଜି ଶଙ୍ଖ ଭବନରେ ସୁଜାତାଙ୍କ ସପକ୍ଷରେ ଏକ୍ ହୋଇଛନ୍ତି ମହିଳା ଗୋଷ୍ଠୀ।

author-image
Tapan Swain
BJD

BJD Photograph: (OTV)

ସୁଜାତା ପାଣ୍ଡିଆନଙ୍କ ଏଣ୍ଟ୍ରି ପାଇଁ ଦୁଇ ଭାଗ ବିଜେଡି। ଆଗକୁ ପ୍ରତିଷ୍ଠା ଦିବସ ଆସୁଥିବାବେଳେ ସୁଜାତାଙ୍କୁ ନେଇ ଦଳରେ ତେଜିବାରେ ଲାଗିଛି କୁହୁଳା ନିଆଁ। ଗୋଟିଏ ଗୋଷ୍ଠୀ ମେଳି କରି ପାଣ୍ଡିଆନ ଦମ୍ପତିଙ୍କୁ ବିରୋଧ କରୁଥିବାବେଳେ ଆଜି ଶଙ୍ଖ ଭବନରେ ସୁଜାତାଙ୍କ ସପକ୍ଷରେ ଏକ୍ ହୋଇଛନ୍ତି ମହିଳା ଗୋଷ୍ଠୀ। ସୂଚନା ଅନୁସାରେ ଏମାନେ ନବୀନଙ୍କୁ ଭେଟି ସୁଜାତାଙ୍କୁ ଦଳକୁ ଆଣିବାକୁ ଲାଗି ଗୁହାରି କରିବେ । ସେପଟେ ସୋସିଆଲ୍ ମିଡିଆରେ ଶ୍ରୀମୟୀଙ୍କ ପୋଷ୍ଟକୁ ନେଇ ଚିହିଁକିଛନ୍ତି ବିଜେଡି ନେତ୍ରୀ ।

Advertisment

ଥମୁନି ବିଜେଡି ମେଳି। ପ୍ରତିଷ୍ଠା ଦିବସ ପୂର୍ବରୁ ମୁହାଁମୁହିଁ ହେଲେ ପ୍ରୋ ପାଣ୍ଡିଆନ୍ ଓ ଆଣ୍ଟି ପାଣ୍ଡିଆନ ଗ୍ରୁପ୍। ଆରମ୍ଭ ହୋଇଯାଇଛି ପତିଆରା ଲଢେଇ। ଗୋଟିଏ ଗୋଷ୍ଠୀ ବନ୍ଧୁ ମିଳନ ଆଳରେ ପାଣ୍ଡିଆନ ଦମ୍ପତିଙ୍କୁ ଦଳରେ ନୋ ଏଣ୍ଟ୍ରି ପାଇଁ ଏକଜୁଟ ହେଉଥିବା ବେଳେ ଆଜି ଆଉ ଗୋଟିଏ ଗୋଷ୍ଠୀ ସୁଜାତା ପାଣ୍ଡିଆନଙ୍କୁ ଦଳର ମଙ୍ଗ ଧରେଇବାକୁ ସଜବାଜ ହେଉଛନ୍ତି। ଆଜି ଶଙ୍ଖ ଭବନରେ ଏକଜୁଟ ହୋଇଛନ୍ତି ବିଜେଡିର ମହିଳା ନେତ୍ରୀ |

ସୁଜାତାଙ୍କୁ ଆଣିଲେ ବଞ୍ଚିଯିବ ବିଜେଡି !

ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ନେତୃତ୍ବରେ ବସିଲା ବୈଠକ। ମିଡିଆରେ କହିଲେ ନବୀନ ଯାହାକୁ ଆଣିବେ ଆମେ ତାଙ୍କୁ ମାନିବୁ। ସୁଜାତାଙ୍କ ଏଣ୍ଟ୍ରି ନେଇ ବଢିଲା ଚର୍ଚ୍ଚା। ସୂଚନା ଅନୁଯାୟୀ ଦଳ ଦଳ ହୋଇ ଭେଟିବେ ନେତା, ସମସ୍ତଙ୍କର ରହିବ ଗୋଟିଏ ଡିମାଣ୍ଡ। ସୁଜାତାଙ୍କୁ ଆଣିଲେ ବଞ୍ଚିଯିବ ବିଜେଡି। ଏଥିପାଇଁ ଶଙ୍ଖପତିଙ୍କୁ ଭେଟି ଗୁହାରି କରିବା ମଧ୍ୟ କାର୍ଯ୍ୟକ୍ରମ ରହିଛି |

Advertisment

ଶ୍ରୀମୟୀଙ୍କ ପୋଷ୍ଟ

ଅନ୍ୟପଟେ ସୋସିଆଲ୍ ମିଡିଆରେ ପୋଷ୍ଟରେ ଏହାର ଖୁଲାସା କରିଛନ୍ତି ନିଲମ୍ବିତ ନେତ୍ରୀ ଶ୍ରୀମୟୀ ମିଶ୍ର | ସ୍ନେହାଙ୍ଗିନୀ ଛୁରିଆଙ୍କ ନାଁ ନ ନେଇ ସେ ଏଭଳି ଉଦ୍ୟମ କରୁଥିବା ଆକ୍ଷେପ କରିଛନ୍ତି ଶ୍ରୀମୟୀ। ଉତ୍ତରାଧିକାରୀ ପ୍ରସଙ୍ଗରେ ଚର୍ଚ୍ଚା ଚାଲିଥିବା ବେଳେ ଦଳରେ ସୁଜାତାଙ୍କ ସମ୍ଭାବ୍ୟ ଏଣ୍ଟ୍ରି ପ୍ରସଙ୍ଗ ନେଇ କବିତା ଲେଖି ତେରଚ୍ଛା ବାଣ ମାରିଛନ୍ତି ଶ୍ରୀମୟୀ । 

ସେପଟେ ସୁଜାତା ଏଣ୍ଟ୍ରି କଲେ ଦଳରେ ଗ୍ରହଣୀୟତା ରହିବ କି ପ୍ରଶ୍ନରେ ଉତ୍ତର ରଖିଛନ୍ତି ସ୍ନେହାଙ୍ଗିନୀ। କହିଛନ୍ତି, ନବୀନ ବାବୁ ଯାହା ନିଷ୍ପତ୍ତି ନେବେ ଆମେ ତାକୁ ଗ୍ରହଣ କରିବୁ ଓ ମାନିବୁ। ଏଥିସହ ଶ୍ରୀମୟୀଙ୍କ ଉପରେ ସେ ବର୍ଷିଛନ୍ତି। ସେପଟେ ନିଜ ଦଳରେ ଥିବା କନ୍ଦଳକୁ ଲୁଚାଇବାକୁ ଯାଇ ମିଡିଆ ଉପରେ ରାଗୁଛନ୍ତି ବିଜେଡି ନେତ୍ରୀ |...

କିଛିଦିନ ଧରି ବିଜେଡି ରାଜନୀତିରେ କୁହୁଳୁଛି ସୁଜାତା ଧୂଆଁ | ପୂର୍ବରୁ ବିଭିନ୍ନ ସମୟରେ ସୁଜାତାଙ୍କ ଏଣ୍ଟ୍ରିକୁ ଖୋଲାଖୋଲି ବିରୋଧ କରିସାରିଛନ୍ତି କିଛି ନେତା । ଆଗକୁ ପ୍ରତିଷ୍ଠା ଦିବସ ଥିବାରୁ ସୁଜାତା ଦଳରେ ଏଣ୍ଟ୍ରି କରିବେ କି ନା ? ନାନା କଳ୍ପନା ଜଳ୍ପନା ଭିତରେ ପାଣ୍ଡିଆନ ସପକ୍ଷବାଦୀଙ୍କ ଶଙ୍ଖ ଭବନ ବୈଠକକୁ ନେଇ ବଢିଛି ଚର୍ଚ୍ଚା | 

BJD Sujata Kartikeyan
Advertisment
Related Articles
Advertisment