/odishatv-khabar/media/media_files/2025/12/23/murder-2025-12-23-18-54-06.jpg)
Murder Photograph: (OTV)
କଂସେଇ ସ୍ତ୍ରୀ... । କାଠ କଟରରେ ସ୍ୱାମୀକୁ ଟିକ୍ ଟିକ୍ କଲା । ମୁଣ୍ଡକୁ ନଈରେ ଫିଙ୍ଗିଲା, ଗଣ୍ଡିକୁ ଡ୍ରେନରେ ।
ବୟଫ୍ରେଣ୍ଡ ସହ ମିଶି ସ୍ତ୍ରୀ ଘଟାଇଲା ଜଘନ୍ୟ କାଣ୍ଡ । ମୀରଟର ବ୍ଲୁ ଡ୍ରମ କାଣ୍ଡଠୁ ବି ଅତି ଭୟାନକ ଓ ନୃଶଂସ ଏ ଘଟଣା । ଇଏ ହେଲା ସେଇ ସ୍ତ୍ରୀ, ନାଁ ରୁବି... ସେ ବିବାହିତ, ପିଲାଛୁଆ ବି ଅଛନ୍ତି । ତଥାପି ଗୌରବ ନାମକ ଜଣେ ଯୁବକ ସହ ରୁବିର ଅନୈତିକ ସମ୍ପର୍କ ଥିଲା । ଆଉ ଏ କଥା ଜାଣି ଦେଇଥିଲେ ସ୍ୱାମୀ ରାହୁଲ । ଦୁହିଁଙ୍କୁ ଆପତ୍ତିଜନକ ଅବସ୍ଥାରେ ଧରିଥିଲେ । ଏଥିରେ ରାଗିଯାଇ ବୟଫ୍ରେଣ୍ଡ ସହ ମିଶି ସ୍ୱାମୀକୁ ହାତୁଡି ଓ ଲୁହାରଡରେ ପିଟି ପିଟି ହତ୍ୟା କରିଥିଲା ରୁବି । ଏହାପରେ କାଠ କଟରରେ ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟି ଡ୍ରେନ୍ ଓ ନଈରେ ଫିଙ୍ଗି ଦେଇଥିଲେ । ଉତ୍ତରପ୍ରଦେଶ ସମ୍ଭଲ ଜିଲ୍ଲାର ଚନ୍ଦୌସି ଅଞ୍ଚଳରେ ଘଟିଛି ଏହି ଲୋମହର୍ଷଣକାରୀ ଘଟଣା ।
ଗତ ୧୫ ତାରିଖ ଦିନ ପୋଲିସକୁ ଏକ ନାଳରୁ ମଣିଷ ଶରୀରର କିଛି ଖଣ୍ଡ ବିଖଣ୍ଡିତ ଅଂଶ ମିଳିଥିଲା । କିନ୍ତୁ ମୁଣ୍ଡ କି ହାତଗୋଡ ନଥିଲା ।ଫରେନସିକ୍ ଟିମ୍ର ଯାଞ୍ଚ ବେଳେ ଲାସ୍ ଦେହରେ 'ରାହୁଲ' ଲେଖିଥିବା ଦେଖାଯାଇଥିଲା । ଛାନ୍ଭିନ୍ରୁ ଜଣାପଡିଲା, ଗତ ୧୮ ତାରିଖରୁ ରାହୁଲ ନିଖୋଜ ଥିଲେ । ଏନେଇ ତାଙ୍କ ସ୍ତ୍ରୀ ରୁବି ଥାନାରେ ଅଭିଯୋଗ କରିଥିଲେ ।
ମନା କରିଦେଇଥିଲା ରୁବି
ପୋଲିସ ରୁବିକୁ ଡାକି ମୃତଦେହ ଚିହ୍ନଟ କରିବାକୁ କହିଥିଲା । କିନ୍ତୁ ସେ ଲାସ୍ ସ୍ୱାମୀର ନୁହଁ ବୋଲି ମନା କରିଥିଲା ରୁବି । ଏନେଇ ପୋଲିସର ସନ୍ଦେହ ବଢିଥିଲା । ଶେଷରେ ପଚାରଉଚରା ବେଳେ ନିଜ ମୁହଁରେ ସ୍ୱାମୀ ହତ୍ୟାକାଣ୍ଡର ଜଘନ୍ୟ କାହାଣୀ ବଖାଣିଥିଲା କିଲର୍ ରୁବି । ଗୌରବ ସହ ତାର ଅନୈତିକ ସମ୍ପର୍କ ରାହୁଲ ଜାଣି ଦେଇଥିଲେ । ତେଣୁ ଦୁହେଁ ମିଶି ସ୍ୱାମୀକୁ ହତ୍ୟା କରିଥିଲେ । ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟି କିଛି ଅଂଶକୁ ଡ୍ରେନ୍ରେ ଫିଙ୍ଗିଥିଲେ । ଆଉ କିଛି ଗଙ୍ଗାନଦୀରେ ଫୋପାଡିଥିଲେ । ଏହି ଘଟଣା ଏବେ ଚାରିଆଡେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।
Train Engine Rams Tractor: ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା ଟଳିଗଲା, ଟ୍ରାକ୍ଟରକୁ ଧକ୍କା ଦେଇ ଟାଣିନେଲା ଟ୍ରେନ୍ ଇଞ୍ଜିନ୍

Vastu & Astorlogy For Vehicle: ଗାଡ଼ି କିଣିଲା ବେଳେ ବାସ୍ତୁ ଓ ରାଶି ନକ୍ଷତ୍ର ଅନୁଯାୟୀ କେମିତି ଠିକ୍ କରିବେ ରଙ୍ଗ ଓ ଶୁଭବେଳା

‘Flying Kiss’ Row: ଆରତୀ ସାହୁ କିଏ, ଯାହାଙ୍କ 'ଫ୍ଲାଇଂ କିସ୍' ହଇଚଇ ସୃଷ୍ଟି କରିଥିଲା, ସେ ଏବେ ଜେଲ ଯିବା ପର୍ଯ୍ୟନ୍ତ କାହିଁକି ପହଞ୍ଚିଛନ୍ତି?

Triple Murder Shocker: ଦୁଇ ଝିଅ ଓ ପତ୍ନୀଙ୍କୁ ମାରି ପୋତିଦେଲା, ଧରାଇ ଦେଲା ପୋଡ଼ା ପୋଷାକ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)