/odishatv-khabar/media/media_files/2025/12/23/pollution-2025-12-23-20-37-29.jpg)
POLLUTION Photograph: (OTV)
ପଲ୍ୟୁସନ ସାର୍ଟିଫିକେଟ୍ ନଥିଲେ ପେଟ୍ରୋଲ ମନା, ପୁଣି ୧୦ ହଜାର ଫାଇନ୍। ନୂଆବର୍ଷରୁ ଗାଡ଼ି ପଲ୍ୟୁସନ ଚେକିଂ କଡ଼ାକଡ଼ି ହେବ ଶୁଣି ଟେଷ୍ଟିଂ ସେଣ୍ଟର ପାଖରେ ଲାଗିଲାଣି ହାଉଜାଉ ଭିଡ଼। ତେବେ ଅନେକ ଗାଡ଼ି ମାଲିକଙ୍କ ମୋବାଇଲ୍ ନମ୍ବର ଲିଙ୍କ୍ ରେ ଭୁଲ୍ ଥିବାରୁ ସାର୍ଟିଫିକେଟ୍ ମିଳିବାରେ ସମସ୍ୟା ହେଉଥିବାବେଳେ ପୂର୍ବରୁ କୌଣସି ଫାଇନ୍ ଥିଲେ ବି ମିଳୁନି ପ୍ରମାଣପତ୍ର।
ଏଣେ ପଲ୍ୟୁସନ କରିନଥିଲେ ୧୦ ହଜାର ଫାଇନ୍ ନିଷ୍ପତ୍ତିକୁ ନାପସନ୍ଦ କଲେଣି ଜନତା। ଆଉ ଏସବୁ ଭିତରେ କିଛି ଗାଡ଼ି ମାଲିକଙ୍କୁ ଫେକ୍ ଗାଡ଼ି ନମ୍ବରରୁ ମୋଟା ଅଙ୍କର ଜରିମାନା ଆସିଥିବା ଘଟଣା ବି କରିଛି ଆଚମ୍ବିତ।...
ଖୋଦ୍ ପରିବହନ କମିଶନର ଅମିତାଭ ଠାକୁରଙ୍କ ଘୋଷଣା ପରଠୁ ସାରା ରାଜ୍ୟରେ ଗାଡ଼ି ମାଲିକଙ୍କୁ ଘାରିଛି ପଲ୍ୟୁସନ ଟେଷ୍ଟିଂ ସାର୍ଟିଫିକେଟ୍ ଟେନସନ୍ । ଭୁବନେଶ୍ବରରୁ ବାଲେଶ୍ବର- କଟକରୁ ବ୍ରହ୍ମପୁର। ଜାନୁଆରୀ ପହିଲା ପୂର୍ବରୁ କେମିତି ହେଉ ନିଜ ଗାଡ଼ି ପାଇଁ ବୈଧ ପଲ୍ୟୁସନ ସାର୍ଟିଫିକେଟ୍ ଖଣ୍ଡେ ହାସଲ କରିବାକୁ ସବୁଠି ଭିଡ଼। ବାଲେଶ୍ବରରେ ପଲ୍ୟୁସନ ଟେଷ୍ଟିଂ ଭେଇକିଲ୍ ପାଖରେ ଲମ୍ବା ଲାଇନ୍।
ପଲ୍ୟୁସନ ସାର୍ଟିଫିକେଟ୍
ଏଣେ ଅନେକଙ୍କୁ ଅଡୁଆରେ ପକାଇଛି ଭୁଲ୍ ମୋବାଇଲ୍ ନମ୍ବର ଲିଙ୍କ୍। ଯେହେତୁ ଓଟିପି ଜରୁରୀ, ତେଣୁ ସେମାନଙ୍କୁ ପୁଣି ଜନସେବା କେନ୍ଦ୍ରକୁ ଯାଇ ଗାଡ଼ି ନମ୍ବର ସହ ମୋବାଇଲ୍ ନମ୍ବର ଲିଙ୍କ୍ କରିବାକୁ ପଡୁଛି। କିଛି ଲୋକଙ୍କୁ ପୂର୍ବରୁ ପଲ୍ୟୁସନ ସାର୍ଟିଫିକେଟ୍ ରିନ୍ୟୁ ମେସେଜ୍ ଆସିଥିଲେ ବି ଏବେ ସେ ନମ୍ବରକୁ ଓଟିପି ଆସୁନି। ତେଣେ ଟେଷ୍ଟିଂ ସେଣ୍ଟର କର୍ମଚାରୀଙ୍କ ସୂଚନା- ବହୁ ଲୋକ ଗାଡ଼ି କିଣିବାବେଳେ ସୋ-ରୁମ୍ ମାଲିକ ଓ କର୍ମଚାରୀଙ୍କ ସହ ଇନସ୍ୟୁରାନସ ଏବଂ ରେଜିଷ୍ଟ୍ରେସନ ଏଜେଣ୍ଟଙ୍କ ନମ୍ବର ରହୁଥିବାରୁ ଏ ସମସ୍ୟା ଉପୁଜିଛି।...
ଏମିତି ବି କଟିଛି ଚାଲାଣ
ତେବେ ସବୁଠୁ ଅଧିକ ହୀନସ୍ତା ହେଉଛନ୍ତି ପୂର୍ବରୁ ଚାଲାଣ କଟିଥିବା ଗାଡ଼ି ମାଲିକ। କାହାକୁ ବିନା ହେଲମେଟ୍ ତ କାହାକୁ ସ୍ପିଡ୍ ଡ୍ରାଇଭିଂ ପାଇଁ ଆସିଥିବା ଫାଇନ୍ ନଭରିଲେ ପଲ୍ୟୁସନ୍ ସାର୍ଟିଫିକେଟ୍ ମିଳିବନି ବୋଲି ଟେଷ୍ଟିଂ ସେଣ୍ଟର କର୍ମଚାରୀଙ୍କ ସୂଚନା ପରେ ତାକୁ ଭରିବାକୁ ବି ଲାଗିଲାଣି ଭିଡ଼। ହେଲେ ଏସବୁ ଭିତରେ କିଛି ଚକିତ କଲାଭଳି ଘଟଣା ବି ସାମ୍ନାକୁ ଆସିଛି।
ଯେମିତିକି ଭୁବନେଶ୍ବରର ବରିଷ୍ଠ ନାଗରିକ ରାହାସ ବିହାରୀ ତ୍ରିପାଠୀ, ଗାଡ଼ି ତାଙ୍କ ଘର ଦୁଆରେ ଅଛି, ହେଲେ ଅନୁଗୁଳରେ ସ୍ପିଡ୍ ଡ୍ରାଇଭିଂ ସାଙ୍ଗକୁ ଡ୍ରାଇଭିଂ ଲାଇସେନସ ନଥିବା ଅଭିଯୋଗରେ ୭ ହଜାର ଫାଇନ୍ ଆସିଛି। ଫେକ୍ ଗାଡ଼ିଟି ଚୌଦ୍ବାରରେ ବୋଲି ଧରାପଡ଼ିଥିଲେ ବି ସେ ଆରଟିଓରୁ ପୋଲିସ ଯାଏଁ ସମସ୍ତଙ୍କୁ ତଥ୍ୟ ପ୍ରମାଣ ଦେଇ ସୁଦ୍ଧା ଫାଇନ୍ କଟୁନି। ସେମିତି ରାଜଧାନୀର ଏ ବ୍ୟକ୍ତିଙ୍କ କାର୍ ଭୁବନେଶ୍ବରରେ ଥାଇ ପୁରୀରୁ ଏକ ବାଇକ୍ ନମ୍ବରରୁ ତାଙ୍କ ନାଁରେ ଫାଇନ୍ ଆସିଛି।...
ଯେହେତୁ ନୂଆବର୍ଷରୁ ପଲ୍ୟୁସନ ସାର୍ଟିଫିକେଟ୍ ଚେକିଂ କଡ଼ାକଡ଼ି ପାଇଁ ରୋକଠୋକ୍ ଶୁଣାଇଛି ପରିବହନ ବିଭାଗ। ତେଣୁ ଏତେ କମ୍ ସମୟରେ କିଭଳି ଲକ୍ଷ ଲକ୍ଷ ଗାଡ଼ି ସେ ସାର୍ଟିଫିକେଟ୍ ପାଇବେ ଓ ୧୦ ହଜାର ଫାଇନ୍ ନିଷ୍ପତ୍ତି ଉପରେ ଜନତା ବି କ୍ଷୁବ୍ଧ ହେଲେଣି।...
Chilling Crime: କାଠ କଟରରେ ସ୍ୱାମୀକୁ ଟିକ୍ଟିକ୍ କଲା, ମୁଣ୍ଡକୁ ନଈରେ ଓ ଗଣ୍ଡିକୁ ଫିଙ୍ଗିଲା ଡ୍ରେନରେ

Train Engine Rams Tractor: ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା ଟଳିଗଲା, ଟ୍ରାକ୍ଟରକୁ ଧକ୍କା ଦେଇ ଟାଣିନେଲା ଟ୍ରେନ୍ ଇଞ୍ଜିନ୍

Vastu & Astorlogy For Vehicle: ଗାଡ଼ି କିଣିଲା ବେଳେ ବାସ୍ତୁ ଓ ରାଶି ନକ୍ଷତ୍ର ଅନୁଯାୟୀ କେମିତି ଠିକ୍ କରିବେ ରଙ୍ଗ ଓ ଶୁଭବେଳା

‘Flying Kiss’ Row: ଆରତୀ ସାହୁ କିଏ, ଯାହାଙ୍କ 'ଫ୍ଲାଇଂ କିସ୍' ହଇଚଇ ସୃଷ୍ଟି କରିଥିଲା, ସେ ଏବେ ଜେଲ ଯିବା ପର୍ଯ୍ୟନ୍ତ କାହିଁକି ପହଞ୍ଚିଛନ୍ତି?

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)