/odishatv-khabar/media/media_files/2025/12/23/delhi_bangladesh-2025-12-23-13-41-54.jpg)
DELHI_BANGLADESH Photograph: (OTV)
ଦିଲ୍ଲୀରେ ବାଂଲାଦେଶ ହାଇକମିଶନ ଅଫିସ ଆଗରେ ବଡ଼ ବିକ୍ଷୋଭ । ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣର ପ୍ରତିବାଦରେ ଏହି ବିକ୍ଷୋଭ କରାଯାଉଛି । ବିକ୍ଷୋଭରେ ବିଶ୍ବ ହିନ୍ଦୁ ପରିଷଦ ଓ ଅନ୍ୟ ହିନ୍ଦୁ ସଂଗଠନ ସାମିଲ ହୋଇଛନ୍ତି । ବାଂଲାଦେଶରେ ଇସଲାମିକ କଟରପନ୍ଥି ଯେଉଁ ଭଳି ଭାବେ ହିନ୍ଦୁ ଯୁବକ ଦୀପୁ ଚନ୍ଦ୍ର ଦାସଙ୍କୁ ହତ୍ୟା କଲେ ଏହାର ଜୋରଦାର ପ୍ରତିବାଦ କରାଯାଉଛି । ହଜାର ହଜାର ସଂଖ୍ୟାରେ ଲୋକ ଏକାଠି ହୋଇ ଦିଲ୍ଲୀରେ ବାଂଲାଦେଶ ହାଇକମିଶନ ଅଫିସ ଆଗରେ ବଡ଼ ଧରଣର ପ୍ରତିବାଦ ଚାଲିଛି ।
କିଭଳି ହୋଇଥିଲା ଦୀପୁ ଚନ୍ଦ୍ର ଦାସଙ୍କ ହତ୍ୟା ?
ଗତ ୧୮ ତାରିଖ ସନ୍ଧ୍ୟା । ଭାରତ ବିରୋଧୀ ଛାତ୍ରନେତା ଓସମାନ ହାଦିର ମୃତ୍ୟୁକୁ ନେଇ ବାଂଲାଦେଶରେ କୁହୁଳୁଥାଏ ହିଂସା । ଆଉ ସେହି ସମୟରେ ଦୀପୁଚନ୍ଦ୍ର କାମ କରୁଥିବା ଫ୍ୟାକ୍ଟ୍ରିରେ କିଛି ଶ୍ରମିକ ହଙ୍ଗାମା କରିବା ଆରମ୍ଭ କଲେ । ଦୀପୁ ଧର୍ମୀୟ ଭାବନାକୁ ଅପମାନିତ କରିଥିବା ମିଛ ଆରୋପ ଲଗାଇ ପାଟିତୁଣ୍ଡ କରିଥିଲେ । ଏହି ଖବର ବ୍ୟାପିବା ପରେ ଫ୍ୟାକ୍ଟ୍ରି ସାମ୍ନାରେ ଆସି ରୁଣ୍ଡ ହୋଇଯାଇଥିଲେ ଶହ ଶହ ଉତ୍ୟକ୍ତ ଜନତା । ସେମାନେ ଫ୍ୟାକ୍ଟିରୁ ଦୀପୁଙ୍କୁ ଘୋଷଡି ନେଇ ନିସ୍ତୁକ ଭାବରେ ପିଟି ପିଟି ମାରି ଦେଇଥିଲେ । ଆଉ ଏ ଆକ୍ରମଣକାରୀଙ୍କ ସହ ସାମିଲ ହୋଇଥିଲେ ଦୀପୁଙ୍କ ସହକର୍ମୀ । ଦୀପୁଚନ୍ଦ୍ରଙ୍କୁ ମାରିବା ପରେ ତାଙ୍କ ଲାସ୍କୁ ଉଲଗ୍ନ କରି ଜଳାଇ ଦେଇଥିଲେ । ଏହା ଏତେ ନିର୍ମମ ଥିଲା ଯେ, ତା' ଭାବିଲା ବେଳକୁ ବି ଲୋମଟାଙ୍କୁରି ଯାଉଛି ।
ପୋଲିସର କହିବା କଥା, ଦୀପୁଚନ୍ଦ୍ର କାମ କରୁଥିବା କମ୍ପାନୀ ମ୍ୟାନେଜମେଣ୍ଟ ଯଦି ଠିକ୍ ସମୟରେ ପୋଲିସକୁ କଲ୍ କରିଥାନ୍ତେ, ତାହେଲେ ହୁଏତ ସେ ବଞ୍ଚିଯାଇଥାନ୍ତେ । କିନ୍ତୁ ପୋଲିସକୁ ଫୋନ୍ କରିବା ବଦଳରେ ସୁପରଭାଇଜର, ଦୀପଙ୍କୁ କମ୍ପାନୀରୁ ତଡି ଦେଇଥିଲେ ଓ ହିଂସାକାରୀଙ୍କ ହାତରେ ଧରାଇ ଦେଇଥିଲେ । ଯେଉଁମାନେ ତାଙ୍କୁ ପିଟିପିଟି ହତ୍ୟା କରିଥିଲେ ।
ହେଲେ ଇଶ୍ୱର ନିନ୍ଦା ବା ଧର୍ମକୁ ଅପମାନିତ କଲାଭଳି ଦୀପୁଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ ବୋଲି ସ୍ପଷ୍ଟ କରିଛି ପୋଲିସ । ତେଣୁ ଦୀପୁଙ୍କ ହତ୍ୟା ଅକସ୍ମାତ ହିଂସା ଯୋଗୁଁ ନଥିଲା, ବରଂ ସୁଚିନ୍ତିତ ଷଡଯନ୍ତ୍ର ଥିଲା ବୋଲି ସ୍ପଷ୍ଟ ହେଉଛି ।ବାଂଲାଦେଶରେ ହାଦି ମୃତ୍ୟୁ ହେଉକି ପୂର୍ବରୁ ଅନ୍ୟ କୌଣସି ହିଂସା, ଏଥିରେ ସଂଖ୍ୟାଲଘୁଙ୍କ କୌଣସି ସମ୍ପର୍କ ନଥିବା ସତ୍ତ୍ୱେ ସବୁଥର ସେମାନଙ୍କୁ ଟାର୍ଗେଟ କରାଯାଉଛି । ଯାହାକୁ ବିରୋଧ କରି ପଶ୍ଚିମବଙ୍ଗ ସହ ବିଭିନ୍ନ ସ୍ଥାନରେ ପ୍ରତିବାଦ କରିଛନ୍ତି ଲୋକେ ।ଦେଶରେ ଏଭଳି ଭୟଙ୍କର ପରିସ୍ଥିତି ପାଇଁ ୟୁନୁସ୍ ସରକାରକୁ ଦାୟୀ କରିଛନ୍ତି ଶେଖ୍ ହସିନା । କିଛି ଚରମପନ୍ଥୀ ଶକ୍ତି ବାଂଲାଦେଶରେ ଖୋଲାଖୋଲି ଭାବେ ହିଂସା ସୃଷ୍ଟି କରୁଛନ୍ତି । ୟୁନୁସ୍ ସରକାର ସେଭଳି ଲୋକଙ୍କୁ ସୁରକ୍ଷା ଦେଉଛି ବୋଲି ଅଭିଯୋଗ କରିଛନ୍ତି ହସିନା ।
Daily Horoscope 23rd December 2025: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

Russia-Ukraine War: ଯୁଦ୍ଧକୁ ପଠାଇଲା ରୁଷ , ୟୁକ୍ରେନ କଲା ବନ୍ଦୀ ...ଜେଲ୍ ଭିତରୁ ଭାରତ ସରକାରଙ୍କୁ କଲେ ନିବେଦନ

Lionel Messi Earn: ଭାରତରୁ ନେଇଗଲେ ୮୯ କୋଟି, ତଥାପି ଖୁସି ନଥିଲେ ମେସି...

Shubman Gil: ଗିଲଙ୍କୁ ଆସିଲା ଗୋଟିଏ ଫୋନ୍ କଲ୍ , ବାଦ ପଡ଼ିଲେ ଟି-୨୦ ବିଶ୍ୱକପ୍ ଦଳରୁ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)