Advertisment

Saudi Arabia Deports Pakistanis: ୨୪ ହଜାର ପାକିସ୍ତାନୀଙ୍କୁ ତଣ୍ଟିଆ ମାରି ବିଦା କଲା ସାଉଦି, ବିଶ୍ବର ଚିନ୍ତା ବଢ଼ାଉଛନ୍ତି ପାକ୍ ଭିକାରୀ

୨୪ ହଜାର ପାକିସ୍ତାନୀଙ୍କୁ ତଣ୍ଟିଆ ମାରି ବିଦା କଲା ସାଉଦି। ଭିକ ନମାଗିବାକୁ ଦେଇଥିଲା ଚେତାବନୀ। ବିଶ୍ବର ଚିନ୍ତା ବଢ଼ାଉଛନ୍ତି ପାକିସ୍ତାନୀ ଭିକାରୀ।

author-image
Chinmayee Sahoo
Pakistani Beggars Warning

Pakistani Beggars Warning Photograph: (OTV)

ଭିକ୍ଷାବୃତ୍ତି ଓ ପାକିସ୍ତାନର ସମ୍ପର୍କ ଯୁଗ ଯୁଗର। ଭିକ ମାଗିବାରେ ସାରା ଦୁନିଆରେ ପ୍ରସିଦ୍ଧି ଲାଭ କରିଥିବା ଦେଶଟିଏ ହେଉଛି ପାକିସ୍ତାନ। ଏହାର ସମ୍ପୂର୍ଣ୍ଣ ଅର୍ଥନୀତି ଭିକ ଉପରେ ନିର୍ଭରଶୀଳ। କେତେବେଳେ ଏହାର ପ୍ରଧାମନ୍ତ୍ରୀ ଥାଳ ଧରି ଅନ୍ୟ ଦେଶ ଗୋଡ଼ ତଳେ ପଡ଼ନ୍ତି। ତ ଆଉ କେତେବେଳେ ଏହି ଦେଶର ମହାନ ନାଗରିକ ମାନେ ଭିସା ନେଇ ବିଦେଶକୁ ଭିକ ମାଗିବାକୁ ଯାଆନ୍ତି। ଏମିତିକି ଏହି ପାକିସ୍ତାନୀ ଭିକାରୀଙ୍କ ପାଇଁ ଏବେ ସାରା ବିଶ୍ବ ଚିନ୍ତିତ। ଯାହାର ପ୍ରକୃତ ଉଦାହରଣ ସାଉଦି ଆରବରେ ଦେଖିବାକୁ ମିଳିଛି। ଚେତାବନୀ ସତ୍ବେ ଭିକ ମାଗିବାରୁ ୨୪ ହଜାର ପାକିସ୍ତାନୀଙ୍କୁ ଗଳା ଧକ୍କା ଦେଇ ଦେଶରୁ ବିଦା କରିଛି ସାଉଦି। 

Advertisment

ଏକ ରିପୋର୍ଟ ଅନୁସାରେ, ପାକିସ୍ତାନୀ ନାଗରିକମାନେ ମକ୍କା ଏବଂ ମଦିନାରେ ଭିକ୍ଷା ମାଗୁଥିବାର ଦେଖାଯାଇଥିଲା। ଉମରାହ ଏବଂ ହଜ୍ ଭିସାର ଅପବ୍ୟବହାର କରି ସାଉଦି ଯାଇ ସେମାନେ ଏହି କାର୍ଯ୍ୟରେ ଲିପ୍ତ ଥିଲେ। ଏପରିକି ଅନେକ ଅପରାଧିକ କାର୍ଯ୍ୟରେ ମଧ୍ୟ ପାକିସ୍ତାନୀଙ୍କ ନାମ ସାମ୍ନାକୁ ଆସୁଥିଲା। ଏହି କାରଣରୁ ବିଦେଶୀ ତୀର୍ଥଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେବା ସହ ଏହା ସାଉଦି ଆରବର ଛବିକୁ ଖରାପ କରିଥିଲା। ତେଣୁ ଅଧିକାରୀ ମାନେ ୨୦୨୪ ଇସଲାମାବାଦକୁ ଚେତାବନୀ ଦେଇଥିଲେ। ହେଲେ ସୁଧୁରି ନଥିଲେ ଭିକାରୀ ପାକିସ୍ତାନୀ। ଫଳରେ ସାଉଦି ଆରବ ଏହି ବର୍ଷ ୨୪ ହଜାର ପାକିସ୍ତାନୀ ନାଗରିକଙ୍କୁ ଦେଶରୁ ବିଦା କରିଛି। ତେବେ କେବଳ ସାଉଦି ନୁହଁ ଦୁବାଇ ପ୍ରାୟ ୬ ହଜାର, ଏବଂ ଆଜରବାଇଜାନ ୨୫୦୦ ପାକିସ୍ତାନୀ ଭିକାରୀଙ୍କୁ ବହିଷ୍କାର କରିଛି। ବର୍ତ୍ତମାନ ସାଉଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ପାକିସ୍ତାନୀ ନାଗରିକଙ୍କ ଉପରେ ଭିସା କଟକଣା ବୃଦ୍ଧି କରିଛନ୍ତି। 

ତେବେ ପାକିସ୍ତାନରେ ଭିକ୍ଷା ମାଗିବା ଏବେ ଏକ ବ୍ୟବସାୟରେ ପରିଣତ ହୋଇଛି। ଏହା ଏତେ ସଫଳ ଯେ ଏବେ ବିଦେଶକୁ ବିସ୍ତାର କରିଛି। ଏମିତିକି ପଶ୍ଚିମ ଏସୀୟ ଦେଶଗୁଡ଼ିକରେ ଧରାପଡ଼ିଥିବା ଭିକ୍ଷାରୀଙ୍କ ମଧ୍ୟରୁ ପ୍ରାୟ ୯୦ ପ୍ରତିଶତ ପାକିସ୍ତାନୀ ନାଗରିକ ଥିଲେ। ତେଣୁ ଏମାନଙ୍କୁ ତୁରନ୍ତ ରୋକିବାର ଆବଶ୍ୟକତା ରହିଛି ।

Advertisment

Saudi Arabia
Advertisment
Related Articles
Advertisment