Advertisment

Shocking Murder: ସାମ୍ନାକୁ ଆସିଲା ଦୀପୁଚନ୍ଦ୍ର ହତ୍ୟାକାଣ୍ଡର ଚାଞ୍ଚଲ୍ୟକର ସତ , ହୋଇଥିଲା ବଡ଼ ଷଡଯନ୍ତ୍ର !

ଗତ ୧୮ ତାରିଖ ସନ୍ଧ୍ୟା । ଭାରତ ବିରୋଧୀ ଛାତ୍ରନେତା ଓସମାନ ହାଦିର ମୃତ୍ୟୁକୁ ନେଇ ବାଂଲାଦେଶରେ କୁହୁଳୁଥାଏ ହିଂସା । ଆଉ ସେହି ସମୟରେ ଦୀପୁଚନ୍ଦ୍ର କାମ କରୁଥିବା ଫ୍ୟାକ୍ଟ୍ରିରେ କିଛି ଶ୍ରମିକ ହଙ୍ଗାମା କରିବା ଆରମ୍ଭ କଲେ ।

author-image
OTV Bureau
Bangladesh-Unrest-Hindu-Target

Bangladesh-Unrest-Hindu-Target Photograph: (OTV)

ବିଶ୍ୱାସଘାତ, ଭୟଙ୍କର ଷଡଯନ୍ତ୍ର, ନିର୍ମମ ହତ୍ୟା... ଆଉ ଏ ବିଶ୍ୱାସଘାତକ ଥିଲେ ଦୀପୁଙ୍କ ନିଜ ସହକର୍ମୀ । ଯାହାଙ୍କ ସହ ସେ ଫ୍ୟାକ୍ଟ୍ରିରେ କାମ କରୁଥିଲେ । ସାଙ୍ଗ ହେଉଥିଲେ । ହସୁଥିଲେ, ବସୁଥିଲେ।  ୨୭ ବର୍ଷୀୟ ହିନ୍ଦୁ ଯୁବକ ଦୀପୁଚନ୍ଦ୍ର  ଦାସ ବାଂଲାଦେଶ ମୟମନସିଂହ ସ୍ଥିତି ଏକ କପଡା ଫ୍ୟାକ୍ଟ୍ରିର ୱାର୍କର ଥିଲେ  ।

Advertisment

ଗତ ୧୮ ତାରିଖ ସନ୍ଧ୍ୟା । ଭାରତ ବିରୋଧୀ ଛାତ୍ରନେତା ଓସମାନ ହାଦିର ମୃତ୍ୟୁକୁ ନେଇ ବାଂଲାଦେଶରେ କୁହୁଳୁଥାଏ ହିଂସା । ଆଉ ସେହି ସମୟରେ ଦୀପୁଚନ୍ଦ୍ର କାମ କରୁଥିବା ଫ୍ୟାକ୍ଟ୍ରିରେ କିଛି ଶ୍ରମିକ ହଙ୍ଗାମା କରିବା ଆରମ୍ଭ କଲେ । ଦୀପୁ ଧର୍ମୀୟ ଭାବନାକୁ ଅପମାନିତ କରିଥିବା ମିଛ ଆରୋପ ଲଗାଇ ପାଟିତୁଣ୍ଡ କରିଥିଲେ । ଏହି ଖବର ବ୍ୟାପିବା ପରେ ଫ୍ୟାକ୍ଟ୍ରି ସାମ୍ନାରେ ଆସି ରୁଣ୍ଡ ହୋଇଯାଇଥିଲେ ଶହ ଶହ ଉତ୍ୟକ୍ତ ଜନତା । ସେମାନେ ଫ୍ୟାକ୍ଟିରୁ ଦୀପୁଙ୍କୁ ଘୋଷଡି ନେଇ ନିସ୍ତୁକ ଭାବରେ ପିଟି ପିଟି ମାରି ଦେଇଥିଲେ । ଆଉ ଏ ଆକ୍ରମଣକାରୀଙ୍କ ସହ ସାମିଲ ହୋଇଥିଲେ ଦୀପୁଙ୍କ ସହକର୍ମୀ । ଦୀପୁଚନ୍ଦ୍ରଙ୍କୁ ମାରିବା ପରେ ତାଙ୍କ ଲାସ୍‌କୁ ଉଲଗ୍ନ କରି ଜଳାଇ ଦେଇଥିଲେ । ଏହା ଏତେ ନିର୍ମମ ଥିଲା ଯେ, ତା' ଭାବିଲା ବେଳକୁ ବି ଲୋମଟାଙ୍କୁରି ଯାଉଛି ।

ପୋଲିସର କହିବା କଥା, ଦୀପୁଚନ୍ଦ୍ର କାମ କରୁଥିବା କମ୍ପାନୀ ମ୍ୟାନେଜମେଣ୍ଟ ଯଦି ଠିକ୍ ସମୟରେ ପୋଲିସକୁ କଲ୍‌ କରିଥାନ୍ତେ, ତାହେଲେ ହୁଏତ ସେ ବଞ୍ଚିଯାଇଥାନ୍ତେ । କିନ୍ତୁ ପୋଲିସକୁ ଫୋନ୍ କରିବା ବଦଳରେ ସୁପରଭାଇଜର, ଦୀପଙ୍କୁ କମ୍ପାନୀରୁ ତଡି ଦେଇଥିଲେ ଓ ହିଂସାକାରୀଙ୍କ ହାତରେ ଧରାଇ ଦେଇଥିଲେ । ଯେଉଁମାନେ ତାଙ୍କୁ ପିଟିପିଟି ହତ୍ୟା କରିଥିଲେ ।  

Advertisment

ହେଲେ ଇଶ୍ୱର ନିନ୍ଦା ବା ଧର୍ମକୁ ଅପମାନିତ କଲାଭଳି ଦୀପୁଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ ବୋଲି ସ୍ପଷ୍ଟ କରିଛି ପୋଲିସ । ତେଣୁ ଦୀପୁଙ୍କ ହତ୍ୟା ଅକସ୍ମାତ ହିଂସା ଯୋଗୁଁ ନଥିଲା, ବରଂ ସୁଚିନ୍ତିତ ଷଡଯନ୍ତ୍ର ଥିଲା ବୋଲି ସ୍ପଷ୍ଟ ହେଉଛି । ବାଂଲାଦେଶରେ ହାଦି ମୃତ୍ୟୁ ହେଉକି ପୂର୍ବରୁ ଅନ୍ୟ କୌଣସି ହିଂସା, ଏଥିରେ ସଂଖ୍ୟାଲଘୁଙ୍କ କୌଣସି ସମ୍ପର୍କ ନଥିବା ସତ୍ତ୍ୱେ ସବୁଥର ସେମାନଙ୍କୁ ଟାର୍ଗେଟ କରାଯାଉଛି । ଯାହାକୁ ବିରୋଧ କରି ପଶ୍ଚିମବଙ୍ଗ ସହ ବିଭିନ୍ନ ସ୍ଥାନରେ ପ୍ରତିବାଦ କରିଛନ୍ତି ଲୋକେ ।

ଦେଶରେ ଏଭଳି ଭୟଙ୍କର ପରିସ୍ଥିତି ପାଇଁ  ୟୁନୁସ୍ ସରକାରକୁ ଦାୟୀ କରିଛନ୍ତି ଶେଖ୍‌ ହସିନା । କିଛି ଚରମପନ୍ଥୀ ଶକ୍ତି ବାଂଲାଦେଶରେ ଖୋଲାଖୋଲି ଭାବେ ହିଂସା ସୃଷ୍ଟି କରୁଛନ୍ତି । ୟୁନୁସ୍ ସରକାର ସେଭଳି ଲୋକଙ୍କୁ ସୁରକ୍ଷା ଦେଉଛି ବୋଲି ଅଭିଯୋଗ କରିଛନ୍ତି ହସିନା । 

Advertisment