/odishatv-khabar/media/media_files/2025/12/22/bangladesh-attack-2025-12-22-16-11-35.jpg)
Bangladesh Attack Photograph: (OTV)
ସାମ୍ନାକୁ ଆସିଲା ଆଉ ଏକ ଛାତିଥରା ଦୃଶ୍ୟ । ୪ ଦିନ ତଳେ ହିନ୍ଦୁ ଯୁବକ ଦୀପୁଚନ୍ଦ୍ର ଦାସଙ୍କୁ ନିର୍ମମ ଭାବେ ହତ୍ୟା ପରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ପ୍ରବଳ ମାଡ଼ ମାରି ଲହୁଲୁହାଣ କରିଛନ୍ତି ଉଗ୍ର ଜନତା । ତାଙ୍କୁ ଭାରତୀୟ ଗୁଇନ୍ଦା ସଂସ୍ଥା 'ର' ଏଜେଣ୍ଟ ଭାବି ନିସ୍ତୁକ ପିଟିଛନ୍ତି । ବିକଳ ହୋଇ ସେ କହୁଥିଲେ, 'ସାର୍ ମୁଁ ଜଣେ ରିକ୍ସା ଚାଳକ । ମୋତେ ଛାଡି ଦିଅନ୍ତୁ...' ଏ ଯୁବକଙ୍କ ନାଁ ଗୋବିନ୍ଦ ବିଶ୍ୱାସ । ରିକ୍ସା ଚଲାଇ ପେଟ ପୋଷନ୍ତି । ବାଂଲାଦେଶର ଝେନାଇଦାହ ଜିଲ୍ଲାରେ ସେ ଏମିତି ବର୍ବରତାର ଶିକାର ହୋଇଛନ୍ତି ।
କେବଳ ନାଲି ସୂତା ପାଇଁ...
ଗୋବିନ୍ଦଙ୍କ ହାତରେ ନାଲି ସୂତା ବନ୍ଧା ହୋଇଥିବାର ଦେଖି କିଛି ଲୋକେ ତାଙ୍କୁ ଆକ୍ରମଣ କରିଥିଲେ ଏବଂ ସେ ଭାରତୀୟ 'ର' ଏଜେଣ୍ଟ ବୋଲି ମିଛ ପ୍ରଚାର କରିଥିଲେ । ଉତ୍ତ୍ୟକ୍ତ ଲୋକେ ଏକାଠି ହୋଇ ଗୋବିନ୍ଦଙ୍କୁ ନିର୍ଦ୍ଦୟ ଭାବେ ମାଡ ମାରିଥିଲେ । ଗୋବିନ୍ଦ ବାରମ୍ବାର ନିଜକୁ ରିକ୍ସା ଚାଳକ ବୋଲି କହିଥିଲେ ବି କେହି ଶୁଣିନଥିଲେ । ତାଙ୍କୁ ପିଟି ପିଟି ଲହୁଲୁହାଣ କରିଦେଲେ, ଯେମିତି ଅବସ୍ଥା କରିଥିଲେ ଦୀପୁ ଦାସଙ୍କର । ଆକ୍ରମଣରେ ଗୋବିନ୍ଦଙ୍କ ବେକ ଓ ଛାତିରେ ଗଭୀର ଆଘାତ ଲାଗିଛି ।
ପୋଲିସ ମଧ୍ୟ ଗୁଇନ୍ଦା ଏଜେଣ୍ଟ ସନ୍ଦେହରେ ତାଙ୍କୁ କଷ୍ଟଡିକୁ ନେଇ ଯାଞ୍ଚ କରୁଛି । ଏହି ଘଟଣା ବାଂଲାଦେଶରେ ଚରମପନ୍ଥୀଙ୍କ ଦ୍ୱାରା ହିନ୍ଦୁ ବିରୋଧୀ ମାନସିକତାକୁ ଦର୍ଶାଉଛି । ଏନେଇ ଭାରତ ଗଭୀର ଉଦ୍ବେଗ ପ୍ରକାଶ କରିବା ସହ ଦେଶରେ ସଂଖ୍ୟାଲଘୁଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ କହିଛି ।
ଭାରତ ବିରୋଧୀ ଛାତ୍ର ନେତା ସରିଫ୍ ଓସମାନ୍ ହାଦିର ମୃତ୍ୟୁ ପରେ ବାଂଲାଦେଶରେ ଏମିତି ଭୟାନକ ସ୍ଥିତି ସୃଷ୍ଟି ହୋଇଛି । ଆସନ୍ତା ବାଂଲାଦେଶ ନିର୍ବାଚନ ପାଇଁ ପ୍ରଚାର କରିବା ବେଳେ ହାଦିକୁ ଦୁଇ ଜଣ ସୁଟର୍ ବିଚ୍ ରାସ୍ତାରେ ଗୁଳି କରିଥିଲେ । ଏହି ଘଟଣା ପରଠୁ ବାଂଲାଦେଶରେ ଭାରତ ବିରୋଧୀ ହିଂସା ତୀବ୍ର ହେଉଛି । ହାଦିକୁ ହତ୍ୟା କରିଥିବା ଦୁର୍ବୃତ୍ତ ସୀମା ପାର୍ ହୋଇ ଭାରତ ଚାଲିଆସିଥିବା ଅଭିଯୋଗ କରି ଭାରତ ବିରୋଧରେ ନାରାବାଜି କରୁଛନ୍ତି ହିଂସାକାରୀ । ହିଂସା ନିଆଁରେ ବାଂଲାଦେଶ ଜଳୁଥିବା ବେଳେ ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରିପାରୁନାହାନ୍ତି ୟୁନୁସ ସରକାର ।
Farewell on the Cards? ଧୋନୀଙ୍କୁ ବିଦାୟ ଦେବାକୁ ପ୍ରସ୍ତୁତ CSK, ଖର୍ଚ୍ଚ କଲା ୩୨.୫୦ କୋଟି

Special Wedding Scheme: ଝିଅ ବାହାଘରରେ ମିଳିବ ଗିଫ୍ଟ, ଆକାଉଣ୍ଟକୁ ଆସିବ ଗହଣା ଟଙ୍କା

Pandian storm in the BJD: ଖୁଲମଖୁଲା ପାଣ୍ଡିଆନଙ୍କ ନାଁ ନେଇ ଧୋଇଲେ ସମ୍ବିତ, କହିଲେ...

Pregnant Woman Beaten To Death: ସହି ପାରିଲାନି ଗର୍ଭବତୀ ଝିଅର ସୁଖ; ପିଟିପିଟି ହତ୍ୟା କଲା ବାପା

Chit Fund Refund: ଚିଟଫଣ୍ଡ ଟଙ୍କା ପାଇବେ ଜମାକାରୀ, ଜାଣନ୍ତୁ ଟଙ୍କା ଫେରସ୍ତ ପାଇଁ କ'ଣ କରିବେ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)