Advertisment

Why is Yunus Silent? ହିନ୍ଦୁଙ୍କ ଉପରେ ହେଉଛି ବାରମ୍ବାର ଆକ୍ରମଣ: ୟୁନୁସଙ୍କ ଭୂମିକାକୁ ନେଇ ବଢୁଛି ସନ୍ଦେହ

ଜଳୁଛି ବାଂଲାଦେଶ,ଦେଖୁଛନ୍ତି ୟୁନୁସ। ହିନ୍ଦୁଙ୍କ ଉପରେ ହେଉଛି ଘନଘନ ଆକ୍ରମଣ। ୟୁନୁସଙ୍କ ଭୂମିକାକୁ ନେଇ ସନ୍ଦେହ କଲେଣି ନେତା। ନିଆଁର ଝାଶରେ ଦେଶ ସିଝୁଥିବା ବେଳେ କାହିଁକି ନୀରବ ୟୁନୁସ?

author-image
Chinmayee Sahoo
Bangladesh Crisis

Bangladesh Crisis Photograph: (OTV)

ଭାରତ ଉପରେ ରାଗ ଶୁଝାଉଛନ୍ତି କି ବାଂଲାଦେଶର ମଧ୍ୟବର୍ତ୍ତିକାଳୀନ ପ୍ରଧାନମନ୍ତ୍ରୀ? ଆସନ୍ତା ଫେବୃୟାରୀ ୧୨ରେ ବାଂଲାଦେଶରେ ନିର୍ବାଚନ ରହିଛି। ହେଲେ ଏହା ପୂର୍ବରୁ ଜାଣିଶୁଣି ଅଶାନ୍ତ ସୃଷ୍ଟି କରାଯାଉଛି। ଭାରତ ବିରୋଧି ସ୍ବରକୁ ତୀବ୍ର କରାଯାଉଛି। ଆଉ ଏଥିରେ ଜଣେ ନୀରବ ସମର୍ଥକ ଭଳି ଚୁପ ବସିଛନ୍ତି ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ ମହମ୍ମଦ ୟୁନୁସ। ଶେଖ ହାସିନା ଭାରତକୁ ଆସିବା ପରଠାରୁ ବାଂଲାଦେଶରେ ଭାରତ ବିରୋଧି ହାୱା ବଢିବାରେ ଲାଗିଛି। 

Advertisment

ଏହାରି ଭିତରେ ନିର୍ବାଚନ ପରେ ନୂଆ ସରକାର ଆସିଲେ ସ୍ଥିତି ସ୍ବାଭାବିକ ହେବ ବୋଲି ଆଶା କରାଯାଉଥିଲେ ବି କିଛି ଚକ୍ରାନ୍ତକାରୀ ଗୋଷ୍ଠୀ ତାହା କରାଇ ଦେଉନାହାନ୍ତି। ଯାହାକୁ ନେଇ ଚିନ୍ତାରେ ପଡିଛି ଭାରତ। ବାଂଲାଦେଶ ଜଳୁଥିବା ବେଳେ ଆଇନ ଶୃଂଖଳାକୁ ନିୟନ୍ତ୍ରଣ କରିପାରୁ ନାହାନ୍ତି ୟୁନୁସ। ସେପଟେ ନିର୍ବାଚନ ନକରାଇ ଦେବାକୁ ମଧ୍ୟବର୍ତ୍ତି ସରକାରର ଏହା ଏକ ଚାଲ ବୋଲି କହିଛନ୍ତି ବୈଦେଶିକ ବିଶେଷଜ୍ଞ। 

ତେବେ ବାଂଲାଦେଶର ଏହି ହିଂସା ଭାରତ ଉପରେ ଜୋରଦାର ପ୍ରଭାବ ପକାଇବ। ଯୁବ ନେତା ଶରିଫ ଓସମାନ ହାଦିଙ୍କ ହତ୍ୟା ପରେ ବିକ୍ଷୋଭକାରୀଙ୍କ ଉପରେ ସରକାରଙ୍କ ନିୟନ୍ତ୍ରଣ ରହୁନାହିଁ। କୁହାଯାଉଛି, ହାଦି ଆସନ୍ତା ନିର୍ବାଚନରେ ସ୍ବାଧିନ ପ୍ରାର୍ଥୀ ଭାବରେ ଲଢିଥାଆନ୍ତେ। ହେଲେ ତାଙ୍କୁ ଯେଉଁଭଳି ହତ୍ୟା କରାଗଲା ତାକୁ ଗ୍ରହଣ କରିପାରୁ ନାହାନ୍ତି ବିଦ୍ରୋହୀ ଗୋଷ୍ଠୀ। ତେବେ ହାଦିକୁ ହତ୍ୟା କରିଥିବା ଦୁର୍ବୃତ୍ତ ସୀମା ପାର ହୋଇ ଭାରତ ଚାଲିଯାଇଥିବା କଥା ପୋଲିସ କହିବା ପରେ ଭାରତ ବିରୋଧି ସ୍ବର ତେଜିଛି। 

Advertisment

ସେପଟେ କିଛିଦିନ ତଳେ ହାସିନାଙ୍କୁ ବାଂଲାଦେଶ ଫେରାଇ ଆଣିବାକୁ ବି ଦାବି ଜୋର ହୋଇଥିଲା। ଏବେ ଆଇ ଶୃଂଖଳା ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବାରୁ ନିର୍ବାଚନ ପାଇଁ ସଠିକ ସମୟ ନୁହେଁ ବୋଲି ଏକ ବାର୍ତ୍ତା ଯିବ। ନିର୍ବାଚନ ବାତିଲ କରି ବିଦ୍ରୋହୀ ଗୋଷ୍ଠି ନିଜ ସଂଗଠନ ମଜବୁତ କରିବା ସହ ସମର୍ଥନ ଯୋଗାଡ କରିବାରେ ସକ୍ଷମ ହେବେ। ତେବେ ବାଂଲାଦେଶରେ ହାସିନାଙ୍କ ପାର୍ଟି ଆୱାମୀ ଲିଗକୁ ବ୍ୟାନ କରାଯାଇଥିବାରୁ ସେ ନିର୍ବାଚନ ଲଢିପାରିବେ କି ନାହିଁ ତାଉପରେ ବି ଭାରତ ସମେତ ବିଭିନ୍ନ ସଙ୍ଗଠନର ନଜର ରହିଛି। 

ସେପଟେ ଅଶାନ୍ତ ବାଂଲାଦେଶ ପଛରେ ମୁସଲିମ ସଂଗଠନର ହାତ ଜାଣିବା ପରେ ଭାରତ ବି ଏହାକୁ ନେଇ ଚିନ୍ତା ପ୍ରକଟ କରିଛି। ଅନ୍ୟପଟେ ବାଂଲାଦେଶର ସୀମା ରାଜ୍ୟ ପଶ୍ଚିମବଙ୍ଗରେ ଆସନ୍ତା ଏପ୍ରିଲ-ମେରେ ନିର୍ବାଚନ ରହିଛି। ଏହା ଉପରେ ଯେପରି କୌଣସି ହିଂସାର ପ୍ରଭାବ ନପଡେ, ସେଥିପାଇଁ ଭାରତକୁ ଧ୍ୟାନ ଦେବାକୁ ପଡିବ।

Bangladesh Muhammad Yunus
Advertisment
Advertisment