/odishatv-khabar/media/media_files/2025/12/22/air-india-flight-2025-12-22-11-49-42.jpg)
Air India Flight Photograph: (OTV)
ମଝି ଆକାଶରେ ଇଞ୍ଜିନ ଫେଲ୍, ଅଚାନକ ଫେରି ଆସିଲା ବିମାନ। ଦିଲ୍ଲୀରୁ ମୁମ୍ବାଇ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ସହ ଘଟିଛି ଏଭଳି ଘଟଣା। ଆଜି ସକାଳ ୬ଟା ୧୦ ମିନିଟରେ AI-887 ବିମାନଟି ଦିଲ୍ଲୀ ବିମାନ ବନ୍ଦରରୁ ମୁମ୍ବାଇ ଅଭିମୁଖେ ଉଡ଼ାଣ ଭରିଥିଲା।
ହେଲେ ମଝି ଆକାଶରେ ହଠାତ୍ ବିମାନର ଗୋଟିଏ ଇଞ୍ଜିନ ଚାଲୁ ନଥିବା ଜାଣି ପାରିଥିଲେ ପାଇଲଟ୍। ତୁରନ୍ତ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ ସର ଯୋଗା ଯୋଗ କରି ଦିଲ୍ଲୀ ଫେରିବାକୁ ଅନୁମତି ମାଗିଥିଲେ। ପ୍ରାୟ ୪୦ ମିନିଟ୍ ଧରି ଆକାଶରେ ରହିବା ପରେ ୬ଟା ୫୦ରେ ବିମାନଟି ଜରୁରୀ ଅବତରଣ କରିଥିଲା।
ବିମାନରେ ଥିବା ଯାତ୍ରୀ ଓ କର୍ମଚାରୀ ସମସ୍ତେ ସୁରକ୍ଷିତ ଅଛନ୍ତି। ତେବେ ଗୋଟିଏ ଇଞ୍ଜିନ ଫେଲ୍ ହୋଇଯାଇଥିବା ଜାଣି କିଛି ଯାତ୍ରୀ ଆଶଙ୍କାଗ୍ରସ୍ତ ହୋଇ ପଡ଼ିଥିଲେ।
• ମଝି ଆକାଶରେ ବିମାନ ଇଞ୍ଜିନ ଫେଲ୍
• ମଝି ଆକାଶରେ ବିମାନର ଗୋଟିଏ ଇଞ୍ଜିନ ଫେଲ୍
• ଜରୁରୀ ଅବତରଣ କଲା ଏୟାର ଇଣ୍ଡିଆ ବିମାନ
• ଦିଲ୍ଲୀରୁ ମୁମ୍ବାଇ ଅଭିମୁଖେ ଯାଉଥିଲା ବିମାନ
• ଏୟାର ଇଣ୍ଡିଆ ବିମାନ AI-887 ବିମାନରେ ଯାନ୍ତ୍ରିକ ତ୍ରୁତି
• ଦିଲ୍ଲୀ ବିମାନ ବନ୍ଦରରୁ ମୁମ୍ବାଇ ଅଭିମୁଖେ ଉଡ଼ାଣ ଭରିଥିଲା
• ୬ଟା ୧୦ରେ ଛାଡ଼ିଥିଲା ୬ଟା ୫୦ରେ ଜରୁରୀ ଅବତରଣ କଲା
Shreemayee Mishra Targets BJD: ନବୀନ ଚାହୁଁନାହାନ୍ତି ଉତ୍ତରାଧିକାରୀ ଘୋଷଣା! ଶ୍ରୀମୟୀ କହିଲେ ବିଜେଡି ଭିତିରି କଥା

Fatal Road Accident: ଭୟଙ୍କର ଦୁର୍ଘଟଣା: ଓଲଟିଲା ବସ୍, ୧୬ ମୃତ

Cancer Fear Over Eggs: ଅଣ୍ଡା ଖାଉଥିଲେ ସାବଧାନ! ହୋଇପାରେ କ୍ୟାନସର୍.... ଆସିଲା ସାଂଘାତିକ ରିପୋର୍ଟ

Why is Yunus Silent? ହିନ୍ଦୁଙ୍କ ଉପରେ ହେଉଛି ବାରମ୍ବାର ଆକ୍ରମଣ: ୟୁନୁସଙ୍କ ଭୂମିକାକୁ ନେଇ ବଢୁଛି ସନ୍ଦେହ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)