Advertisment

Fatal Road Accident: ଭୟଙ୍କର ଦୁର୍ଘଟଣା: ଓଲଟିଲା ବସ୍, ୧୬ ମୃତ

ଇଣ୍ଡୋନେସିଆର ଜାଭା ଦ୍ବୀପର ସେମାରାଙ୍ଗରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଅତି କମରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୮ ଜଣ ଗୁରୁତର ଆହତ ହୋଇଛନ୍ତି।

author-image
Chinmayee Sahoo
Fatal Road Accident

Fatal Road Accident Photograph: (OTV)

ସୋମବାର ଭୋର ସମୟରେ ଇଣ୍ଡୋନେସିଆର ମୁଖ୍ୟ ଜାଭା ଦ୍ୱୀପରେ ଘଟିଛି ଭୟଙ୍କର ସଡକ ଦୁର୍ଘଟଣା। ୩୪ ଜଣଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ ବସ୍ ଟି ନିୟନ୍ତ୍ରଣ ହରାଇ ଡିଭାଇଡରରେ ପିଟି ହୋଇ ଓଲଟି ପଡିଥିଲା। ଦୁର୍ଘଟଣାରେ ଅତି କମରେ ୧୬ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Advertisment

ସ୍ଥାନୀୟ ଅଧିକାରୀଙ୍କ କହିବାନୁଯାୟୀ, ସକାଳେ ବସ୍ ଟି ଦ୍ରୁତ ଗତିରେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ହଠାତ୍, ଡ୍ରାଇଭର ନିୟନ୍ତ୍ରଣ ହରାଇଲେ ଏବଂ ସିଧାସଳଖ ବ୍ୟାରିକେଡ୍‌ରେ ଯାଇ ଧକ୍କା ହେଲା ବସ୍। ଧକ୍କା ଏତେ ଜୋରରେ ଥିଲା ଯେ ବସ୍ ଟି ଓଲଟି ପଡ଼ିଲା, ଭିତରେ ଅନେକ ଯାତ୍ରୀ ଫସି ରହିଲେ। ବସ୍‌ଟି ରାଜଧାନୀ ଜାକର୍ତ୍ତାରୁ ଯୋଗ୍ୟାକାର୍ତାକୁ ଯାତ୍ରା କରୁଥିବା ବେଳେ କେନ୍ଦ୍ରୀୟ ଜାଭାର ସେମାରାଙ୍ଗ ସହରରେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିଲା।

ଦୁର୍ଘଟଣାର ପ୍ରାୟ ୪୦ ମିନିଟ୍ ପରେ ପୋଲିସ ଏବଂ ଉଦ୍ଧାରକାରୀ ଦଳ ପହଞ୍ଚି ଘଟଣାସ୍ଥଳରୁ ଛଅ ଜଣ ଯାତ୍ରୀଙ୍କ ମୃତଦେହ ଉଦ୍ଧାର କରିଥିଲେ। ଅନ୍ୟ ୧୦ ଜଣଙ୍କୁ ହସ୍ପିଟାଲକୁ ନେବା ବାଟରେ ହିଁ ମୃତ୍ୟୁ ହୋଇଥିଲା। ନିକଟବର୍ତ୍ତୀ ଦୁଇଟି ହସ୍ପିଟାଲରେ ୧୮ ଜଣ ଆହତଙ୍କୁ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

Advertisment
Road Accident Indonesia
Advertisment
Related Articles
Advertisment