Advertisment

Uranium in Breast Milk: ମା' କ୍ଷୀରରେ ୟୁରାନିୟମ.. ଚମକିଲେ ବିଶେଷଜ୍ଞ

ମା’ କ୍ଷୀରରେ ରହିଛି ତେଜସ୍କ୍ରିୟ ଧାତୁ ୟୁରାନିୟମ । ବିହାରରେ ଏଭଳି ତଥ୍ୟ ସାମ୍ନାକୁ ଆସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବିହାରରେ ୪୦ ଜଣ ମା’ଙ୍କ କ୍ଷୀରର ନମୂନା ଯାଞ୍ଚ କରାଯାଇଥିବାବେଳେ ପ୍ରତ୍ୟେକ ନମୂନାରେ ୟୁରାନିୟମ ଥିବା ଜାଣିବାକୁ ପାଇଥିଲେ ବିଶେଷଜ୍ଞ ।

author-image
Debadatta Aryashrestha
Uranium in Breast Milk

Uranium Found in Breast Milk Photograph: (OTV)

ମା’ କ୍ଷୀରରେ ୟୁରାନିୟମ । ମା’ କ୍ଷୀରରେ ରହିଛି ତେଜସ୍କ୍ରିୟ ଧାତୁ ୟୁରାନିୟମ (U-238) । ବିହାରରେ ଏଭଳି ତଥ୍ୟ ସାମ୍ନାକୁ ଆସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବିହାରରେ ୪୦ ଜଣ ମା’ଙ୍କ କ୍ଷୀରର ନମୁନା ଯାଞ୍ଚ କରାଯାଇଥିଲା । ଆଉ ଏହାର ଫଳାଫଳ ଆଶ୍ଚର୍ଯ୍ୟଜନକ ଥିଲା । ପ୍ରତ୍ୟେକ ନମୂନାରେ ୟୁରାନିୟମ ଥିବା ଜାଣିବାକୁ ପାଇଥିଲେ ବିଶେଷଜ୍ଞ ।

Advertisment

ଖାଲି ସେତିକି ନୁହେଁ, ବିହାରର କଟିହାର ଜିଲ୍ଲାରେ ମା’ କ୍ଷୀରରେ ସର୍ବାଧିକ ୟୁରାନିୟମ ସ୍ତର ଥିବା ରେକର୍ଡ କରାଯାଇଛି । ଏବଂ ପରେ ଖଗାରିଆରେ ମଧ୍ୟ ୟୁରାନିୟମ ଥିବା ମା’ କ୍ଷୀର ଚିହ୍ନଟ ହୋଇଛି । ଏହା ସହିତ ରାଜ୍ୟର ଅନେକ ଜିଲ୍ଲାରେ ମା’ କ୍ଷୀରରେ ୟୁରାନିୟମ ଯଥେଷ୍ଟ ପରିମାଣ ରହିଥିବା କୁହାଯାଇଛି । କ୍ଷୀରରେ ୟୁରାନିୟମ ଚିହ୍ନଟ ପରେ ମଧ୍ୟ ମା’ମାନଙ୍କୁ ସ୍ତନ୍ୟପାନ ବନ୍ଦ କରିବାକୁ କୁହାଯାଇନାହିଁ । ପୂର୍ବ ପରି ମା’ମାନେ ପିଲାମାନଙ୍କୁ କ୍ଷୀର ଦେବାକୁ ପରାମର୍ଶ ଦିଆଯାଇଛି ।

ସେପଟେ ଦିଲ୍ଲୀ AIIMSର ଅତିରିକ୍ତ ପ୍ରଫେସର ଡକ୍ଟର ଅଶୋକ ଶର୍ମା ଏନେଇ ପ୍ରତିକ୍ରିୟା ରଖି କହିଛନ୍ତି, ୪୦ଟି ମା’ କ୍ଷୀରର ନମୂନା ନେଇ ଗବେଷଣା କରାଯାଇଥିଲା । ସମସ୍ତ ନମୂନାରୁ ୟୁରାନିୟମ ମିଳିଥିଲା । ୟୁରାନିୟମ ସଂସ୍ପର୍ଶରେ ଆସିବା ଦ୍ୱାରା କର୍କଟ ରୋଗ ହେବାର ସମ୍ଭାବନା ଥାଏ । କିନ୍ତୁ ମାଇକ୍ରୋଗ୍ରାମ ତୁଳନାରେ ୟୁରାନିୟମ ଯଥେଷ୍ଟ କମ୍ ଥିବାରୁ ଏହା ଶିଶୁଙ୍କ ପ୍ରତି ସେତେଟା ଘାତକ ନୁହେଁ । ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ କହିବା ଅନୁସାରେ ସ୍ତନ୍ୟପାନ ଶିଶୁମାନଙ୍କ ପାଇଁ ସର୍ବୋତ୍ତମ ପୁଷ୍ଟିସାର ଖାଦ୍ୟ । ଯେପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ କ୍ଲିନିକାଲ୍ କାରଣ ଆସିନାହିଁ, ମା'ମାନେ ସ୍ତନ୍ୟପାନ ଜାରି ରଖିବା ଉଚିତ ।

Advertisment

ଦେଖନ୍ତୁ ଏହି ରିପୋର୍ଟ:

Advertisment
Related Articles
Advertisment