/odishatv-khabar/media/media_files/2025/11/24/uranium-found-in-breast-milk-2025-11-24-17-11-09.jpg)
Uranium-found-in-breast-Milk Photograph: (OTV)
ମା’ କ୍ଷୀରକୁ ନେଇ ଅଜଣା ଭୟ । ଚିନ୍ତା ପ୍ରକଟ କଲେ ବୈଜ୍ଞାନିକ, ସ୍ବାସ୍ଥ୍ୟ ବିଶେଷଜ୍ଞ । ୪୦ଟି ମା’ କ୍ଷୀରର ନମୁନା ଯାଞ୍ଚ କଲା ବିଶେଷଜ୍ଞ ଟିମ୍ । ମା’ କ୍ଷୀରରେ ୟୁରାନିୟମ ଥିବା ଜଣାପଡ଼ିବା ପରେ ଏପରି ଏକ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବିଭିନ୍ନ ଅନୁଷ୍ଠାନର ଗବେଷକମାନେ ଏହାକୁ ନେଇ ତର୍ଜମା କରିଛନ୍ତି । କୁହାଯାଇଛି, ବିହାରରେ ୪୦ ଜଣ ମା’ଙ୍କ କ୍ଷୀରର ନମୁନା ଯାଞ୍ଚ କରାଯାଇଥିଲା । ଆଉ ପରେ ଫଳାଫଳ ଆଶ୍ଚର୍ଯ୍ୟଜନକ ଥିଲା । ପ୍ରତ୍ୟେକ ନମୁନାରେ ୟୁରାନିୟମ ଥିବା ଜାଣିବାକୁ ପାଇଥିଲେ ବିଶେଷଜ୍ଞ । ଖାଲି ସେତିକି ନୁହେଁ, ବିହାରର କଟିହାର ଜିଲ୍ଲାରେ ମା’ କ୍ଷୀରରେ ସର୍ବାଧିକ ୟୁରାନିୟମ ସ୍ତର ଥିବା ରେକର୍ଡ କରାଯାଇଛି । ଏବଂ ପରେ ଖଗାରିଆରେ ମଧ୍ୟ ୟୁରାନିୟମ ଥିବା ମା’ କ୍ଷୀର ଚିହ୍ନଟ ହୋଇଛି ।
ଖାଲି ସେତିକି ନୁହେଁ, ରାଜ୍ୟର ଅନେକ ଜିଲ୍ଲାରେ ମା’ କ୍ଷୀରରେ ୟୁରାନିୟମ ଯଥେଷ୍ଟ ପରିମାଣ ରହିଥିବା କୁହାଯାଇଛି । କ୍ଷୀରରେ ୟୁରାନିୟମ ଚିହ୍ନଟ ପରେ ମଧ୍ୟ ମା’ମାନଙ୍କୁ ସ୍ତନ୍ୟପାନ ବନ୍ଦ କରିବାକୁ କୁହାଯାଇନାହିଁ । ପୂର୍ବ ପରି ମା’ମାନେ ପିଲାମାନଙ୍କୁ କ୍ଷୀର ଦେବାକୁ ପରାମର୍ଶ ଦିଆଯାଇଛି । ସେପଟେ, ଦିଲ୍ଲୀ AIIMSର ଅତିରିକ୍ତ ପ୍ରଫେସର ଡକ୍ଟର ଅଶୋକ ଶର୍ମା ଏନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ୪୦ଟି ମା’ କ୍ଷୀରର ନମୁନା ନେଇ ଗବେଷଣା କରାଯାଇଥିଲା । ସମସ୍ତ ନମୁନାରୁ ୟୁରାନିୟମ ମିଳିଥିଲା । ୟୁରାନିୟମ ସଂସ୍ପର୍ଶରେ ଆସିବା ଦ୍ୱାରା କର୍କଟ ରୋଗ ହେବାର ସମ୍ଭାବନା ଥାଏ । କିନ୍ତୁ ମାଇକ୍ରୋଗ୍ରାମ ତୁଲନାରେ ୟୁରାନିୟମ ଯଥେଷ୍ଟ କମ୍ ଥିବାରୁ ଏହା ଶିଶୁଙ୍କ ପ୍ରତି ସେତେଟା ଘାତକ ନୁହେଁ ।
ଅଧ୍ୟୟନ ଅନୁଯାୟୀ, ଅନେକ ଦିନ ୟୁରାନିୟମ ସଂସ୍ପର୍ଶରେ ଆସିବା ଦ୍ଵାରା କିଡନୀ, ସ୍ନାୟୁ, ଜ୍ଞାନାତ୍ମକ କ୍ଷମତା ଏବଂ ପିଲାମାନଙ୍କ ମାନସିକ ଉପରେ ପ୍ରଭାବ ପକାଇପାରେ । ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ କହିବା ଅନୁସାରେ ସ୍ତନ୍ୟପାନ ଶିଶୁମାନଙ୍କ ପାଇଁ ସର୍ବୋତ୍ତମ ପୁଷ୍ଟିସାର ଖାଦ୍ୟ । ଯେପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ କ୍ଲିନିକାଲ୍ କାରଣ ଆସିନାହିଁ, ମା'ମାନେ ସ୍ତନ୍ୟପାନ ଜାରି ରଖିବା ଉଚିତ ।
Cyclone Preparedness: ଉପକୂଳ ଠାରୁ ୧୦୦୦ କିମି ଦୂରରେ ସମ୍ଭାବ୍ୟ ବାତ୍ୟା, ସରକାର ପ୍ରସ୍ତୁତ

Delhi Air Pollution: ଅଣନିଶ୍ବାସୀ କଲାଣି ରାଜଧାନୀ ପବନ... ଘରେ ରହି କାମ କରିବାକୁ ନିର୍ଦ୍ଦେଶ

Building a Better future: ଯେଉଁ ହାତ ଦିନେ ଅପରାଧ କରିଥିଲା ଆଜି ସେ ହାତରେ କୋଦାଳ

Uranium in Breast Milk: ମା' କ୍ଷୀରରେ ୟୁରାନିୟମ.. ଚମକିଲେ ବିଶେଷଜ୍ଞ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)