/odishatv-khabar/media/media_files/2025/11/22/black-turmeric-2025-11-22-16-21-21.jpg)
BLACK-TURMERIC Photograph: (OTV)
କ୍ୟାନସର, ଡାଇବେଟିସ, ଥଣ୍ଡା କାଶ, ବ୍ରୋଙ୍କାଇଟିସ୍, ସ୍କିନ୍ ରିଲେଟେଡ୍ ସବୁ ସମସ୍ୟା ଦୂରେଇ ଯିବ ଯଦି କଳା ହଳଦୀ ଖାଇବେ । ହଳଦୀର ଅନେକ ଓଷଧୀୟ ଗୁଣ ରହିଛି ଆଉ ସାଧରଣ ହଳଦୀ ଠାରୁ କଳା ହଳଦୀର ଔଷଧୀୟ ଗୁଣ ଅଧିକ । କଳା ହଳଦୀ ଏବେ ମାର୍କେଟରେ ରାଜ କରୁଛି । ଏଥିରେ ଅଧିକ ପରିମାଣର କର୍କ୍ୟୁମିନ୍ ରହିଛି । ଯାହା ପେଟର ଚର୍ବି ହ୍ରାସ କରିବାରେ ସାହାଯ୍ୟ କରିଥାଏ ।
ଏହା ସହ କଳା ହଳଦୀରେ ଆଣ୍ଟି-ଇନଫ୍ଲାମେଟୋରୀ ଓ ଆଣ୍ଟି-ଅକ୍ସିଡାଣ୍ଟ ଭଳି ତତ୍ତ୍ବ ରହିଛି ଯାହା ରୋଗ ପ୍ରତିରୋଧ କ୍ଷମତା ବଢ଼ାଏ। କଳା ହଳଦୀର ଦାମ ବି ଅଧିକ । ବାଲେଶ୍ୱର ଜିଲ୍ଲା ନୀଳଗିରି ନିକଟ ଗଡିଆମାଳ ଅଞ୍ଚଳରେ ମାଟିରେ ଫଳିଛି କଳା ହଳଦୀ । ଚାଷୀ ବୀରେନ୍ଦ୍ର ପଣ୍ଡା ନିଜ ଫାର୍ମ ହାଉସରେ ଏହାକୁ ବହୁତ ପରିମାଣରେ ଚାଷ କରିଛନ୍ତି । ୟୁଟ୍ୟୁବରୁ ପ୍ରଥମେ ଜାଣିଲେ କଳା ହଳଦୀ ଖାଇଲେ ଶରୀରର କି ଉପକାର ହୁଏ ତାପରେ ଅନଲାଇନରୁ ଅର୍ଡର କଲେ ଆଉ ଚାଷ କରିବା ଶିଖିଲେ ।
କଳା ହଳଦୀ ପୁରା ହଳଦିଆ ହଳଦୀ ଭଳି ଉପର ପଟରୁ ଦେଖାଯାଏ କିନ୍ତୁ କାଟିଦେଲେ ଭିତର କଳା ଦେଖାଯିବ। ଏହାର ସ୍ୱାଦ ପିତା ଥିବାବେଳେ ଏହାକୁ ଔଷଧୀୟ କାର୍ଯ୍ୟରେ ବ୍ୟବହାର କରାଯାଉଥିବା କଥା ଚାଷୀ କହିଛନ୍ତି। ଅନଲାଇନରୁ ଅଠର ସହ ଦରରେ କଳା ହଳଦୀ କିଣୁଥିଲେ । ସେଥିରୁ ପୁଣି କେବେ ପୋଚା ବାହାରେ ତ କେବେ ଖରାପ । ତେଣୁ ନିଜେ ମଞ୍ଜି କିଣି ଚାଷ କଲେ ଆଉ ଏବେ ମାର୍କେଟରେ ୬୦୦ ଟଙ୍କାରେ ବିକ୍ରି କରୁଛନ୍ତି ।
ଏବେଯାଏ 70 କେଜିରୁ ଅଧିକ ବିକ୍ରି ସାରିଥିବା ବେଳେ ଏବେ ଆହୁରି ଦୁଇଗୁଣା ଅଧିକ ଅମଳ ଆଶା ରଖିଛନ୍ତି। କଳା ହଳଦୀ ଅନେକ ସଂକ୍ରମଣରୁ ମୁକ୍ତି ଦେଇ ଚେହେରାକୁ ଉଜ୍ଜ୍ୱଳ କରିଥାଏ। ଏହା ମସ୍ତିଷ୍କକୁ ସୁରକ୍ଷା ଦେଇ ସ୍ମରଣଶକ୍ତି ବଢ଼ାଏ ଏବଂ ଆଲଝାଇମର୍ସ ଭଳି ରୋଗର ବିପଦ କମାଇପାରେ।
Ex-Senior Clerk Arrested: ସରକାରୀ ଟଙ୍କା ଆତ୍ମସାତ: ଗିରଫ ହେଲେ ବରିଷ୍ଠ କିରାଣି, ୨ ବର୍ଷ ଧରି ଫେରାର ଥିଲେ

Prem Anand’s revelations: ହ୍ୟୁମାନଙ୍କ ମୃତ୍ୟୁର ତଦନ୍ତ ଦାବି କଲେ ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ, ଓଟିଭିରେ ବଡ ଖୁଲାସା କଲେ...

Humane Sagar Death Case: ଓଲିଉଡ୍ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ଘଟଣା: ଦୁଇ ମ୍ୟାନେଜରଙ୍କ ନାଁରେ ବଢୁଛି ଅଭିଯୋଗର ଫର୍ଦ୍ଦ

Shock Revelation: ହ୍ୟୁମାନଙ୍କୁ କେବେ ରୋଗ ହେଲା ଜାଣିନଥିଲେ ମାଆ ଶେଫାଳୀ, ସବୁ ସେଇ…

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)