Advertisment

Auramine Dye in Roasted Chana: ଭଜା ବୁଟ ଖାଉଥିଲେ ସାବଧାନ! ହୋଇପାରେ କ୍ୟାନ୍ସର... ଆସିଲା ସାଂଘାତିକ ତଥ୍ୟ

ଭଜା ବୁଟ ଖାଉଥିଲେ ସାବଧାନ! ମିଶୁଛି ବିଷାକ୍ତ କେମିକାଲ୍, ହୋଇପାରେ କ୍ୟାନ୍ସର। ଆମେ ଭଜା ବୁଟକୁ ଏକ ସ୍ୱାସ୍ଥ୍ୟକର ଖାଦ୍ୟ ଭାବି ଖାଇଥାଉ। ସବୁଠି ବିକ୍ରି ହୋଇଥାଏ ଏହି ବୁଟ ଭଜା।

author-image
Chinmayee Sahoo
Roasted-Chana-Cancer

Roasted-Chana-Cancer Photograph: (OTV)

ଆମେ ଭଜା ବୁଟକୁ ଏକ ସ୍ୱାସ୍ଥ୍ୟକର ଖାଦ୍ୟ ଭାବି ଖାଇଥାଉ । ମେଳା ହେଉ କି ଦୋକାନ ବଜାର, ସବୁଠି ବିକ୍ରି ହୋଇଥାଏ ଏହି ବୁଟ ଭଜା । ଯଦି ଆପଣ ବି ବଜାରରେ ମିଳୁଥିବା ଏହି ଭଜା ବୁଟ ଖାଇବାକୁ ପସନ୍ଦ କରନ୍ତି, ତାହେଲେ ହୋଇଯାଆନ୍ତୁ ହୁସିଆର ! ନଚେତ୍‌ ମାରାତ୍ମକ ରୋଗରେ ପଡିବେ ଆପଣ । କାରଣ ଏହି ବୁଟ ଭଜାରେ ମିଶୁଛି ଏମିତି ଏକ କେମିକାଲ ଯାହା କ୍ୟାନ୍ସର ସୃଷ୍ଟି କରେ ।

Advertisment

ଏକ ରିପୋର୍ଟରେ ଦାବି କରାଯାଇଛି ଯେ, ମାର୍କେଟରେ ବିକ୍ରି ହେଉଥିବା ଭଜା ବୁଟରେ 'ଅରାମାଇନ' ନାମକ କେମିକାଲ ମିଶାଯାଉଛି । ଅରାମାଇନ କପଡା ଓ ଲେଦରକୁ ରଙ୍ଗ ଦେବାରେ ବ୍ୟବହୃତ ହୁଏ । ଏହା ମଣିଷ ଶରୀର ପାଇଁ ଖୁବ୍ ହାନିକାରକ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ମଧ୍ୟ ଏହି କେମିକାଲକୁ କ୍ୟାନ୍ସସର ସୃଷ୍ଟିକାରୀ ବୋଲି କହିଛି ।

ଭଜା ବୁଟରେ ଚମକ ବଢାଇବାକୁ ଅରାମାଇନ ବ୍ୟବହାର କରାଯାଉଛି । ଏହି କେମିକାଲ ହଳଦୀର ରଙ୍ଗ ଭଳି । ବୁଟ ଭଜା ଯିବା ପରେ ସେଥିରେ ଅରାମାଇନ ଗୁଣ୍ଡକୁ ପାଣିରେ ମିଶାଇ ବୁଟରେ ଢଳାଯାଉଛି । ଏହା ଦ୍ୱାରା ବୁଟ ଦେଖିବାକୁ ସୁନ୍ଦର, ସତେଜ ଲାଗୁଛି ଓ ଖାଇବାକୁ ବି କୁରକୁରା ଲାଗୁଛି । ତେଣୁ ନିୟମିତ ଏହି ଭଜା ବୁଟକୁ ଖାଇବା ଦ୍ୱାରା କ୍ୟାନ୍ସର ଭଳି ମାରାତ୍ମକ ରୋଗ ହୋଇପାରେ ବୋଲି କୁହାଯାଉଛି ।

Advertisment

ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ଏହି ଗମ୍ଭୀର ଅପମିଶ୍ରଣ ପ୍ରସଙ୍ଗ ଉଠାଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କୁ ଚିଠି ଲେଖି ଏ ଦିଗରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏହା କେବଳ ଖାଦ୍ୟ ନିରାପତ୍ତା ଆଇନର ଉଲ୍ଲଙ୍ଘନ ନୁହେଁ, ବରଂ ଭାରତର କୋଟି କୋଟି ଲୋକଙ୍କ ସ୍ୱାସ୍ଥ୍ୟ ଓ ଜୀବନ ପ୍ରତି ବିପଦ ବୋଲି କହିଛନ୍ତି ପ୍ରିୟଙ୍କା ।

କିଛି ଦିନ ତଳେ ଜଣେ ଯୁବକ ମଧ୍ୟ ଏକ ଭିଡିଓ ସେୟାର କରି ଭଜା ବୁଟରେ ଅପମିଶ୍ରଣ ବିଷୟରେ କହିଥିଲେ । ବଜାରରେ ମିଳୁଥିବା କେମିକାଲ ମିଶ୍ରିତ ଭଜା ବୁଟ ଓ ଘରେ ତିଆରି ଭଜା ବୁଟ ଦେଖାଇ ସେଥିରେ ପାର୍ଥକ୍ୟ ସାମ୍ନାକୁ ଆଣିଥିଲେ । ବଜାରରେ ମିଳୁଥିବା ବୁଟ ଚମକଦାର ଓ ସହଜରେ ଭାଙ୍ଗି ଯାଉଥିବା ବେଳେ ଅପମିଶ୍ରଣ ନ ହୋଇଥିବା ବୁଟ ଆକାରରେ ଛୋଟ ଓ ଟାଣ ଅଟେ । ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା ।

Health
Advertisment
Related Articles
Advertisment