/odishatv-khabar/media/media_files/2025/12/01/world-aids-day-2025-12-01-14-19-30.jpg)
World-AIDS-Day Photograph: (OTV)
ଜିତିବ ଜୀବନ, ହାରିବ ଏଡସ୍ । ଆଜି ହେଉଛି ବିଶ୍ବ ଏଡସ ଦିବସ । ଏଡସକୁ ନେଇ ସଚେତନ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଡିସେମ୍ବର ୧ ତାରିଖକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ବିଶ୍ବ ଏଡସ୍ ଦିବସ ଭାବେ ପାଳନ କରାଯାଉଛି । ଚଳିତ ବର୍ଷର ଥିମ୍ ରହିଛି Overcoming disruption and transforming the AIDS response । ଏହି ଅବସରରେ ରାଜ୍ୟ ଏଡସ ନିୟନ୍ତ୍ରଣ ସମିତି ପକ୍ଷରୁ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଛି ।
କ୍ୟାପିଟାଲ ହସ୍ପିଟାଲ ପରିସରରେ ଆୟୋଜିତ ରାଲିକୁ ପତାକା ଦେଖାଇ ଉଦଘାଟନ କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ରାଜ୍ୟରେ ୨୪୬୨ ଜଣ HIV ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ୧୨ଲକ୍ଷ ସାଧାରଣ ଲୋକ ଏବଂ ୮ଲକ୍ଷ ଗର୍ଭବତୀଙ୍କୁ ମିଶାଇ ମୋଟ ୨୦ ଲକ୍ଷ ଟେଷ୍ଟ ପାଇଁ ଲକ୍ଷ୍ୟ ରହିଛି । ସେଥିରୁ ବର୍ତ୍ତମାନ ସୁଦ୍ଧା ୧୪ଲକ୍ଷ ଟେଷ୍ଟ ସରିଥିବା ସୂଚନା ଦିଆଯାଇଛି ।
ହଜାର ହଜାର ଲୋକ ଏଚଆଇଭି ସଂକ୍ରମିତ
ଏହି ରୋଗରେ ପୀଡିତ ବ୍ୟକ୍ତିଙ୍କ ରୋଗ ପ୍ରତିରୋଧକ ଶକ୍ତି ନଷ୍ଟ ହୋଇଯାଏ । ଫଳରେ କୌଣସି ପ୍ରକାରର ଅସୁସ୍ଥତା ସହଜରେ ଭଲ ହୁଏନାହିଁ । ପ୍ରତିବର୍ଷ ହଜାର ହଜାର ଲୋକ ଏଚଆଇଭି ସଂକ୍ରମିତ ହେଉଛନ୍ତି । ଏଡ୍ସ ସମ୍ପର୍କରେ ଲୋକଙ୍କୁ ବିଭିନ୍ନ ପ୍ରକାର ବିଜ୍ଞାପନ, ହୋର୍ଡିଂ,ଗଣମାଧ୍ୟମ ଜରିଆରେ ସଚେତନ ବି କରାଯାଉଛି । ଗାଁଠୁ ନେଇ ସହରକୁ ଏଡସ ମୁକ୍ତ କରିବା ଓ ଏକ ସୁସ୍ଥ ସମାଜ ଗଢିବାକୁ ସମସ୍ତେ ଯତ୍ନବାନ ହେବା ଦରକାର । ଯଦି ଏହି ରୋଗ ପ୍ରତି ସଚେତନ ହେବା, ତେବେ ଏହାକୁ ହରାଇପାରିବା ଏଥିରେ ସନ୍ଦେହ ନାହିଁ ।
ଆଜିର ଦିନରେ ସାରା ବିଶ୍ବରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ହେଉଛି । ଏହାର ଭୟାବହତା ବିଷୟରେ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ୧୯୮୮ ମସିହାରୁ ପ୍ରତିବର୍ଷ ପାଳନ କରାଯାଉଛି ‘ବିଶ୍ୱ ଏଡସ ଦିବସ’ । ଏଚ୍ଆଇଭି ବା ଏଡସର ଭୟବହତା ସଂପର୍କରେ ଲୋକମାନଙ୍କୁ ସଚେତନ କରାଇବା ହେଉଛି ଏହି ଦିବସର ମୂଳ ଉଦ୍ଦେଶ୍ୟ।
His Voice Mesmerizes All: ଗୋଡ଼ ଦୁଇଟି ଅଚଳ, ହେଲେ ଗଳାରେ ସଂଗୀତର ଯାଦୁ

Odisha Citizens Award 2025: ଓଡ଼ିଶା ସିଟିଜେନ୍ସ ଆୱାର୍ଡ-୨୦୨୫ର ମନୋରଞ୍ଜନ କ୍ଷେତ୍ରରେ ବିଜେତା ହେଲେ ଚିତ୍ତ ରଂଜନ ତ୍ରିପାଠୀ

Tragedy at KIIT: କିଟ୍ ବିଶ୍ବବିଦ୍ୟାଳୟର ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର, ତାଙ୍କ ଘର ଛତିଶଗଡ଼ରେ

Disaster Strikes: ବୁଡିଗଲା ଗାଁ, ବୁଡି ଗଲା ଘର; ମିଳିଲାନି ସରକାରୀ ସହାୟତା

WhatsApp Policy Change: ମୋବାଇଲ୍ରେ ସିମ୍ ନଥିଲେ ଚାଲିବନି WhatsApp, ଜାଣି ନିଅନ୍ତୁ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)